1.Chandan gupta murder case: ଦୀର୍ଘ ୬ ବର୍ଷ, ୧୧ ମାସ ୭ ଦିନର ଅପେକ୍ଷା ପରେ ଆଜି ବହୁ ଚର୍ଚ୍ଚିତ ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡରେ ଦଣ୍ଡ ଘୋଷଣା କରାଯାଇଛି। କାସଗଞ୍ଜର ଏହି ହତ୍ୟା ମାମଲାରେ ସମସ୍ତ ୨୮ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜାନୁଆରୀ ୨୬, ୨୦୧୮ ରେ, ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାରେ ତିରଙ୍ଗା ଯାତ୍ରା ସମୟରେ ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଚନ୍ଦନଙ୍କ ପରିବାର ଦୀର୍ଘ ସମୟଧରି ଆଇନଗତ ଲଢେଇ କରିଥିଲେ । ଯାହାର ନ୍ୟାୟ ଆଜି ପରିବାର ସଦସ୍ୟଙ୍କୁ ମିଳିଛି ।
2.Dhanu jatra 2025: ଆଜିଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା। ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ପୂରା ବରଗଡ। ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ପୂରା ଅଞ୍ଚଳ। ବରଗଡ଼ ମଥୁରା ନଗରୀ ପାଲଟିଥିବାକୁ ଥିବା ବେଳେ ଅମ୍ବାପାଲି ପାଲଟିଛି ଗୋପପୁର । ଆଉ, ସେହିପରି ଜୀରାନଦୀ ପାଲଟିଛି ଯମୁନା ନଦୀ। ୧୧ ଦିନ ବ୍ୟାପି ହେବାକୁ ଥିବା ୭୭ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ସୂଚାର ରୂପେ ପରିଚାଳନ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଂଚ କାରିଗର ଅନ୍ତିମ ସ୍ପର୍ଶରେ ବ୍ୟସ୍ତ ଥିବା ବେଳେ କଳାକାରଙ୍କ ଆଭ୍ୟାସ ଶେଷ ହୋଇଛି। ଭବ୍ୟତୋରଣ, ଆଲୋକମାଳା, ଆକର୍ଷଣ ସାଜିବ।
3.Allegations against Adani: ଆମେରିକାରେ ଉଦ୍ୟୋଗପତି ଗୌତମ ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଲାଞ୍ଚ ଦେବା ଅଭିଯୋଗରେ ଏକ ବଡ଼ ଅପଡେଟ ଆସିଛି। ନ୍ୟୁୟର୍କର ଏକ ଅଦାଲତ ଏହି ତିନୋଟି ମାମଲାର ଏକକାଳୀନ ଶୁଣାଣି ସହିତ ଦୁଇଟି ଚାଲୁଥିବା ମାମଲା ଏବଂ ୨୬୫ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ଅଭିଯୋଗରେ ଅନ୍ୟ ଏକ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଦାଲତ ଦେଇଥିବା ଆଦେଶରେ କୁହାଯାଇଛି ଯେ ସମସ୍ତ ତିନୋଟି ମାମଲାର ସମାନ କୋର୍ଟରେ ଏକାଠି ଶୁଣାଣି କରାଯିବା ଉଚିତ୍। ଏହି ତିନୋଟି ମାମଲା ସମାନ ଅଭିଯୋଗ ଏବଂ କାରବାର ସହ ଜଡିତ ଥିବା କୋର୍ଟ ଜାଣିବାକୁ ପାଇଛି।
4.PM Modi: ଆଜି ଦିଲ୍ଲୀକୁ ମିଳିଲା ବଡ ଭେଟି। ରାଜଧାନୀକୁ ୪ହଜାର ୫ଶହ କୋଟି ପରିଯୋଜନା ଦେଇଛନ୍ତି ମୋଦୀ ସରକାର। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି(BJP)ର ଫୋକସରେ ବିଶ୍ବବିଦ୍ୟାଳୟ, ମେଟ୍ରୋ କରିଡର ଓ ବସ୍ତିବାସିନ୍ଦା ରହିଛନ୍ତି।
5.Weather Report: ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡି ନେଇ ଚେତାବନୀ ଜାରି। ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା। ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ସମ୍ଭାବନା।
6.Accident: ଆମେରିକା(America)ରେ ଆଉ ଏକ ବଡ଼ ଦୁର୍ଘଟଣା । ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
7. Doctor hari babu kambhampati: ଭୁବନେଶ୍ୱର: ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଏକ ଭବ୍ୟ ଉତ୍ସବରେ ଶପଥ ନେଇଛନ୍ତି। ରାଜଭବନର ନୂଆ ଅଭିଷେକ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
8.Khalistani Terrorist Pannu threatens:ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସବୁ ଦିଗରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ। ଏଥିରେ ପନ୍ନୁ କହିଛି ଯେ ଏହା ବଦ୍ଲା ନେବା ପାଇଁ ଉଦ୍ଦିଷ୍ଟ ହେବ। କୌଣସି ପ୍ରବାସୀଙ୍କୁ ନଆସିବାକୁ ପନ୍ନୁ କହିଛି। ଯେଉଁଭଳି ଭାବେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ସମୟରେ ପନ୍ନୁ ଓମକ ପଠାଇଥିଲା ସେହି ରାସ୍ତାକୁ ଏଥର ବି ଆପଣାଯାଇଛି।
9.human metapneumovirus ( HMV) China: ଚାଇନାରେ ହ୍ୟୁମାନ ମ୍ୟୁଟାପ୍ନୁମୋଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରେ ଲକ୍ଷଣ ପରି କୋଭିଡ୍ ଦେଖାଯାଏ। ଚାଇନାରେ ୨ ବର୍ଷରୁ କମ୍ ପିଲାମାନେ ବହୁ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି।
10.India vs Australia 5th Test: ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ସିଡନୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ୧୮୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଯାହା ପରେ ଟିମ୍ ଇଣ୍ଡିଆ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୩ ଓଭର ବୋଲିଂ କରିବାର ସୁଯୋଗ ପାଇଥିଲା। ଏହି ୩ ଓଭର ସମୟରେ ହିଁ ପ୍ରଶଂସକମାନେ ଜାଣିବାକୁ ପାଇଲେ ଯେ ଦ୍ୱିତୀୟ ଦିନରେ ଏକ ଆଶ୍ଚର୍ଯ୍ୟଜନକ ଖେଳ ଦେଖିବାକୁ ମିଳିବ। ପ୍ରଥମ ଦିନରେ ଜସପ୍ରୀତ ବୁମ୍ରା ଏବଂ ସାମ୍ କନଷ୍ଟାସଙ୍କ ମଧ୍ୟରେ ପୁଣି ଏକ ତୀବ୍ର ଯୁକ୍ତିତର୍କ ହୋଇଥିଲା।