Bargarh Farmer Protest: ବରଗଡ଼ (ବଳରାମ ଦୀପ): ବରଗଡ଼ ଜିଲ୍ଲା ପଦ୍ମପୁରରେ ଚାଷୀଙ୍କ ବିଶାଳ ସମାବେଶ। ଏକାଠି ହେଲେ ପଶ୍ଚିମ ଓଡ଼ିଶାର ହଜାର ହଜାର ଚାଷୀ। ଦେଖାଇଲେ ଦମ୍ ସରକାରଙ୍କ ଉପରେ ପକାଇଲେ ଚାପ। ଇନପୁଟ ସବସିଡି, ବୀମା ସହାୟତା, ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା, କୃଷି ଋଣ ଓ ବିଦ୍ୟୁତ ବିଲ ଛାଡ଼, ଶୀତଳ ଭଣ୍ଡାର ଖୋଲିବା ଦାବି ନେଇ ପଦ୍ମପୁରରେ ଗର୍ଜିଲେ ଚାଷୀ। 


COMMERCIAL BREAK
SCROLL TO CONTINUE READING

ଚାଷୀଙ୍କ ୧୨ ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟ୍ ବର୍ଜ୍ଜନ କରାଯିବା ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛି ରାଜବୋଡାସମ୍ବର କୃଷକ ସଙ୍ଗଠନ। ପଦ୍ମପୁର ସହରର ଗୋରୁ ବଜାରରୁ ହଜାର ହଜାର ପୁରୁଷ ମହିଳା ପ୍ଲାଏ କାର୍ଡ ଧରି ସ୍ଲୋଗାନ ଦେଇ ଦୁଲଡୁଲି ବଜା,ଘଣ୍ଟ, ଝାଞ୍ଜ ଓ ସଂକୀର୍ତ୍ତନ ବାଦ୍ୟ ବଜାଇ ବାଦ୍ୟରେ ତାଳେ ତାଳେ ବିଶାଳ ରାଳି ପରିକ୍ରମା କରି ସରକାରଙ୍କୁ କରିଛନ୍ତି ପ୍ରତିବାଦ।


ନୋ ଇନ୍ସୁରାନ୍ସ ନୋ ଭୋଟ୍। ଭିକ ନୁହେଁ ଆମକୁ ଆମର ହକ୍ ଦିଅ। ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦିଅ। କୃଷି ଋଣ ଛାଡ କର, ପନିପରିବା ଚାଷ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କର। ସବୁ ଜମିକୁ ଜଳସେଚନ, ଆଦର୍ଶ ମଣ୍ଡିରେ ବିନା କଟନି ଛଟନିରେ ଧାନ କିଣ। ମହିଳାଙ୍କୁ ଦେୟ ମୁକ୍ତ ତାଲିମ ବିନା ସୁଧରେ ଋଣ ଦିଅ। ୧୨ ଦଫା ଦାବି ନେଇ ବରଗଡ଼ ଜିଲ୍ଲା ପଦ୍ମପୁରରେ ଆଜି ଚାଷୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପଦ୍ମପୁର ରାଜବୋଡାସମ୍ବର ଡାକରାରେ ପଦ୍ମପୁରରେ ଆୟୋଜିତ ହୋଇଥିଲା ବିଶାଳ କୃଷକ ଚେତାବନୀ ସମାବେଶ। ସମାବେଶରେ ଏକାଠି ହୋଇଥିଲେ କଳାହାଣ୍ଡି, ସୋନପୁର, ସମ୍ବଲପୁର, ନିୟମଗିରି, ନୂଆପଡା, ବରଗଡ଼ ,ବଲାଙ୍ଗୀରର ହଜାର ହଜାର ମହିଳା ପୁରୁଷ ଚାଷୀ।


ବିଷମୁକ୍ତ ଚାଷ, ଋଣ ମୁକ୍ତ ଚାଷୀ। ଚାଷୀ ବଞ୍ଚାଅ ଦେଶ ବଞ୍ଚାଅ। ପଦ୍ମପୁରରେ ଆୟୋଜିତ ବିଶାଳ କୃଷକ ଚେତାବନୀ ସମାବେଶରେ ହଜାର ହଜାର ମହିଳା ଓ ପୁରୁଷ ଚାଷୀ କରିଛନ୍ତି ପ୍ରତିବାଦ। ମହିଳା ହୁଅନ୍ତୁ କି ପୁରୁଷ ସଭିଙ୍କ ହାତରେ ଥିଲା ପ୍ଲାଏ କାର୍ଡ ଦେଉଥିଲେ ସ୍ଲୋଗାନ। କିଏ ଧରିଥିଲା ହଳ ନଙ୍ଗଳ ଆଉ କିଏ ଦେଉଥିଲା ନାରାବାଜି । ପଦ୍ମପୁର ଗୋରୁ ବଜାରରୁ ଚାଷୀଙ୍କ ବାହାରିଥିଲା ନିଆରା ରାଲି। ଦୁଲଦୁଲି ବଜା, ଘଣ୍ଟ ବାଦ୍ୟ, ଝାଞ୍ଝ, ସଂକୀର୍ତ୍ତନ ବାଦ୍ୟର ତାଳେ ତାଳେ ଭିନ୍ନ ଢଙ୍ଗରେ ଚାଷୀମାନେ ଟାଉନ ପରିକ୍ରମା କରିଥିଲେ। ଏହାପରେ ପଦ୍ମପୁର ଆରଏମସିରେ ଆୟୋଜିତ କୃଷକ ଚେତାବନୀ ସମାବେଶରେ ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କରିଛନ୍ତି ଚାପ ପ୍ରୟୋଗ। ଚାଷୀ ସଙ୍ଗଠନର ଦାବି ପୁରା ନହେଲେ ଆଗାମୀ ପଦ୍ମପୁର ନିର୍ବାଚନରେ ଭୋଟ୍ ବର୍ଜ୍ଜନ କରାଯିବ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛି ଚାଷୀ ସଙ୍ଗଠନ।


ଅଧିକ ପଢନ୍ତୁ: ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ