Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି

Grah Gochar 2024 Rashifal: ଗ୍ରହ ରାଜକୁମାର ବୁଧ ଏବଂ ଗ୍ରହ ସେନାପତି ମଙ୍ଗଳ ଏକ ମିଶ୍ରଣ କରି `ଲାଭ ଦୃଷ୍ଟି ଯୋଗ` ଗଠନ କରୁଛନ୍ତି । ଏହି `ଲାଭ ଦୃଷ୍ଟି ଯୋଗ` ଆର୍ଥିକ ଲାଭ ଆଣିଥାଏ । ବୁଧ, ଶୁକ୍ର ଏବଂ ମଙ୍ଗଳଙ୍କ ଏହି ମହାନ ସଂଯୋଗ ସମସ୍ତ ୧୨ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । କିନ୍ତୁ ମାତ୍ର ୩ଟି ରାଶି ଏଥିରୁ ବହୁତ ଲାଭବାନ ହେବାର ସମ୍ଭାବନା ରହିଛି

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 26 Aug 2024-6:22 pm,
1/4

ତୁଳା ରାଶି

ବୁଧ, ଶୁକ୍ର ଏବଂ ମଙ୍ଗଳ ଗ୍ରହର ମହାସଂଯୋଗ ପ୍ରଭାବରେ ଆପଣଙ୍କୁ ବିଶେଷ ଲାଭ ମିଳିବ । ନୂଆ ସମ୍ପତ୍ତି କିଣିବାର ସୌଭାଗ୍ୟ ମିଳିବ । ଆଇନଗତ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ । କଳା ଏବଂ ସୌନ୍ଦର୍ଯ୍ୟ ସହ ଜଡିତ ବ୍ୟବସାୟୀ ଅଧିକ ଲାଭ ପାଇବେ । କୌଣସି ସ୍ଥାନରୁ ଏକ ବଡ଼ ଅର୍ଥରାଶି ଆପଣଙ୍କୁ ମିଳିପାରେ । ଚାକିରି କ୍ଷେତ୍ରରେ ଆପଣଙ୍କର ନେତୃତ୍ୱ ଦକ୍ଷତା ବଢିବ । ଆପଣଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୃଜନଶୀଳ ଲେଖା ପ୍ରତି ଛାତ୍ରମାନଙ୍କର ଆଗ୍ରହ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ପ୍ରେମ ଜୀବନରେ ସ୍ଥିରତା ରହିବ । ଅବିବାହିତଙ୍କ ପାଇଁ ପ୍ରସ୍ତାବ ଆସିବ ।

2/4

ଧନୁ ରାଶି

ତ୍ରିଗ୍ରାହୀ ଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହୋଇପାରେ । ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଆର୍ଥିକ ଲାଭର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ନିଜ ପ୍ରୋଜେକ୍ଟରେ ସଫଳତା ପାଇବେ । ଉଚ୍ଚଶିକ୍ଷା କରିବାର ଆଶା ପୂରା ହେବ । ଶିକ୍ଷକଙ୍କଠାରୁ ଉଚିତ ମାର୍ଗଦର୍ଶନ ପାଇବେ । ପିତାମାତାଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ପ୍ରେମ ଜୀବନରେ ଉତ୍ସାହ ବଢିବା ସହ ସମ୍ପର୍କ ସୁଦୃଢ ହେବ ।

3/4

କୁମ୍ଭ ରାଶି

କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ଲଟେରୀ ଜିତିବାର ସମ୍ଭାବନା ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ସୋସିଆଲ ମିଡିଆ ମାର୍କେଟିଂରୁ ଆପଣଙ୍କୁ ଭଲ ଲାଭ ମିଳିବ । ନୂଆ ବ୍ୟବସାୟରେ ଲାଭ ବଢିବ । ବନ୍ଧୁଙ୍କ ସହିତ ବିଶେଷ ମୁହୂର୍ତ୍ତ ବିତାଇପାରନ୍ତି । ପ୍ରେମ ଜୀବନରେ ଉତ୍ସାହ ବଢିବ ।

4/4

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link