Gangetic Dolphin: ଗାଙ୍ଗେୟ ଡଲଫିନକୁ ଅନନ୍ୟ ପରିଚୟ
Advertisement
Article Detail0/zeeodisha/odisha2564348

Gangetic Dolphin: ଗାଙ୍ଗେୟ ଡଲଫିନକୁ ଅନନ୍ୟ ପରିଚୟ

ନୂଆଦିଲ୍ଲୀ: ଗଙ୍ଗା ନଦୀ ଏବଂ ଏହାର ଶାଖା ଓ ଉପନଦୀ ଗୁଡିକରେ ଦେଖା ଯାଉଥିବା ସ୍ୱତନ୍ତ୍ର ଜାତିର ଡଲଫିନକୁ ଅନନ୍ୟ ପରିଚୟ ଦେବା ପାଇଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଠାରୁ ଡଲଫିନଙ୍କ ଦେହରେ ସ୍ୱତନ୍ତ୍ର ଟେକ୍ନୋଲୋଜି ସମ୍ପନ୍ନ ଚିପ ଲଗାଯାଇଛି। ଆସାମ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ

Gangetic Dolphin: ଗାଙ୍ଗେୟ ଡଲଫିନକୁ ଅନନ୍ୟ ପରିଚୟ

Gangetic Dolphin: ନୂଆଦିଲ୍ଲୀ: ଗଙ୍ଗା ନଦୀ ଏବଂ ଏହାର ଶାଖା ଓ ଉପନଦୀ ଗୁଡିକରେ ଦେଖା ଯାଉଥିବା ସ୍ୱତନ୍ତ୍ର ଜାତିର ଡଲଫିନକୁ ଅନନ୍ୟ ପରିଚୟ ଦେବା ପାଇଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଠାରୁ ଡଲଫିନଙ୍କ ଦେହରେ ସ୍ୱତନ୍ତ୍ର ଟେକ୍ନୋଲୋଜି ସମ୍ପନ୍ନ ଚିପ ଲଗାଯାଇଛି। ଆସାମ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଛନ୍ତି। ଉଭୟ ଭାରତ ଓ ସମ୍ପୃକ୍ତ ଜାତିର ଡଲଫିନ ପାଇଁ ଏହା ଏକ ଅନନ୍ୟ ପଦକ୍ଷେପ। ଜଙ୍ଗଲ ଏବଂ ପରିବେଶ ବିଭାଗ ଭାରତର ବନ୍ୟ ପ୍ରାଣୀ ପ୍ରତିଷ୍ଠାନ ସହାୟତାରେ ଏହି ପ୍ରକଳ୍ପକୁ ହାତକୁ ନିଆଯାଇଛି। ଆସାମର ଜଙ୍ଗଲ ବିଭାଗ ଏବଂ ଆରଣ୍ୟକ ଏଥିରେ ସହାୟକ ହେଉଛନ୍ତି। ଜଳ ମଧ୍ୟସ୍ଥ ଜୀବଜନ୍ତୁକୁ ସୁରକ୍ଷିତ ରଖିବା ଲାଗି ଏହି ସଂସ୍ଥା ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ଶ୍ରୀ ଯାଦବ ଉଲ୍ଲେଖ କରିଛନ୍ତି। 

ଆସାମରେ ପୂର୍ବରୁ ଡଲଫିନଙ୍କ ସଂଗ୍ରହ ଲାଗି ଏହି ଉଦ୍ୟମ କରାଯାଇଥିଲା। ବ୍ରହ୍ମପୁତ୍ର ନଦୀରେ ଏପ୍ରକଳ୍ପ ଚାଲୁ ରହିଛି। ଗାଙ୍ଗେୟ ଡଲଫିନ ଭାରତର ବିଭନ୍ନ ନଦୀରେ ଦେଖିବାକୁ ମିଳନ୍ତି। କିନ୍ତୁ ବିଗତ କିଛି ବର୍ଷ ହେଲା ଏହା ହ୍ରାସ ପାଇବାରେ ଲାଗିଛି। ଏମାନଙ୍କ ପ୍ରତି ଆସୁଥିବା ବିପଦ ବାବଦରେ ଜାଣିବା ଏବଂ ସଂରକ୍ଷଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ଉଦ୍ୟମ ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଇଛି।