ବ୍ରହ୍ମପୁର: ଡ୍ଯୁଟି ସମୟରେ ଅଫିସ୍ କାମ ଛାଡି ବାବୁ କରୁଛନ୍ତି ମଉଜ ମଜଲିସ୍। ଖୋଦ୍ ବିଭାଗୀୟ ଅଧିକାରୀ ନିଜର ପୁରା ଟିମ୍କୁ ସାଥିରେ ନେଇ କରୁଛନ୍ତି ବଣ ଭୋଜି ଆସର। ବଣ ଭୋଜିରେ ମଦ ମାଂସର ଆସର ସହ ସମସ୍ତେ ମଲଗୁଲ୍। ଆଜ୍ଞା ହଁ ଆମେ କହୁଛୁ ମେକାନିକାଲ ଡିଭିଜନ କାର୍ଯ୍ଯାଳୟର କଥା। ବିଭାଗୀୟ ଅଧିକାରୀଙ୍କ ସମେତ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ସୋନପୁର ବେଳାଭୂମିରେ ସରକାରୀ ଗାଡିକୁ ବ୍ଯବହାର କରି ଠିକାଦାରଙ୍କ ସହ ମିଶି ମଦ ମାଂସ ଆସ କରୁଥିବା ବେଳେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଖବର ପାଇ Zee Odisha Camera Team ବିଭାଗରେ ପହଞ୍ଚି ଦେଖିବା ବେଳେ ଚିତ୍ର ସ୍ପଷ୍ଟ ବାରି ହେଉଥିଲା କିଭଳି ଚାଲେ ଏହି କାର୍ଯ୍ଯାଳୟ। ସମସ୍ତ ଚେୟାର ଖାଲି ପଡିଥିବା ବେଳେ ପ୍ରଶ୍ନ ଉଠୁଛି ଡ୍ଯୁଟି ସମୟରେ ଅଫିସ୍ କାମ ଛାଡି ବାବୁ କିପରି ଏଭଳି ଭୋଜି ଭାତର ଆୟୋଜନ କଲେ। ଖୋଦ୍ ବିଭାଗୀୟ ଅଧିକାରୀ ଯଦି ଡ୍ଯୁଟି ସମୟରେ ଅଫିସ୍ କାମ ଛାଡି ଏଭଳି କାମ କରିବେ ତାହେଲେ ତାଙ୍କ ଅଧସ୍ଥନ କର୍ମଚାରୀ ତାଙ୍କ ଠାରୁ କଣ ଶିଖେବ। ସରକାରୀ ରାଜକୋଷରୁ ଦରମା ନେଉଥିବା ବାବୁଙ୍କ ବିରୁଦ୍ଧରେ ଏବେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ରହିଛି ନଜର।