Lucky Zodiac Sign: ୨୨ ମଇରେ ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 22 May 2024 : ୨୨ ମଇ ବୁଧବାର ଦିନ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ଗଠନ ହେବାକୁ ଯାଉଛି । ତୁଳା ପରେ ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି । ଏହି ଦିନ ଶୁକ୍ରାଦିତ୍ୟ ଯୋଗ ସହିତ ରବି ଯୋଗ ଏବଂ ବିଶାଖା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁ କାରଣ ପାଇଁ ଦିନଟିର ଗୁରୁତ୍ୱ ମଧ୍ୟ ଅଧିକ ରହିଛି । ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 22 May 2024-5:40 am,
1/5

ମେଷ ରାଶି -  ୨୨ ମଇ ଆପଣଙ୍କ ପାଇଁ ବହୁତ ଶୁଭ ଦିନ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ କୃପାରୁ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । ସକରାତ୍ମକ ଚିନ୍ତାଧାରା ରଖି ପ୍ରତ୍ୟକ କାର୍ଯ୍ୟ କରିବେ । ଆଧ୍ୟାତ୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ହେବ । ପରିବାର ସଦସ୍ୟଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ଉଚ୍ଚପଦସ୍ଥ କର୍ମଚାରୀ ପ୍ରଶଂସା କରିବେ । ଆପଣ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ବ୍ୟବସାୟୀମାନେ ଭଲ ଲାଭ ଉପାର୍ଜନ କରିବେ । ଲାଭ କରିବା ପାଇଁ ଅନେକ ସୁଯୋଗ ଆସିବ । ନୂଆ ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ପାରିବାରିକ ଏବଂ ବୈବାହିକ ଜୀବନ ଭଲ ରହିବ । ସବୁକିଛି ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ । ଆପଣଙ୍କର ମନ ଖୁସି ରହିବ ।

2/5

ସିଂହ ରାଶି -  ୨୨ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ କୃପାରୁ ଜୀବନର ସମସ୍ତ ଅସୁବିଧା ଦୂର ହେବ । ବ୍ୟବସାୟୀମାନେ ସୁନାମ ଅର୍ଜନ ସହ ଲାଭ ଉପାର୍ଜନ କରିବେ । ଆପଣ ଧନ ସଞ୍ଚୟ କରିପାରିବେ । ଚାକିରି ଖୋଜୁଥିବା ଯୁବକମାନଙ୍କୁ ସକରାତ୍ମକ ଫଳାଫଳ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାଭାଜନ ହେବେ । ଆୟରେ ଭଲ ବୃଦ୍ଧି ଘଟିବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ କୌଣସି ବିବାଦ ରହିବ ନାହିଁ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ ।

3/5

ଧନୁ ରାଶି -  ୨୨ ମଇ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ନିଜ ଭିତରେ ଆତ୍ମବିଶ୍ୱାସ ବଢିବ । ଜୀବନର ସମସ୍ତ କ୍ଷେତ୍ରରେ ଆପଣ ଉପକୃତ ହେବେ । ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ପୂର୍ଣ୍ଣ ଉତ୍ସାହର ସହ କାମ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଇଚ୍ଛା ଶାକାର ହୋଇପାରେ । ବନ୍ଧୁଙ୍କ ସହ କୈଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ଭଲ ରହିବ । ପିତାମାତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

4/5

ମୀନ ରାଶି -  ବୁଧବାର ଦିନ ଆପଣଙ୍କ ପାଇଁ ନୂଆ ସମ୍ଭାବନାର ଦିନ ହେବ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ସହ ଆପଣଙ୍କ ରୋଜଗାର ବୃଦ୍ଧି ପାଇବ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଚାକିରି କ୍ଷେତ୍ରରେ ପଦନ୍ନୋତୀ ସହ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟରେ ଭଲ ଲାଭ ଉପାର୍ଜନ କରିବେ । ଛାତ୍ରଛାତ୍ରୀ ନିଜ ପରିଶ୍ରମଠାରୁ ଅଧିକ ଫଳ ପାଇବେ । ଦୂରଯାତ୍ରାରୁ ଆର୍ଥିକ ଲାଭ ପାଇବେ । ପୂର୍ବ ପ୍ରତିଶୃତି ଆପଣ ରକ୍ଷା କରିବେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ ।

5/5

ମକର ରାଶି -  ଆପଣଙ୍କ ପାଇଁ ଆର୍ଥିକ ଲାଭର ସୁଯୋଗ ରହିଛି । ଚାକିରିରେ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟରେ ମଧ୍ୟ ଲାଭ ଦ୍ୱିଗୁଣିତ ହୋଇପାରେ । ନୂଆ ଯାନବାହନ କିଣାକିଣି କରିପାରନ୍ତି । ବନ୍ଧୁଙ୍କ ମତାମତ ନେଇ ଘରେ କୌଣସି ଶୁଭକାର୍ଯ୍ୟ କରିବେ । ଇଶ୍ୱର ବିଶ୍ୱାସୀ ହେବା ସହ ଧାର୍ମିକ କାର୍ଯ୍ୟରେ ମନ ଦେବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ଫୋନ ନମ୍ୱର- ୦୯୪୩୭୧୧୮୫୫୫ ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link