Rashifal 29 May 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଆମ ଜୀବନରେ ପ୍ରଭାବ ପକାଇଥାଏ । ଏହି ଆଧାରରେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଠାରୁ ଗଣନା ଅନୁଯାୟୀ ବୁଧବାର ତଥା ୨୯ ମଇ ଆପଣଙ୍କ ପାଇଁ କେମିତି କଟିବ


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ । ନୀରବ ରହି ମଧ୍ୟ ନିଜ ଉତ୍ତର ପାଇବାରେ ସକ୍ଷମ ହେବେ । ସକାଳ ସମୟରେ ହନୁମାନ ଚାଲିସା ପାଠ କରନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ।


ବୃଷ ରାଶି
ଆପଣଙ୍କ ସୃଜନଶୀଳ ପ୍ରକୃତି କାରଣରୁ ମନ ଭିତରେ ଆତ୍ମବିଶ୍ୱାସ ବଢିବ । ସମାଜରେ ମାନ ସମ୍ମାନ ପାଇବେ । ଜୀବନରେ ପ୍ରେମ ଭରିଯିବ ।


ମିଥୁନ ରାଶି
ଦାମ୍ପତ୍ୟ ଜୀବନ ସୁଖରେ କଟିବ । ମନରେ ନୂଆ ଉତ୍ସାହ ଭରିଯିବ । ଘରେ ଖୁସିର ପରିବେଶ ରହିବ । ପିତାମାତାଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି । ସକାଳେ ଗୋମାତାଙ୍କୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ।


କର୍କଟ ରାଶି
ମାନସିକ ଶାନ୍ତି ପାଇଁ ନୂଆ ସ୍ଥାନ ଭ୍ରମଣ କରନ୍ତୁ । ମନର କଥା ବିଶ୍ୱସ୍ତ ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ ଫଳରେ ଖୁସି ଅନୁଭବ କରିବେ । ଚନ୍ଦ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଗରିବ ଲୋକଙ୍କୁ ମଇଦା, ଚାଉଳ କିମ୍ବା ଚିନି ଦାନ କରନ୍ତୁ ।


ସିଂହ ରାଶି
ଜୀବନରେ ସର୍ବଦା ଧୈର୍ଯ୍ୟ ରଖନ୍ତୁ । ଆଭ୍ୟନ୍ତରୀଣ ତୃପ୍ତି ରହିବ । ସକାଳ ସମୟରେ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ । ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।


କନ୍ୟା ରାଶି
ଟଙ୍କା ରୋଜଗାର କରିବାର ସମ୍ଭାବନା ଅଧିକ ରହିଛି । ମନରେ ଆତ୍ମବିଶ୍ୱାସର ଅଭାବ ରହିବ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି । ସକାଳେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।


ତୁଳା ରାଶି
ପରିବାରରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ । ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ । ସକାଳେ ଏକ ଛୋଟ ଝିଅକୁ ପୋଷାକ ଦିଅନ୍ତୁ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।|


ବିଛା ରାଶି
ଜୀବନରେ ସୁଖ ପରିପୂର୍ଣ୍ଣ ରହିବ । ଆତ୍ମବିଶ୍ୱାସର ସହିତ ନୂଆ ଯାତ୍ରାକୁ ଆଗକୁ ବଢାଇବେ । ସକାଳେ ହନୁମାନ ଚାଲିସା ପାଠ କରନ୍ତୁ । ମାଙ୍କଡ଼କୁ କଦଳୀ ଖାଇବାକୁ ଦିଅନ୍ତୁ ।


ଧନୁ ରାଶି
ସହକର୍ମୀ କିମ୍ବା ବନ୍ଧୁଙ୍କ ସହଯୋଗ ମିଳିବ । ଯାତ୍ରା କରିବାର ସମ୍ଭାବନା ରହିଛି । ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ।


ମକର ରାଶି
ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟରେ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । ସକାଳ ସମୟରେ କୁକୁରକୁ ଖାଇବାକୁ ଦିଅନ୍ତୁ ।


କୁମ୍ଭ ରାଶି
କ୍ରୋଧରୁ ନିଜକୁ ଦୂରେଇ ରଖନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରତିଟି ପରିସ୍ଥିତିରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସକାଳ ସମୟରେ ଶନିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ସନ୍ଧ୍ୟା ସମୟରେ ଶନିଙ୍କ ମନ୍ଦିରକୁ ଯାଇ ତେଲ ଦୀପ ଜାଳନ୍ତୁ ।


ମୀନ ରାଶି
ପତ୍ନୀଙ୍କ ସହିତ ଦୂର ଯାତ୍ରା କରିବାର ସମ୍ଭାବନା ରହିଛି । ପାରିବାରିକ ସଂପର୍କରେ ଆପଣଙ୍କ ପ୍ରତିବଦ୍ଧତା କାରଣରୁ ସମ୍ମାନ ମିଳିବ । ସକାଳେ ଗୋମାତାଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- ସୋସିଆଲ ମିଡିଆ ଅପବ୍ଯବହାରକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ୪୨୦ଟି ଆପତ୍ତିଜନକ ପୋଷ୍ଟ


Also Read- Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ