ବ୍ରହ୍ମପୁର: ଲୋକଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ। ପ୍ରଦୁଷଣ ଓ ଦୁର୍ଘଟଣା ମୁକ୍ତ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ୨୩ ଜଣ ବ୍ୟକ୍ତି ସାଇକେଲ ରାଇଡ କରିଛନ୍ତି। ପ୍ରାୟ ୭୫ ଘଣ୍ଟାରେ ସେମାନେ ଏକ ହଜାର କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ବର ସାଇକେଲ ରାଇଡ ଅନୁଷ୍ଠାନର ୨୩ ଜଣ ବ୍ଯକ୍ତି ପ୍ରଦୁଷଣ ଓ ଦୁର୍ଘଟଣା ମୁକ୍ତ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ୭୫ ଘଣ୍ଟା ମଧ୍ୟରେ ଏକ ହଜାର କିଲୋମିଟର ଅତିକ୍ରମ କରି ନିଜର ଲକ୍ଷ୍ୟ ପୁରଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କୋଡାକ୍ସ ଇଣ୍ଡିଆ ରାନୋନିୟସ ତରଫରୁ ଆୟୋଜିତ କରାଯାଇଥିଲା। ଗତ ୨୪ ତାରିଖରୁ ୨୩ ଜଣ ବ୍ଯକ୍ତି ନିଜର ଲକ୍ଷ୍ୟ ନେଇ ଭୁବନେଶ୍ବର ଠାରୁ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ବିଶାଖାପାଟନମ୍ ଦେଇ ବିଜୟବରମରୁ ୟୁ-ଟର୍ନ ନେଇ ପୁଣି ଭୁବନେଶ୍ବର ଫେରିଛନ୍ତି। 


Also Read: ପିଲାଙ୍କୁ କୋରୋନା ଟିକା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ନେଇ ଆସିଲା ବଡ଼ ଅପଡେଟ୍


ବିଶେଷ କରି ଯୁବପିଢି ଅଧିକରୁ ଅଧିକ ଗାଡି ଚଳାଇବା ସମୟରେ ମୋବାଇଲରେ ଲିପ୍ତ ରହି ଦୁର୍ଘଟଣାର ଶିକାର ହେଉଛନ୍ତି। ଏପରିକି ଦିନକୁ ଦିନ ତୈଳ ଦର ବୃଦ୍ଧି  ଯୋଗୁଁ ଖର୍ଚ୍ଚ ବଢୁଛି ଏଥି ସହ ଗାଡି ମୋଟର ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ପ୍ରଦୂଷଣ ବଢୁଛି। ତେଣୁ ୨୩ ଜଣ ରାଇଡର ସାଇକେଲ ଚଳାଇ ନିଜକୁ ଫିଟ ରଖିବା ସହ ସୁସ୍ଥ ଭାରତ ଗଠନର ବାର୍ତ୍ତା ଦେଇଛନ୍ତି। ଭୁବନେଶ୍ବର ସାଇକେଲିଂ ଏଡଭାଞ୍ଚରର ଏଭଳି ପ୍ରୟାସକୁ ଦେଖି ବିଭିନ୍ନ ସ୍ଥାନରେ ସାଇକେଲ ରାଇଡରଙ୍କୁ ସ୍ବାଗତ କରାଯାଇଛି।