ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ନବବିବାହିତାଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ପାରିବାରିକ କଳହରୁ ମୁକ୍ତି ପାଇବେ। ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ।


COMMERCIAL BREAK
SCROLL TO CONTINUE READING

ବୃଷ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଲାଭ କମ୍ ହେବ। ପାରିବାରିକ ଖର୍ଚ୍ଚ ବୃଦ୍ଧିପାଇବ। ଦୂରଯାତ୍ରା ସଫଳ ହେବ। ନବବିବାହିତା ସନ୍ତାନ ସନ୍ତତି ପାଇଁ ଯୋଜନା କରିବେ।


ମିଥୁନ: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ପାରିବାରିକ ସୁଖ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଭଲ ଲାଭ ହେବ। ଦୂରଯାତ୍ରା ମଧ୍ୟ ଫଳପ୍ରଦ ହେବ।


କର୍କଟ: ଆଜି ଆପଣଙ୍କର ଘାତଚନ୍ଦ୍ର। ଜଗିରଖି ନଚଳିଲେ ବିପଦରେ ପଡିପାରନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଦୂରଯାତ୍ରା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଆଶାନୁରୁପକ ଫଳ ପାଇବେ।


Also Read: ପରଘର କଳିରେ ମୁଣ୍ଡ ପୁରାଇ ବଳି ପଡ଼ିଲେ ବୃଦ୍ଧ; ଗରମ ତେଲ ଢ଼ାଳି ମାରିଦେଲେ ବିଧବା ମହିଳା


 


ସିଂହ: ଉଭୟ ଦେହ ଓ ମନ ଭଲ ରହିବ। ପାରିବାରିକ ଶାନ୍ତି ମିଳିବ। ନିଜ ଯୋଜନା ମୂତାବକ କାର୍ଯ୍ୟ କଲେ ସଫଳତା ମିଳିବ। ସେବାପୂଜାରେ ସମୟ କାଟିବେ। ନବବିବାହିତା କୌଣସି ସ୍ଥାନକୁ ଯିବାପାଇଁ ଯୋଜନା କରିବେ।


କନ୍ୟା: ଦେହ ଓ ମନ ଭଲ ରହିବ। ଜମିଜମା ମାମଲାରେ ବିଜୟୀ ହେବେ। ମନୋରଞ୍ଜନ କରିବାରେ ଅଧିକ ସମୟ ଦେବେ। କର୍ମକ୍ଷେତ୍ରରେ ସାମାନ୍ୟ ବିବାଦ ଉପୁଜିପାରେ। ନୂତନ ଗୃହ ପାଇଁ ଯୋଜନା କରିବେ।


ତୁଳା: ଘାତବାର ହେତୁ ଜଗିରଖି ଚଳିବାର ଦିନଟିଏ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପାରିବାରିକ ଅଶାନ୍ତି ଉଗ୍ର ରୁପ ନେଇପାରେ। ଶତୃବୁଦ୍ଧି ହେବେ।


ବିଛା: ଦେହ ସୁସ୍ଥ ରହିଲେ ମଧ୍ୟ ମାନସିକ ଚାପ ରହିପାରେ। ପାରିବାରିକ ଅଶାନ୍ତି ଦେଖାଦେବ। ପୂର୍ବ କାର୍ଯ୍ୟ ପାଇଁ ଅନୁତାପ କରିବେ। ସମ୍ପର୍କର ମୂଲ୍ୟ ବୁଝିବେ। ସାଥିଙ୍କ ଗହଣରେ ସମୟ ବିତିବ।


Also Read: ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା


ଧନୁ: ଦେହ ସାମାନ୍ୟ ଅସୁସ୍ଥ ରହିପାରେ। ମନ ଭଲ ରହିବ। ଦୂରଯାତ୍ରା ଶୁଭମୟ ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆୟ ଅଧିକ ହେବ।


ମକର: ଆପଣଙ୍କ ଆଜି ଘାତଚନ୍ଦ୍ର। ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରଶଂସା ପାଇବେ। ସେବା ପୂଜାରେ ମନ ଲାଗିବ। ପୋଡୋଶୀଙ୍କ କୁଚକ୍ରାନ୍ତର ଶିକାର ହେବେ।


କୁମ୍ଭ: ଘାତବାର ହେତୁ ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି। ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ। କର୍ମକ୍ଷେତ୍ରରେ ମଧ୍ୟମ ଧରଣର ଫଳ ମିଳିବ। ଜରୁରୀ କାର୍ଯ୍ୟ ନପଡିଲେ ଦୂରଯାତ୍ରା କରନ୍ତୁ ନାହିଁ। ଭକ୍ତିକାର୍ଯ୍ୟରେ ସମୟ ବିତିବ।


ମୀନ: ଶାରୀରିକ ସୁସ୍ଥତା ବଜାୟ ରହିବ। ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ। ଦୂରଯାତ୍ରା ସାର୍ଥକ ହେବ।