Surya Gochar 2025: ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ଅସୁବିଧା ହେବ ଦୂର

Sun Transit 2025: ଗ୍ରହ ଚଳନ ଦୃଷ୍ଟିରୁ 2025 ମସିହାର ପ୍ରତ୍ୟେକ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତି ମାସରେ କୌଣସି ପ୍ରମୁଖ ଗ୍ରହ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି । ନଅଟି ଗ୍ରହମାନଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଛି ।

1/5

ବୈଦିକ ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ, ଫେବୃଆରୀ ୧୯, ୨୦୨୫ ଦିନ ୧୨ଟା୩୪ ସମୟରେ ସୂର୍ଯ୍ୟ ଶତଭିଷା ନକ୍ଷତ୍ରରେ ପ୍ରବେଶ କରିବେ। ୨୭ଟି ନକ୍ଷତ୍ର ମଧ୍ୟରେ ଶତଭିଷା ନକ୍ଷତ୍ର ୨୪ତମ ସ୍ଥାନରେ ରହିଛି । ଏହି ନକ୍ଷତ୍ରର ଶାସକ ଗ୍ରହ ହେଉଛନ୍ତି ରାହୁ। 

2/5

କର୍କଟ ରାଶି

ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ପ୍ରଦାନ କରିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡିକ ମାସେ ମଧ୍ୟରେ ଶେଷ ହେବ । ବ୍ୟବସାୟୀ ଏବଂ କାର୍ଯ୍ୟରତ ବ୍ୟକ୍ତି ପୁରୁଣା ନିବେଶରୁ ପ୍ରଚୁର ଲାଭ ହାସଲ କରିବେ । ପରିବାରରେ ହସଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

3/5

ସିଂହ ରାଶି

ସୂର୍ଯ୍ୟଙ୍କର ରାଶି ଭାବରେ ସିଂହ ରାଶିକୁ ବିବେଚନା କରାଯାଇଥାଏ । ଭ୍ରମଣ କ୍ଷେତ୍ରରେ ସବୁଠାରୁ ଅଧିକ ଶୁଭ ପ୍ରଭାବ ପଡିବ । ନେତୃତ୍ୱ କ୍ଷମତା ବୃଦ୍ଧି ପାଇବ । ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କୁ ଅଧିକ ଆର୍ଥିକ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ନୂତନ ପ୍ରୋଜେକ୍ଟରେ ସଫଳତା ପାଇବେ। ଦରମା ବୃଦ୍ଧି ବିଷୟରେ ଆଲୋଚନା ହୋଇପାରେ ।

4/5

ମୀନ ରାଶି

ସୂର୍ଯ୍ୟଙ୍କ ଚଳନର ଶୁଭ ପ୍ରଭାବ ଆପଣଙ୍କ ରାଶିରେ ପଡ଼ିବ। କର୍ମକ୍ଷେତ୍ରରେ ପ୍ରଗତି କରିବେ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ନିଜସ୍ୱ ବ୍ୟବସାୟରେ ଆର୍ଥିକ ଉନ୍ନତି ହେବାର ସମ୍ଭାବନା ଅଛି। ଅବିବାହିତ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିପାରେ । ଛାତ୍ରଛାତ୍ରୀମାନଙ୍କ କୌଣସି କାମ ଅଟକି ରହିଥିଲେ ତାହା ଶୀଘ୍ର ସମାପ୍ତ ହୋଇପାରେ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link