Horoscope of 20th September 2022: ମେଷ: ଦେହ ଓ ମନ ଭଲ ରହିବ । ଆଧ୍ୟାତ୍ମିକ କାର୍ଯ୍ୟ କରିବାକୁ ମନ ବଳାଇବେ । ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । ଦୂରଯାତ୍ରା ଲାଭପ୍ରଦ ହେବ । ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ ।


COMMERCIAL BREAK
SCROLL TO CONTINUE READING

ବୃଷ: ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ । ବ୍ୟୟ ଅଧିକ ହେବ । ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।


ମିଥୁନ: ଜଗିରଖି ଚଳିବାର ଦିନଟିଏ ।  ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ଦୂରଯାତ୍ରା କରନ୍ତୁ ନାହିଁ ।


କର୍କଟ: ମନରେ ପ୍ରସନ୍ନତା ଭାବ ରହିବ । ତୀର୍ଥଯାତ୍ରା ପାଇଁ ମନ ବଳିବ । ସୁସମ୍ବାଦ ହସ୍ତଗତ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ବସ୍ତ୍ର କିମ୍ବା ଦ୍ରବ୍ୟ କ୍ରୟ କରିବେ ।


Also Read: Duplicate Medicine: କଟକରେ ବସିଛନ୍ତି ମୃତ୍ୟୁର ସୌଦାଗର, ପୁଣି ଜବତ ହେଲା ବିପୁଳ ନକଲି ଔଷଧ


 


ସିଂହ: ଦେହ ଓ ମନ ଭଲ ରହିବ । ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।


କନ୍ୟା: ଧର୍ମ କାର୍ଯ୍ୟରେ ଦିନ ବିତାଇବେ । ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ରାଦି କ୍ରୟ କରିବେ । ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହୁଛି ।


ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରା କରିବେ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।


ବିଛା: ଶରୀର ସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆୟ ଭଲ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।


Also Read: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା


ଧନୁ: ସ୍ୱାସ୍ଥ୍ୟ ଭଲ ରହିବ । କର୍ମଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ ।


ମକର: ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


କୁମ୍ଭ: ବୁଝି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  


ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିବ ।  ଦୂରଯାତ୍ରା ଲାଭଜନକ ହେବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟିହୋଇପାରେ । କ୍ରିଡ଼ାବିତମାନେ ଭଲ ପ୍ରଦର୍ଶନ କରିବେ ।