February Grah Gochar 2024 Effect: ବର୍ଷର ଦ୍ୱିତୀୟ ମାସ ତଥା ଫେବୃଆରୀ ଆରମ୍ଭ ହେବାକୁ ଯାଉଛି । ଆଧ୍ୟାତ୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଚଳିତ ବର୍ଷ ଫେବୃଆରୀ ମାସରେ ଚାରୋଟି ବଡ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାକୁ ଯାଉଛନ୍ତି ଏବଂ ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଫେବୃଆରୀ ମାସରେ ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ମଙ୍ଗଳ ଗ୍ରହମାନେ ରାଶି ପରିବର୍ତ୍ତନ କରିବେ। ଯାହାର ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ କିଛି ରାଶି ଉପରେ ପଡିବ । କିଛି ରାଶିର ବ୍ୟକ୍ତିବିଶେଷ ସତର୍କ ହେବା ତିତ୍ୟାନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା ଫେବୃଆରୀ ୨୦୨୪ରେ ଗ୍ରହ ଚଳନର ପ୍ରଭାବ କେମିତି ରହିବ ।


COMMERCIAL BREAK
SCROLL TO CONTINUE READING

ବୁଧଙ୍କ ଚଳନ ୨୦୨୪: ପଚାଙ୍ଗ ଅନୁସାରେ ବୁଧ ଫେବୃଆରୀ ୧ ରାତି ୨ଟା୩୯ ରେ ମକରରେ ଚଳନ କରିବେ । ଏହା ପରେ ଫେବୃଆରୀ ୨୦ ରେ ସକାଳ ୬ଟାରେ କୁମ୍ଭ ରାଶିରେ ପ୍ରବେଶ କରିବେ ।


ମଙ୍ଗଳ ଚଳନ ୨୦୨୪: ଫେବୃଆରୀ ୫ରେ ଦିନ ୯ଟା୫୬ ସମୟରେ ମଙ୍ଗଳ ମକର ରାଶିରେ ଚଳନ କରିବେ ।


ଶୁକ୍ର ଚଳନ ୨୦୨୪: ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ଶୁକ୍ର ହେଉଛନ୍ତି ସୁଖ ଏବଂ ସମୃଦ୍ଧିର ଗ୍ରହ । ତେବେ ଫେବୃଆରୀ ୧୨ ସକାଳ ୪ଟା୩୯ ସମୟରେ ଶୁକ୍ର ମକର ରାଶିରେ ପ୍ରବେଶ କରିବ ।


ସୂର୍ଯ୍ୟ ଚଳନ ୨୦୨୪: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଫେବୃଆରୀ ୧୩ରେ ରାତି ୩ଟା୩୫ ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ସ୍ଥିତିରେ ଶନି ଏହି ରାଶିରେ ଉପସ୍ଥିତ ଅଛନ୍ତି ।


ଶନି: ନ୍ୟାୟର ଦେବତା ଶନି ଦେବ ୧୧ ଫେବୃଆରୀ  ୧ଟା ୫୦ ସମୟରେ କୁମ୍ଭ ରାଶିରୁ ମୁକ୍ତ ହେବେ ।


ବୁଧ: ବୁଦ୍ଧି ଏବଂ ତର୍କର ଗ୍ରହ ଭାବରେ ବୁଧଙ୍କୁ ବିବେଚନା କରାଯାଏ । ୮ ଫେବୃଆରୀ ଦିନ ୯ଟା ୧୫ ସମୟରେ ବୁଧ ଧନୁ ରାଶିରୁ ମୁକ୍ତ ହେବେ ।


ଫେବୃଆରୀ ଗ୍ରହ ଗୋଚର ପ୍ରଭାବ
ଫେବୃଆରୀ ମାସରେ ବିଭିନ୍ନ ଗ୍ରହମାନଙ୍କର ଚଳନ ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ । ଏହି ଅବଧି ମଧ୍ୟରେ କେତେକ ରାଶିକୁ ଅର୍ଥନୈତିକ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । କିଛି ରାଶିର ବ୍ୟକ୍ତିମାନେ ସତର୍କ ହେବା ନିତ୍ୟାନ୍ତ ଆବଶ୍ୟକ । ଫେବୃଆରୀରେ ରାଶି ପରିବର୍ତ୍ତନ କାରଣରୁ ମେଷ, ବୃଷ, କର୍କଟ, କନ୍ୟା, ତୁଳା ଏବଂ ମକର ରାଶିର ଲୋକମାନେ ଆର୍ଥିକ ଏବଂ ବୃତ୍ତିଗତ ଲାଭ ପାଇପାରିବେ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର ସଫଳତା ଆସିପାରେ ।


Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।