Lucky Zodiac Sign: ୨୪ ମଇରେ ଶିବ ଯୋଗର ଶୁଭ ସଂଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 May 2024: ୨୪ ମଇ ଶୁକ୍ରବାର ଦିନ, ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ପ୍ରତୀପଦା ତିଥି ଏହି ଦିନଠାରୁ ଆରମ୍ଭ ହେଉଛି । ଆଜିର ଦିନରେ ଶିବ ଯୋଗ, ସର୍ବସିଦ୍ଧି ସିଦ୍ଧ ଯୋଗ ଏବଂ ଜ୍ୟେଷ୍ଠ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ମଧ୍ୟ ବଢିଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 23 May 2024-11:48 pm,
1/5

ମିଥୁନ ରାଶି -  ୨୪ ମଇ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । କିଛି ପୂର୍ବର ଇଚ୍ଛା ପୂରଣ ହୋଇପାରେ । ଆର୍ଥିକ ଲାଭର ସମ୍ଭାବନା ରହିଛି । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସଙ୍କଟ ରହିବ ନାହିଁ । ପୈତୃକ ସମ୍ପତ୍ତିରୁ ଅର୍ଥ ଉପାର୍ଜନ କରିବେ । ବ୍ୟବସାୟୀମାନେ ଲାଭ ଅର୍ଜନ କରିବେ । ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କୁ ପ୍ରଶଂସା କରିବେ । ନିଯୁକ୍ତି ସନ୍ଧାନରେ ଥିବା ବ୍ୟକ୍ତିଙ୍କ କ୍ୟାରିୟର ଉଜ୍ୱଳ ହେବ । ପ୍ରେମ ଜୀବନରେ ଭୁଲ ବୁଝାମଣାର ସମାପ୍ତ ହେବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବାକୁ ଯୋଜନା କରିପାରନ୍ତି ।

2/5

ସିଂହ ରାଶି -  ୨୪ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ୱାସର ସହ ସମାପ୍ତ କରିବେ । ନିଜ କାର୍ଯ୍ୟ ପାଇଁ ଗର୍ବିତ ଅନୁଭବ କରିବେ । ଅଟକି ରହିଥିବା କାମ ଶେଷ ହେବ । ଆତ୍ମବିଶ୍ୱାସ ବୃଦ୍ଧି କାରଣରୁ ବ୍ୟବସାୟୀମାନେ ବିପୁଳ ଲାଭ ପାଇବେ । ବ୍ୟବସାୟକୁ ବିସ୍ତାର କରିବାକୁ ଚେଷ୍ଟା କରିବେ । ଚାକିରୀ କ୍ଷେତ୍ରରେ କ୍ୟାରିଅରକୁ ମଜବୁତ କରିବା ପାଇଁ ନୂତନ ସୁଯୋଗ ପାଇବେ । ବୈବାହିକ ଜୀବନରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ ହେବ । ସନ୍ଧ୍ୟା ସମୟରେ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରନ୍ତି । ମାନ ସମ୍ମାନରେ ବୃଦ୍ଧି ଘଟିବ ।

3/5

ବିଛା ରାଶି -  ୨୪ ମଇ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ନିଜ ଆବଶ୍ୟକତା ପୂରଣ କରିବା ମୁତାବକ ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ ।  ବିଦେଶ ବ୍ୟବସାୟ ଉତ୍ସରୁ ଭଲ ଲାଭ ପାଇବେ । ସମ୍ପର୍କୀୟଙ୍କଠାରୁ ମଧ୍ୟ ଭଲ ଖବର ପାଇବେ । ପୁରୁଣା ବିନିଯୋଗରୁ ଭଲ ରିଟର୍ନ ପାଇବେ ।  ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ଆପଣ ବିନିଯୋଗ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ମୁକ୍ତି ପାଇବେ । ନିଯୁକ୍ତ ବ୍ୟକ୍ତିମାନେ ବଡ଼ କମ୍ପାନୀରୁ ଭଲ ଅଫର୍ ପାଇପାରନ୍ତି । ପାରିବାରିକ ଏବଂ ବୈବାହିକ ଜୀବିନରେ ଥିବୀ ସମସ୍ତ ସମସ୍ୟା ଧୀରେ ଧୀରେ ଶେଷ ହୋଇଯିବ ।

4/5

ଧନୁ ରାଶି -  ଆପଣ ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ମାନସିକ ଶାନ୍ତି ମିଳିବ । ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ । ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରୁ ଲାଭ ପାଇବେ। ଘରକୁ ସମ୍ପର୍କିୟଙ୍କ ଆଗମନ ହେବ । ପ୍ରେମ ସମ୍ପର୍କ ଆଗକୁ ବଢିବ ।

5/5

ମୀନ ରାଶି -  ଜୀବନର ପ୍ରତଟି କ୍ଷେତ୍ରରେ ଆଗକୁ ବଢିବେ । ଆପଣଙ୍କ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ । ବ୍ୟବସାୟରୁ ଲାଭ ମିଳିବ । ସେୟାର ମାର୍କେଟ୍ ବିନିଯୋଗରେ ଲାଭର ସମ୍ଭାବନା ଅଧିକ ରହିଛି । ଟଙ୍କା ରୋଜଗାରର ନୂଆ ରାସ୍ତା ଆପଣଙ୍କୁ ମିଳିପାରେ । କ୍ୟାରିୟରରେ ଆପଣ ଖୁବ ଆଗକୁ ବଢିବେ । ବୈବାହିକ ଜୀବନ ଖୁସିରେ କଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link