ବ୍ରହ୍ମପୁର: ବଡ ବଜାର ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ATM କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟ ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଖୁବଶୀଘ୍ର ଲୁଟ ଉପରୁ ପରଦା ଉଠାଇବ ବୋଲି ପୋଲିସ କହିଛି। 


COMMERCIAL BREAK
SCROLL TO CONTINUE READING

କିଛି ଦିନର ବ୍ଯବଧାନ ପରେ ବ୍ରହ୍ମପୁର ସହରରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ସିରିଜ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଟେର ମିଳିନଥିବା ବେଳେ ଏବେ ପୁଣି ଥରେ ପୋଲିସକୁ ଡକାୟତ ଗ୍ୟାଙ୍ଗ ଖୋଲା ଚ୍ଯାଲେଞ୍ଜ ଦେଇଛନ୍ତି। ଗତ ୧୮ ତାରିଖରେ ସହରର ବଡ ବଜାର ଥାନା ଠାରୁ କେଇ ମିଟର ଦୂର ଶ୍ରୀରାମ ନଗର ଛକ ନିକଟରେ ଥିବା ATM Counterରେ ଟଙ୍କା ଭରିବାକୁ ଯାଇଥିବା କ୍ୟାସ ଭ୍ୟାନ (High Security Cash Van) କୁ ବନ୍ଧୁକ ମୁନରେ ଅପହରଣ କରି ଲୁଟେରାମାନେ ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ ପଛରେ ଆନ୍ତରାଜ୍ଯ ଲୁଟେରା ସମ୍ପୃକ୍ତ ରହିଥିବା ପୋଲିସ ଅନୁମାନ କରିବା ସହ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଛି।  


Also Read: କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟିନେଲେ ଲୁଟେରା; ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି


ଅପହରଣ ହେବାର ଦୀର୍ଘ ସମୟ ପରେ ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ସୋରଳ ଗ୍ରାମ (Sorala Village) ନିକଟରୁ ପୋଲିସ ଠାବ କରିଥିଲା। ଏବେ ସେହି ଡ୍ରାଇଭର ସମେତ ୩ ଜଣଙ୍କୁ ବଡ ବଜାର ପୋଲିସ ଅଟକ ରଖି ପଚଡରା ଉଚରା କରୁଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନଥିବା ବେଳେ ଟଙ୍କା କୁଆଡେ ଗଲା ତାହାର ପତ୍ତା ମଧ୍ୟ ମିଳିନାହିଁ। କ୍ୟାସ ଭ୍ୟାନର କର୍ମଚାରୀ ଓ ଲୁଟେରାଙ୍କ ମଧ୍ୟରେ କୌଣସି ଲିଙ୍କ ଅଛି କି ନାହିଁ, ସେ ନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ଏକ ସ୍କୋର୍ପିଓ ଗାଡିରେ ମୁଖାଧାରୀ ଲୁଟେରା ଆସି ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।   


ସୂଚନା ଯୋଗ୍ୟ, ଗତ ୧୮ ତାରିଖ ବୁଧବାର ସମୟ ପ୍ରାୟ ୧୨ଟା। ବ୍ରହ୍ମପୁର ସହରର ବଡ ବଜାର ଥାନା (Berhampur Bada Bazar) ଠାରୁ କେଇ ମିଟର ଦୂରରେ ଅବସ୍ଥିତ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ (Shreeram Nagar Axis Bank) ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଲାଗି ପହଞ୍ଚିଥିଲା ଏଜିଏସ କମ୍ପାନୀ ହାଇ ସିକ୍ୟୁରିଟି ଭ୍ୟାନ। ଏଟିଏମରେ ଟଙ୍କା ଭର୍ତ୍ତି ଲାଗି ବନ୍ଧୁକଧାରୀ ସିକ୍ୟୁରିଟି ସହ ଜମାକାରୀ ଏଟିଏମ ଭିତରକୁ ଯାଇଥିବା ସମୟରେ ହଠାତ୍ ଏକ ସ୍କୋର୍ପିଓ ଗାଡିରେ ଆସି ସେଠାରେ ପହଞ୍ଚି ଥିଲେ କିଛି ମୁଖାଧାରୀ ଲୁଟେରା।