Duplicate Medicine: ପୁଣି କଟକ ମହତାବ ରୋଡ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ ଜବତ ହୋଇଛି। ଗତ ସପ୍ତାହରେ ଜଣେ ଗ୍ରାହକ ଟେଲମା କମ୍ପାନୀର ଔଷଧ ନିଜ ପତ୍ନୀଙ୍କ ପାଇଁ ଏକ ଦୋକାନରୁ କିଣିଥିଲେ। ଆଉ ଖାଇବା ପାରେ ତାହା ନକଲି ଔଷଧ ବୋଲି ସନ୍ଦେହ କରି ଅଭିଯୋଗ କରିଥିଲେ। ଯାହା ପରେ ନକଲି ଔଷଧ ସ୍କାମର ପର୍ଦ୍ଦାଫାସ ଆରମ୍ଭ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ନକଲି ଔଷଧକୁ ନେଇ ଖବର ପ୍ରସାରଣ ପରେ ଡ୍ରଗ୍ସ ବିଭାଗର ଅଧିକାରୀ ଏବଂ ପ୍ରଶାସନ ମିଳିତ ଭାବରେ ଆକ୍ସନ ନେଇ ବିଭିନ୍ନ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲା।
Trending Photos
କଟକ: ସ୍ଥାନୀୟ ମହତାବ ରୋଡର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ ପୋଲିସର ଆତର୍କୀତ ଚଢାଉ କରାଯାଇଛି। ସୋମବାର ସକାଳେ ପୁରୀଘାଟ ଥାନାର ପୋଲିସ ଏବଂ ଡ୍ରଗ୍ସ ଅଧିକାରୀଙ୍କ ମିଳିତ ସ୍କ୍ୱାଡ୍ ଏହି ଟ୍ରାନ୍ସପୋର୍ଟ କମ୍ପାନୀ ଚଢାଉ କରିଥିଲେ। କଳା ତାଲିକା ଭୁକ୍ତ ଭି.ଆର ଏଜେନ୍ସିର ଔଷଧ ଟ୍ରାନ୍ସପୋର୍ଟରୁ ୧୩୫୦ ଷ୍ଟ୍ରିପ ଟେଲମା-40 ଔଷଧ ପୁରୀଘାଟ ଥାନା ପୋଲିସ ସିଜ କରିଛି କଟକ। ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଏହି ଔଷଧ କଟକ ଆସିଥିଲା। ତେବେ ଏହା ଗୋଟିଏ ଏଜେନ୍ସି ନୁହଁ ବରଂ ଏଭଳି ଅନେକ କମ୍ପାନୀ ଏହି ନକଲି ଔଷଧ ସ୍କାମରେ ଜଡିତ ଥିବା ସନ୍ଦେହ କରାଯାଉଛି। ଯାହାକି ମାନବ ସମାଜ ଓ ଜୀବନ ପାଇଁ ବିପଦ ସାଜୁଛି।
ପୁଣି କଟକ ମହତାବ ରୋଡ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ ଜବତ ହୋଇଛି। ଗତ ସପ୍ତାହରେ ଜଣେ ଗ୍ରାହକ ଟେଲମା କମ୍ପାନୀର ଔଷଧ ନିଜ ପତ୍ନୀଙ୍କ ପାଇଁ ଏକ ଦୋକାନରୁ କିଣିଥିଲେ। ଆଉ ଖାଇବା ପାରେ ତାହା ନକଲି ଔଷଧ ବୋଲି ସନ୍ଦେହ କରି ଅଭିଯୋଗ କରିଥିଲେ। ଯାହା ପରେ ନକଲି ଔଷଧ ସ୍କାମର ପର୍ଦ୍ଦାଫାସ ଆରମ୍ଭ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ନକଲି ଔଷଧକୁ ନେଇ ଖବର ପ୍ରସାରଣ ପରେ ଡ୍ରଗ୍ସ ବିଭାଗର ଅଧିକାରୀ ଏବଂ ପ୍ରଶାସନ ମିଳିତ ଭାବରେ ଆକ୍ସନ ନେଇ ବିଭିନ୍ନ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲା। ଇତି ମଧ୍ୟରେ ଜୈନିକ ବ୍ୟକ୍ତିଙ୍କ ଠାରୁ ମିଳିଥିବା ଟେଲମା କମ୍ପାନୀର ଔଷଧକୁ ଲ୍ୟାବରେ ପରୀକ୍ଷା ପାଇଁ ଦିଆଯିବା ପରେ ଏହା ନକଲି ବୋଲି ପ୍ରମାଣିତ ହୋଇଥିଲା। ଏହି ଆଧାରରେ କଟକ କମିଶନରେଟ ପୋଲିସ ଏବଂ ଡ୍ରଗ୍ସ ଅଧିକାରୀ ଏହାର ମୁଖ୍ୟ କର୍ପଟଦାରକୁ ଧରିବାପାଇଁ ଚଢାଉ ଜାରି ରଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏଭଳି ଜୀବନ ସହିତ ଖେଳୁଥିବା ଔଷଧ ନିର୍ମାତା ଓ ଅସାଧୁ ବ୍ୟବସାୟୀମାନେ ତାଙ୍କ ଚେର କେତେ ଆଡେ ଲମ୍ବିଛି ଅଥଚ ପ୍ରଶାସନ ଜଣୁନାହିଁ ଏହିକଥାକୁ ରାଜ୍ୟବାସୀ ଗ୍ରହଣ କରିପାରୁନାହାନ୍ତି।
Also Read: DA hike: ସାଢେ ସାତ ଲକ୍ଷ କର୍ମଚାରୀଙ୍କୁ ନବୀନ ସରକାରର ପୂଜା ଭେଟି, ୭୦୦୦୦ ମାଗୁଛନ୍ତି ସ୍ଥାୟୀ ନିଯୁକ୍ତି
ଆଜି ବି ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ବିଭିନ୍ନ ଅନୁଷ୍ଠାନ ଅସାଧୁ ଉପାୟରେ କୋଟିପତି ହେବା ପାଇଁ ଯେଉଁ ଉପାୟ ଅବଲମ୍ବଲନ କରୁଥଛନ୍ତି ତାହା ସମସ୍ତଙ୍କୁ ମୁ୍ଣ୍ଡ ବିନ୍ଧାର କାରଣ ପାଲଟିଛି। ବର୍ତ୍ତମାନ ପ୍ରତ୍ୟେକ ଗାଁରେ ଯଦି ଆନୁଧ୍ୟାନ କରିବେ ତେବେ ଦୁଇରୁ ଚାରି ଜଣ କିଡନୀ ରୋଗୀ, କ୍ୟାନସର୍ ପରି ମାରାମ୍ପକ ରୋଗୀ କଷ୍ଟରେ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ମୁଖ୍ୟତଃ ଏହି ନକଲି ଔଷଧ ହିଁ ଦାୟୀ। ତେଣୁ ଉପଯୁକ୍ତ ସମୟସୀମା ଭିତରେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଚେତା ନପଶେ ତେବେ, ଏହି ନକଲି ମେଡିସିନ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କର ସମସ୍ୟା ପାଇଁ ସେମାନେ ହିଁ ଦାୟୀ ରହିବେ ଏଥିରେ ସନ୍ଦେହ ନାହିଁ।
ମହତାବ ରୋଡରୁ ଜବତ ନକଲି ଔଷଧ ସହ ବିହାର ଓ କର୍ଣ୍ଣାଟକ ଲିକ୍ ଅଛି। ଗୟାର ବାଲାଜି ଡ୍ରଗ୍ସ ଏବଂ ବେଙ୍ଗାଲୁରୁର ସିବାଜୀ ଏଜେନ୍ସି ବୈଦ୍ଧତା ଯାଞ୍ଚା ପାଇଁ କମିଶନରେଟ ପୋଲିସ ଡ୍ରଗ୍ସ କଣ୍ଟ୍ରୋଲୋରଙ୍କୁ ଚିଠି ଲେଖିଛି। ଏହି ଦୁଇ ସଂସ୍ଥାଙ୍କର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବାକୁ ଚିଠିରେ ଦର୍ଶାଯାଇଛି। ତେବେ ଖବର ଅନୁସାରେ ୬ ମାସ ହେଲା ବିହାର ଓ କର୍ଣ୍ଣାଟକରୁ ଟେଲମା କମ୍ପାନୀର ଔଷଧ ଆମଦାନୀ କରି କଟକ ଓ ଭୁବନେଶ୍ୱରକୁ ଚାଲାଣ ହେଉଥିଲା। ଔଷଧ ମାଫିଆ ରାହୁଲ ଓ ସଞ୍ଜୟଙ୍କୁ ମୁଧ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତେବେ ଏମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ହେବା ସହିତ ନକଲି ଔଷଧର ଚେର କେତେବାଟ ଯାଇଛି ତାହାକୁ ଅନୁସନ୍ଧାନ କରି ଯଥାବିଧି କାର୍ଯ୍ୟାନୁଷ୍ଠନା ନେବାକୁ ଦାବି ହୋଇଛି।