କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର
Advertisement

କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର

Singer Sona Mohapatra reacts to Rahul Gandhi: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିବାର ତଥା ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରିବା ସହ ପିଏମ ମୋଦୀଙ୍କୁ ଟାର୍ଗେଟ୍ କରି ବୟାନ ଦେବା ବର୍ତ୍ତମାନ ମହଙ୍ଗା ପଡିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ । ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏନେଇ ପ୍ରତିକ୍ରିୟା ଦେବା ସହ ରାହୁଲଙ୍କୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

ଚଳିତ ବର୍ଷ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଦିନ ପ୍ରଧାନମନ୍ତ୍ରୀ ରାମ ମନ୍ଦିରରେ ଉପସ୍ଥିତ ହୋଇ କର୍ତ୍ତା ଭାବେ ନିଜର ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ । ଦେଶର ବହୁ ମାନ୍ୟଗଣ୍ୟ ଲୋକଙ୍କ ସମେତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କ ସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ନିଜର ମତ ଉପସ୍ଥାପନ କରିଥିଲେ । ଏଥିସହ ବଚ୍ଚନ ପରିବାରର ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ମୋଦୀଙ୍କ ସହ ଯୋଡିଥିଲେ । ବାରମ୍ୱାର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ନାମ ନେଇ କଡା ସମାଲୋଚନା କରିବାକୁ କିଛି ବ୍ୟକ୍ତି ପସନ୍ଦ କରିନଥିଲେ ।

ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର ନିଜ ସୋସିଆଲ୍ ମିଡିଆ ପେଜ୍ ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସୋନା ଲେଖିଛନ୍ତି ଯେ, ମହିଳାଙ୍କୁ ଅପମାନିତ କରି କିଛି ନେତା ରାଜନୈତିକ ଲାଭ ପାଇବାକୁ ଚେଷ୍ଟା କରନ୍ତି । ଏଥିସହ ରାହୁଲ ଗାନ୍ଧୀଙ୍କ ନାମ ନେଇ ସୋନା କହିଛନ୍ତି ଯେ, ପ୍ରିୟର ରାହୁଲ ଗାନ୍ଧୀ ଆପଣ କଣ କେବେ ଆପଣଙ୍କ ମାଆ ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି ? ଏପରି କହିବା ସହ ଐଶ୍ୱର୍ଯ୍ୟାଙ୍କ ନୃତ୍ୟକୁ ପ୍ରଶଂସା କରିଛନ୍ତି ସୋନା ।

ଏହା ସୋନା ମହାପାତ୍ରଙ୍କ ପୋଷ୍ଟ୍- 

Also Read- ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ

Also Read- Samsung Galaxy F15 5G: ଦମଦାର ଫିଚର ଜବରଦସ୍ତ ବ୍ୟାଟେରୀ ପାୱାର୍ ସହ ଆସୁଛି ଏହି ଫୋନ୍