Vastu Shastra for Money: ଧାର୍ମିକ ଶାସ୍ତ୍ର ଓ ପୁରାଣରେ ମାଆ ଲକ୍ଷ୍ମୀ (Maa Lakhmi)ଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଇଛି । ଦେବୀ ଲକ୍ଷ୍ମୀଙ୍କ କୃପା ହେବା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଅପାର ଧନ ମିଳିଥାଏ । ଯେଉଁମାନଙ୍କ ଘରେ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ସେଠାରେ ମାଆଙ୍କ ଆଶୀର୍ବାଦ ମିଳିଲେ ପରିବାରରେ ସବୁବେଳେ ସୁଖ ଏବଂ ସମୃଦ୍ଧତା (Happiness and prosperity) ରହିଥାଏ । ସେଥିପାଇଁ ଲୋକମାନେ ମାଆ ଲକ୍ଷ୍ମୀଙ୍କ ଅପାର କରୁଣା ଲାଭ କରିବାକୁ ପ୍ରକାରର ପୂଜାର୍ଚ୍ଚନା କରିଥାନ୍ତି । ମାଆ ଲକ୍ଷ୍ମୀଙ୍କୁ ଖୁସି କରିବାକୁ ଅନେକ ବାସ୍ତୁଶାସ୍ତ୍ର ନିୟମ ଉପରେ ମଧ୍ୟ ଲୋକମାନେ ଗୁରୁତ୍ୱ ଦେଇଥାନ୍ତି । ମାଆ ଲକ୍ଷ୍ମୀଙ୍କ କୃପା ବର୍ଷିବା ପୂର୍ବରୁ କିଛି ସଙ୍କେତ ମିଳିଥାଏ । ଆଜି ଆପଣଙ୍କୁ ଜଣାଇବୁ ସୂର୍ଯ୍ୟସ୍ତ କିମ୍ୱା ତାର ପରବର୍ତ୍ତୀ ମୁହୂର୍ତ୍ତରେ କେଉଁ ସବୁ ଶୁଭ ସଙ୍କେତ ମିଳିଲେ ଆପଣ ଜାଣିବେ ଯେ, ଆପଣ ଧନବାନ ହେବାକୁ ଯାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନର ଶୁଭ ସଙ୍କେତ 
ସୂର୍ଯ୍ୟସ୍ତ ସମୟରେ ଯଦି ଆପଣଙ୍କ ଘରେ ଆପଣ ଏକାଥରକରେ ୩ଟି ଝିଟିପିଟି (lizard)ଙ୍କୁ ବୁଲିବାର ଦେଖିବେ ତେବେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାର ଅର୍ଥ ଏହା ଯେ, ମାଆ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ଆପଣଙ୍କ ପରିବାର (Family) ପ୍ରତି ରହିଛି । ଆପଣ ଖୁବଶୀଘ୍ର ଧନପ୍ରାପ୍ତି କରିପାରନ୍ତି । ଏଥିସହ ଆପଣଙ୍କ ଜୀବନରେ ରହିଥିବା ଦୁଖ ଦୂର ହେବା ସହ ଆପଣଙ୍କ ପାଇଁ ଖୁସିର ଦିନ ଆସିବାକୁ ଯାଉଛି ।


ଯଦି ସୂର୍ଯ୍ୟାସ୍ତ ସମୟ ତଥା ସନ୍ଧ୍ୟା ସମୟରେ ଘରେ ବିପୁଳ ସଂଖ୍ୟାରେ କଳା ପିମ୍ପୁଡ଼ି (Black ant) ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହି ଦୃଶ୍ୟ ମଧ୍ୟ ବୟାନ କରିଥାଏ ଯେ, ଆପଣଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ରହିଛି । ଏହା ଆହୁରୀ ଅତ୍ୟନ୍ତ ଶୁଭ ହେବ ଯଦି ଆପଣ କଳା ପିମ୍ପୁଡି ଦେଖିବା ପରେ ସେମାନଙ୍କୁ କିଛି ମିଠା ଖାଦ୍ୟ ଖାଇବାକୁ ଦେବେ । ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ଖୁବ୍ ପ୍ରସନ୍ନ ହୋଇଥାନ୍ତି ।


ଯଦି ସୂର୍ଯ୍ୟାସ୍ତ ସମୟରେ ଶୋଇଛନ୍ତି ଏବଂ ସ୍ୱପ୍ନରେ ଝିଟିପିଟି, ଝାଡୁ କିମ୍ୱା ପେଚା ଦେଖୁଛନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏପରି ସ୍ୱପ୍ନ ଦେଖିବା ଦ୍ୱାରା ଆପଣ ଭାବିନିଅନ୍ତୁ ଯେ, ନିକଟ ଭବିଷ୍ୟତରେ ଆପଣ ଅନେକ ଟଙ୍କା ରୋଜଗାର କରିବାକୁ ଯାଉଛନ୍ତି । ଏପରି ସ୍ୱପ୍ନକୁ ଅନେକ ଶୁଭ ବୋଲି ବିବେଚନା କରାଯାଇଥାଏ ।


ସ୍ୱର୍ଯ୍ୟାସ୍ତ ସମୟରେ ଯଦି କୌଣସି ପକ୍ଷୀ (bird) ଆପଣଙ୍କ ଘର ନିକଟକୁ ଉଡିଆସେ ଏବଂ ସେଠାରେ ରହିବା ପାଇଁ ବସା ପ୍ରସ୍ତୁତ କରେ ତେବେ ଏହା ବହୁତ ଭଲ ସଙ୍କେତ ଅଟେ । କାରଣ ପକ୍ଷୀମାନେ ବହୁତ ଭାଗ୍ୟବାନ ଲୋକଙ୍କ ଘରେ ବସା ତିଆରି କରନ୍ତି । ପକ୍ଷୀ ବସା ବାନ୍ଧୁଥିବା ଘରେ ସବୁବେଳେ ସୁଖ ଏବଂ ସମୃଦ୍ଧତା ପୂର୍ଣ୍ଣ ହୋଇ ରହିଥାଏ । ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ହୋଇଥାଏ । ଯଦି ପକ୍ଷୀଟି ମାର୍ଗଶୀର ମାସର ଗୁରୁବାର ଦିନ ଆସିଥାଏ ତେବେ ତାହାକୁ ଅଧିକ ଶୁଭ ବୋଲି ବିବେଚନା କରାଯାଇଥାଏ ତେଣୁ ଏପରି ସ୍ଥଳେ ଆପଣ କଦାପି ପକ୍ଷୀକୁ ଘଉଡାଇବା ଉଚିତ ନୁହେଁ । ବରଂ ପକ୍ଷୀଟି ପାଇଁ ଆପଣ ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ଉଚିତ । ଯାହାଦ୍ୱାରା ଆପଣଙ୍କ ପରିବାର ସଦସ୍ୟଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାର ବିଶ୍ୱାସ କରାଯାଏ ।


Also Read- Gratuity Benefits: ପୂର୍ବ କମ୍ପାନୀ ଦେଉନି କି ଗ୍ରାଚ୍ୟୁଇଟି? ଏହି ଉପାୟରେ ପାଇବେ ମୂଳ ଓ ସୁଧ