Baba vanga's prediction: ନୂଆଦିଲ୍ଲୀ: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଯେଉଁଥିରେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ଉଦ୍ୟମ ଠାରୁ ଆରମ୍ଭ କରି କର୍କଟ ଏବଂ ଆଲଜାଇମର ରୋଗର ଉପଶମ ସନ୍ଧାନ,ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି ପର୍ଯ୍ୟନ୍ତ ସବୁକିଛି ଦାବି କରିଛନ୍ତି। ଏହି ଅନ୍ଧ ଭବିଷ୍ୟ‌ଦ୍‌ବକ୍ତାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଥିବା ଦାବି ହୁଏ। ୨୦୨୨ରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣର ବାବା ଭେଙ୍ଗା ପୂର୍ବାନୁମାନ କରି ପାରିଥିଲେ ବୋଲି ଦାବି କରାଯାଏ। ବାବା ଭେଙ୍ଗା ବାଲକାନର ନାସ୍ତ୍ରୋଦାମାସ୍ ଭାବରେ ପରିଚିତ। ୧୯୧୧ ମସିହାରେ ଜନ୍ମ ହୋଇଥିବା ରହସ୍ୟମୟ ବାବା ଭେଙ୍ଗା ଘଟଣାକ୍ରମରେ ପଡ଼ି ଅନ୍ଧ ହୋଇଯାଇଥିବା କୁହାଯାଏ। ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିବାର ତାଙ୍କର ଅସାଧାରଣ ଦକ୍ଷତା ଥିବା ବିଶ୍ୱାସ କରାଯାଏ। ବାବା ଭେଙ୍ଗାଙ୍କର ୨୬ ବର୍ଷ ପୂର୍ବେ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ, କିନ୍ତୁ ଏବେ ମଧ୍ଯ ତାଙ୍କ ଭବିଷ୍ୟବାଣୀ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହୁଏ ।


COMMERCIAL BREAK
SCROLL TO CONTINUE READING

୨୦୨୪ ପାଇଁ ବାବା ଭେଙ୍ଗା କିଛି ପୂର୍ବାନୁମାନ କରି ଯାଇଛନ୍ତି। ଏହାମଧ୍ୟରୁ ଗୋଟିଏ ପୃଥିବୀର କକ୍ଷପଥ ପରିବର୍ତ୍ତନ ସହିତ ସମ୍ପର୍କିତ-ଯାହାର ଅର୍ଥ ହେଉଛି ଆମକୁ ସୁପର ଫ୍ଲଡ୍ ବା ମହାବନ୍ୟା କିମ୍ବା ପରବର୍ତ୍ତୀ ହିମ ଯୁଗର ସମ୍ମୁଖୀନ ହେବାକୁ ପଡ଼ିପାରେ, ଯାହା ପୃଥିବୀ ସୂର୍ଯ୍ୟଠାରୁ କେତେ ଦୂରକୁ ଯିବ ତାହା ଉପରେ ନିର୍ଭର କରେ। ୨୦୨୪କୁ ନେଇ ବାବା ଭେଙ୍ଗାକୁ ଆଉ ଗୋଟିଏ ଚମକପ୍ରଦ ଭବିଷ୍ୟତବାଣୀ ପୁତିନଙ୍କ ହତ୍ୟା ଉଦ୍ୟମ ସହିତ ସମ୍ପର୍କିତ। କୁହାଯାଉଛି ଯେ, ୨୦୨୪ରେ ପୁତିନଙ୍କ ହତ୍ୟା ଉଦ୍ୟମ ହୋଇପାରେ। ଆସନ୍ତୁ ଜାଣିବା ୨୦୨୪ରେ କ’ଣ ସବୁ ଘଟିପାରେ।


ପୁତିନଙ୍କ ହତ୍ୟା ଉଦ୍ୟମ
ଦ’ ମିରର ରିପୋର୍ଟ୍ ଅନୁସାରେ, ବାବା ଭେଙ୍ଗା ହୁଏତ ପୂର୍ବାନୁମାନ କରିଥିବେ ଯେ ଆସନ୍ତା ବର୍ଷ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କର ଜଣେ ଦେଶବାସୀ ହତ୍ୟା କରିବେ। ପୁଟିନଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରି କ୍ରେମଲିନ୍ ଦ୍ୱାରା ଜାରି ବିବୃତି ପରେ ଏହି ଭବିଷ୍ଯତବାଣୀକୁ ନେଇ ଚର୍ଚ୍ଚା ହେଉଛି । ନିକଟରେ ଏକ ଟେଲିଗ୍ରାମ ଚ୍ୟାନେଲ ମସ୍କୋର ଉତ୍ତରରେ ଥିବା ତାଙ୍କ ଭାଲଡାଇ ପ୍ରାସାଦରେ ପୁଟିନଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଦାବି କରିଥିଲା। ଏହା ସହିତ ପୁଟିନଙ୍କୁ କର୍କଟ ରୋଗ ହୋଇଥିବା ଖବରକୁ ମଧ୍ଯ କ୍ରେମଲିନ୍ ଅସ୍ୱୀକାର କରିଛି।


ୟୁରୋପେର ଆତଙ୍କବାଦୀ ଆକ୍ରମଣ
୨୦୨୪ରେ ୟୁରୋପରେ ଆତଙ୍କବାଦୀ କାର୍ଯ୍ୟକଳାବ ବୃଦ୍ଧି ପାଇବ ବୋଲି ବାବା ଭେଙ୍ଗା ଭବିଷ୍ୟତବାଣୀ କରିଥିବା ଦ’ ମିରର ଦାବି କରିଛି । ଦି ମିରର ରିପୋର୍ଟ ଅନୁସାରେ ୨୦୨୪ରେ ଗୋଟିଏ ବଡ଼ ଦେଶ ଜୈବିକ ଅସ୍ତ୍ର ପରୀକ୍ଷଣ କରିବ।


ଭୟାବହ ପ୍ରାକୃତିକ ବିପର୍ଯ୍ୟୟ
୨୦୨୪ ପାଇଁ ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଘଟିପାରେ,ଯାହା ସାଧାରଣତଃ ଦୀର୍ଘ ସମୟ ଅବଧିରେ ଘଟିଥାଏ । କିନ୍ତୁ ଯଦି ଏହା ଶୀଘ୍ର ଘଟେ,ତେବେ ଆମେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିକିରଣ ସ୍ତରର ବୃଦ୍ଧି ମଧ୍ୟ ଦେଖିପାରିବା ।


ଆର୍ଥିକ ସଙ୍କଟ ହେବ ଭୟାବହ
ବାବା ଭେଙ୍ଗା ଙ୍କ ଅନୁସାରେ ୨୦୨୪ରେ  ଏକ ବଡ ଅର୍ଥନୈତିକ ସଙ୍କଟର ସମ୍ମୁୀନ ହେବ ବିଶ୍ୱ, ଯାହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଋଣ ସ୍ତର ବୃଦ୍ଧି, ଭୂ-ରାଜନୀତି(ଜିଓ ପଲିଟିକ୍ସ)କୁ ନେଇ ତିକ୍ତତା ଏବଂ ପାଶ୍ଚାତ୍ୟରୁ ପୂର୍ବକୁ ବିଶ୍ୱ ଅର୍ଥନୀତିର ଶକ୍ତି ସ୍ଥାନାନ୍ତର ଭଳି କାରଣ ହେତୁ ଏହା ହୋଇପାରେ ବୋଲି ସେ ଦାବି କରିଛନ୍ତି।


ସାଇବର ଆକ୍ରମଣ
ବାବା ଭେଙ୍ଗା ଦାବି କରିଛନ୍ତି ଯେ 2024 ରେ ସାଇବର ଆକ୍ରମଣରେ ବୃଦ୍ଧି ଘଟିପାରେ। ଆଜ୍ଞା ହଁ, ଚତୁର ହ୍ୟାକର୍ସ ବିଦ୍ୟୁତ୍ ଗ୍ରୀଡ୍ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରି ଜଟିଳ ଭିତ୍ତିଭୂମି ଉପରେ ସିଧାସଳଖ ଆକ୍ରମଣ କରିବେ, ଯାହାଦ୍ୱାରା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ।


ବୈଷୟିକ ବିପ୍ଳବ
ସେହିଭଳି ହିଷ୍ଚ୍ରି Co.uk ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ମଧ୍ୟ ୨୦୨୪ ରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଏକ ବଡ଼ ସଫଳତା ମିଳିବ ବୋଲି କହିଥିଲେ । କ୍ୱାଣ୍ଟମ୍ ଗଣନା ଦ୍ରୁତ ଅଗ୍ରଗତି କରୁଥିବାରୁ ଏହା ଆସିବ ଏବଂ ପାରମ୍ପାରିକ କମ୍ପ୍ୟୁଟର ଅପେକ୍ଷା ଶୀଘ୍ର ସମସ୍ୟାର ସମାଧାନ କରିପାରିବ । ଯଦି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୁଏ, ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ୨୦୨୪ ରେ ଆକାଶ ଛୁଇଁପାରେ ।


ଡାକ୍ତରୀ ସଫଳତା
ଚିକିତ୍ସା କ୍ଷେତ୍ରରେ ମଧ୍ଯ ସର୍ବୋତ୍ତମ ଫଳାଫଳ ୨୦୨୪ରେ ଆସିପାରେ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରି ଯାଇଛନ୍ତି । ଏହି ଅନ୍ଧ ଭବିଷ୍ୟତବକ୍ତାଙ୍କ ଅନୁସାରେ ୨୦୨୪ ମସିହାରେ ଆଲଜାଇମର ଏବଂ କର୍କଟ ଭଳି ଭୟଙ୍କର  ରୋଗ ପାଇଁ ନୂତନ ଚିକିତ୍ସା ପଦ୍ଧତି ଆବିଷ୍କୃତ ହେବ।