first hygienic fish market: ବାଲେଶ୍ୱର (ଦିଲ୍ଲୀପ ଦାସ): ବାଲେଶ୍ଵର ଜିଲ୍ଳା ବସ୍ତାରେ ରାଜ୍ୟର ବୃହତ ହାଇଜେନିକ ମାଛ ମଣ୍ଡି ନିର୍ମାଣ ପାଇଁ ବାହାର୍ଦା କୃଷି  ଫାର୍ମ ର ଜମିରେ   ସ୍ଥିତି ଅନୁଧ୍ୟାନ କଲେ, ଓଡ଼ିଶାସରକାରଙ୍କ  ମତ୍ସ୍ୟ ବିଭାଗ।ଯୋଗ ଦେଲେ ରାଜ୍ୟର ସମସ୍ତ ମତ୍ସ୍ୟ ଜୀବି ସଂଘ ସହିତ ବହୁ  ସରକାରୀ ବରିଷ୍ଠ ପଦାଧିକାରୀ। ପଚାଶ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ କୋଡ଼ିଏ ଏକର ଜମିରେ ବିରାଟ ଆନ୍ତଃରାଜ୍ୟ ହାଇଜେନିକ ମାଛ ବଜାର ନିର୍ମାଣ ହେବ। 


COMMERCIAL BREAK
SCROLL TO CONTINUE READING

ଓଡ଼ିଶାର ୪୬୦ କିମି ସାମୁଦ୍ରିକ ବେଳାଭୁମି ଥିବା ବେଳେ ଅନେକ ନଦୀ ଓ ହ୍ରଦ ରହିଛି। ଏହାଛଡା ଏବେ ମାଛ ଚାଷକୁ କ୍ରୁଷି ଭାବରେ ଗ୍ରହଣ କରି ଗାଁ ଠାରୁ ସହର ସମସ୍ତେ ନିଜ ନିଜର ପୋଖରୀରେ ମାଛ ଚାଷ କରିବା ସହିତ କୁଣ୍ଡରେ ମଧ୍ୟ ମାଛ ଚାଷ କରୁଛନ୍ତି। ଏହିସବୁ ସୂତ୍ରରୁ ଉତ୍ପାଦିତ ମାଛ ବିକ୍ରି ପାଇଁ ଭଲ ଆନ୍ତଃରାଜ୍ୟ ମାଛ ବଜାରର ଅଭାବ ରହଛି। ଚାଷୀ ମାଛ ଉତ୍ପାଦନ ପରେ ସହଜରେ ଓ ଉପଯୁକ୍ତ ମୂଲ୍ୟରେ ବିକ୍ରି କରି ପାରିଲେ ଲାଭବାନ ହେବେ। 
ଓଡ଼ିଶା ମତ୍ସ୍ୟ ଉତ୍ପାଦନ ରେ ଆଗୁଆ ଥିଲେ ମଧ୍ୟ ଉପଯୁକ୍ତ ମଣ୍ଡି ଅଭାବରୁ ପଡୋଶୀ ପଶ୍ଚିମବଙ୍ଗ ସହିତ ଅନେକ ରାଜ୍ୟ ଓଡ଼ିଶା ର ବ୍ୟବସାୟ କରି ଲାଭବାନ ହେଉଥିବା ବେଳେ ଓଡ଼ିଶା ମାଛ ଚାଷୀ ଓ ବ୍ୟବସାୟୀ ଲାଭ ଉଠାଇ ପାରୁ ନାହାନ୍ତି। ଏଥିପାଇଁ ମଧ୍ୟ ଅନେକ ଚାଷୀ ଓ ବ୍ୟବସାୟ ମାଛ ଚାଷ ଓ ବ୍ୟବସାୟ ରୁ ମୁହଁ ଫେରାଇବା ଦେଖିବାକୁ ମିଳୁଛି। ତେବେ ରାଜ୍ୟ ସରକାରଙ୍କ ବସ୍ତା ରେ ହାଇ ଜେନିକ ମଣ୍ଡି ପାଇଁ ସବୁଜ ସଙ୍କେତ ପରେ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟିଅଛି। 


ଏଠାରେ ଉଭୟ ସଡ଼କ ଓ ରେଳ ପଥରେ ପରିବହନ ସୁବିଧା ରହିଥିବା ବେଳେ ପଶ୍ଚିମବଙ୍ଗର କଲିକତା ଅନ୍ତର୍ଦେଶୀୟ ବଜାର ଅତି ନିକଟରେ ଥିବାରୁ ଉଭୟ ଚାଷୀ ଓ ବ୍ୟବସାୟୀ ଲାଭବାନ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ର ବିକାଶ ଘଟିବ ବୋଲି ମତ୍ସ୍ୟ ବିଭାଗୀୟ ଅଧିକାରୀ ଓ ସଙ୍ଘ କର୍ମକର୍ତ୍ତା ମାନେ ପ୍ରତିକ୍ରିୟା ରଖିଛନ୍ତି। ତେବେ କେବେ  ମଣ୍ଡି  କାର୍ଯ୍ୟକ୍ଷମ ହେଉଛି ତାହା ଊପରେ ସଭିଙ୍କ ନଜର।