ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ
Advertisement

ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ

ଭାରତରେ ଆରମ୍ଭ ହୋଇଛି ଡିଡିଟାଲ ମୁଦ୍ରା ଯୁଗ । ଗତ ଏକ ବର୍ଷ ଧରି ଡିଜିଟାଲ୍ ମୁଦ୍ରାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଲାଗି ରହିଥିବାବେଳେ ଶେଷରେ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ  (RBI)  ମଙ୍ଗଳବାର ଡିଜିଟାଲ ଟଙ୍କାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। କିନ୍ତୁ ଏବେ ସମସ୍ତଙ୍କ ମନରେ ଉଠିଥି

ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ

Digital Rupees: ଭାରତରେ ଆରମ୍ଭ ହୋଇଛି ଡିଡିଟାଲ ମୁଦ୍ରା ଯୁଗ । ଗତ ଏକ ବର୍ଷ ଧରି ଡିଜିଟାଲ୍ ମୁଦ୍ରାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଲାଗି ରହିଥିବାବେଳେ ଶେଷରେ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ  (RBI)  ମଙ୍ଗଳବାର ଡିଜିଟାଲ ଟଙ୍କାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। କିନ୍ତୁ ଏବେ ସମସ୍ତଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି -

  • ଡିଜିଟାଲ ମୁଦ୍ରା କ’ଣ?  
  • ଏହା କ୍ରିପ୍ଟୋ କରେନ୍ସି ପରି ହେବ କି?
  • ଭବିଷ୍ୟତରେ ଏହା କିପରି ପରିଚାଳିତ ହେବ?
  • ରିଜର୍ଭ ବ୍ୟାଙ୍କ ଡିଜିଟାଲ ମୁଦ୍ରା କିପରି ନିୟନ୍ତ୍ରଣ କରିବ?
  • ଭାରତ ଏହାକୁ କ୍ରିପ୍ଟୋ କରେନ୍ସି ସହିତ ସମାନ କରିବାକୁ ଚିନ୍ତା କରୁଛି କି?
  • ଏସବୁ ବ୍ୟତୀତ ସାଧାରଣ ଲୋକେ ଏହାକୁ କିପରି ବ୍ୟବହାର କରିବାକୁ ସମର୍ଥ ହେବେ?

ନିକଟ ଅତୀତରେ କ୍ରିପ୍ଟୋ କରେନ୍ସିର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । କ୍ରିପ୍ଟୋ କରେନ୍ସି ବ୍ୟବହାର ବୃଦ୍ଧି କାରଣରୁ ବିଶ୍ୱର ଅନେକ ବିକଶିକ ରାଷ୍ଟ୍ରରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି । ନିଜ ଦେଶର ମୁଦ୍ରାକୁ ବଜାୟ ରଖିବା ସଙ୍କଟ ଦେଇ ଗତି କରୁଛନ୍ତି ଅନେକ ରାଷ୍ଟ୍ର। ଏହି କାରଣରୁ ସମସ୍ତ ଦେଶ ନିଜ ସ୍ତରରେ କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । କାରଣ କ୍ରିପ୍ଟୋ କରେନ୍ସିକୁ କେହି ନିୟନ୍ତ୍ରଣ କରୁନାହାଁନ୍ତି, ତେଣୁ ଏହା ମାଧ୍ୟମରେ ଆତଙ୍କବାଦ ପାଣ୍ଠି ସଂଗ୍ରହ ଆଶଙ୍କା ରହିଛି । କ୍ରିପ୍ଟୋ କରେନ୍ସି ପରିଚାଳନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଥର ଉଦବେଗ ପ୍ରକାଶ କରିଛନ୍ତି। ଚଳିତବର୍ଷ ବଜେଟରେ ଡିଜିଟାଲ୍ ରୁପି ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ କୌଣସି ସୁଯୋଗ ଦେବାକୁ ଚାହୁଁନାହାଁନ୍ତି। ସେହି ସମୟରେ କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିଥିଲେ ସରକାର ।

ଡିଜିଟାଲ ମୁଦ୍ରା କ’ଣ?  
ବର୍ତ୍ତମାନ ଆମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଦ୍ୱାରା ଜାରି ହୋଇଥିବା ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଏବଂ ମୁଦ୍ରା ବ୍ୟବହାର କରୁଛନ୍ତି। ଏହାର ଡିଜିଟାଲ୍ ଫର୍ମକୁ ଡିଜିଟାଲ୍ ରୁପି କୁହାଯିବ । ଟେକନିକାଲ ବା ବୈଷୟିକ ଭାଷାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC) ମଧ୍ୟ କୁହାଯାଇପାରେ। ଏହା ହେଉଛି ଟଙ୍କାର ଇଲେକ୍ଟ୍ରୋନିକ୍ ଫର୍ମ, ଯାହାକୁ ଆମେ ସ୍ପର୍ଶ ନକରି ବ୍ୟବହାର କରିପାରିବା। ପୂର୍ବରୁ ସରକାର ୨୦୨୨ ବଜେଟରେ ଏନେଇ ଘୋଷଣା କରିଥିଲେ।

କ୍ରିପ୍ଟୋ କରେନ୍ସି ଓ ଡିଜିଟାଲ୍ ଟଙ୍କା ମଧ୍ୟରେ ପାର୍ଥକ୍ୟ କ’ଣ?
କ୍ରିପ୍ଟୋ କରେନ୍ସିକୁ କେହି ନିୟନ୍ତ୍ରଣ କରନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ନିର୍ଭର କରେ । ତେଣୁ ଏହାକ କାରବାର ପାଇଁ ସରକାରୀ ମୁଦ୍ରା ଭାବରେ ବିବେଚନା କରାଯାଏ ନାହିଁ । କିନ୍ତୁ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ପ୍ରଦାନ କରିବ। ଏହାର କାର୍ଯ୍ୟ ସଂପୂର୍ଣ୍ଣ ରୂପେ ରିଜର୍ଭ ବ୍ୟାଙ୍କ ହାତରେ ରହିବ ଏବଂ ବ୍ୟାଙ୍କଗୁଡିକ ଏହାକୁ ଗ୍ରାହକମାନଙ୍କୁ ମଧ୍ୟ ବଣ୍ଟନ କରିପାରିବେ।

ପରସ୍ପରକୁ କିପରି ଟ୍ରାନ୍ସଫର କରିବେ?
ଡିଜିଟାଲ୍ ରୁପିର ଖୁଚୁରା ସଂସ୍କରଣକୁ ଆମ ପରି ସାଧାରଣ ଲୋକ ବ୍ୟବହାର କରିପାରିବେ। ଏବଂ ଏହା ଟୋକେନ୍ ଆଧାରିତ ହେବ। ବ୍ୟକ୍ତିବିଶେଷଙ୍କୁ ରସିଦ ମଧ୍ୟ ଦିଆଯାଇପାରେ (ଇ-ମେଲ୍ ମାଧ୍ୟମରେ)।  ଡିଜିଟାଲ୍ ମୁଦ୍ରା ଆଦାନପ୍ରଦାନ କରିବାବେଳେ, ପାସୱାର୍ଡ ପରି ସବିଶେଷ ତଥ୍ୟ ଆବଶ୍ୟକ ହୋଇପାରେ। ସମ୍ପୂର୍ଣ୍ଣ ପ୍ରୋଗ୍ରାମ ଶେଷ ହେବା ପରେ ଅବଧି ଆଧାରରେ ଏହାକୁ ବିଭିନ୍ନ ସେକ୍ଟର ପ୍ରଦାନ କରାଯାଇପାରିବ। ଉଦାହରଣ ସ୍ୱରୂପ, ସାରର ସବସିଡି  ପାଇଁ ଚାଷୀଙ୍କୁ ଡିଜିଟାଲ୍ ଟଙ୍କା ପ୍ରଦାନ କରାଯିବ।

ଡିଜିଟାଲ୍ ଟଙ୍କା ଉପରେ ସୁଧ ମିଳିବ କି?
ନା, ଡିଜିଟାଲ ଟଙ୍କା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କୌଣସି ସୁଧ ପ୍ରଦାନ କରିବ ନାହିଁ । ଡିଜିଟାଲ ଟଙ୍କା କାରବାର ଉପରେ RBI ନଜର ରଖିଛି । ଯେତେବେଳେ କେହି ଆମକୁ ଏକ ନୋଟ୍ ଦିଅନ୍ତି, କେହି ଜାଣନ୍ତି ନାହିଁ ଯେ ଏହି ଟଙ୍କା କାହାଠାରୁ ଆସିଛି । କିନ୍ତୁ ଡିଜିଟାଲ୍ ରୁପିରେ ଏହା ଘଟିବ ନାହିଁ । ରିଜର୍ଭ ବ୍ୟାଙ୍କ ସମସ୍ତ ଟଙ୍କା କାହାକୁ ଦେଇଛନ୍ତି ତାହା ଚିହ୍ନଟ କରିବାରେ ସକ୍ଷମ ହେବ । ବିଶେଷକରି ବଡ଼ ପରିମାଣ ଉପରେ ନଜର ରଖାଯିବ ।

ଇଣ୍ଟରନେଟ୍ ବିନା ଡିଜିଟାଲ୍ ଟଙ୍କା ସ୍ଥାନାନ୍ତର କରିହେବ କି?
ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଅଫଲାଇନ ମୋଡରେ କାମ କରୁଛି। ତାହା ହେଉଛି, ଯେତେବେଳେ ବି ସାଧାରଣ ଲୋକଙ୍କ ଆବଶ୍ୟକ ପଡ଼ିବ, ସେମାନେ ଏହାକୁ ଅଫଲାଇନରେ ମଧ୍ୟ ବ୍ୟବହାର କରିପାରିବେ ।

ପାଇଲଟ୍ ପ୍ରୋଜେକ୍ଟ ନଭେମ୍ବର ପହିଲାରୁ ଆରମ୍ଭ ହୋଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୋମବାର ଏନେଇ ବିବୃତ୍ତି ଜାରି କରିଥିଲା । ଏହି ପରୀକ୍ଷଣ ଅଧୀନରେ ସରକାରୀ ସିକ୍ୟୁରିଟିରେ ସେକେଣ୍ଡାରୀ ବଜାର କାରବାର କରାଯିବ । 'କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (central bank digital currency OR CBDC) ପ୍ରବର୍ତ୍ତନ ହେବ ।  ଯୋଜନା ଦିଗରେ ପଦକ୍ଷେପ ନେଇ ଆରବିଆଇ ଡିଜିଟାଲ ଟଙ୍କାର ପାଇଲଟ ପରୀକ୍ଷା ଆରମ୍ଭ କରିଛି । ହୋଲସେଲ କାରବାର (Wholesale Transactions) ପାଇଁ ପ୍ରଥମ ପର୍ଯ୍ୟାୟରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଏବଂ ଏଚଏସବିସି ବ୍ୟାଙ୍କକୁ ସ୍ୱୀକୃତି ମିଲିଛି ।