ବ୍ରହ୍ମପୁର: କୋରୋନା କାଳରେ ଦିର୍ଘ ଦିନ ଧରି ଲାଗି ରହିଥିବା ତାଲାବନ୍ଦ ବ୍ରହ୍ମପୁରବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ସେପଟେ ବ୍ରହ୍ମପୁର ମହାନଗର ନିଗମ ବୋଝ ଉପରେ ଲଳିତା ବିଡା ଲଦିବାର ପ୍ରୟାସ କରିଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ହଠାତ ହୋଲଡିଂ ଟିକସକୁ ଶତ ପ୍ରତିଶତ ବୃଦ୍ଧିକରା ଯାଇଥିବା ଅଭିଯ଼ୋଗ ହୋଇଅଛି।


COMMERCIAL BREAK
SCROLL TO CONTINUE READING

ମହାମାରୀ ବେଳେ ବ୍ରହ୍ମପୁରବାସୀଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇଛି। ମାହାନଗର ନିଗମ ହଠାତ ହୋଲଡିଂ ଟ୍ୟାକ୍ସ ଶତ ପ୍ରତିଶତ ବୃଦ୍ଧି କରିଛି। ଜନସାଧାରଣଙ୍କ ଉପରେ ଲଦା ଯାଇଥିବା ଆର୍ଥିକ ବୋଝକୁ ଦୃଷ୍ଚିରେ ରଖି ବ୍ରହ୍ମପୁର ସହରର କିଛି ସଂଗଠନ ହାଇକର୍ଟର ଦ୍ବାରସ୍ତ ହୋଇଛନ୍ତି। ହାଇକୋର୍ଟ ମଧ୍ୟ ମାହାନଗର ନିଗମର ନିଷ୍ପତ୍ତି ଉପରେ ରୋକ ଲାଗାଇଛନ୍ତି। ତବେ କର୍ଟଙ୍କ ନିର୍ଦ୍ଦେଶକୁ ଅତିଶୀଘ୍ର ମାନିନେବା ସହ ହୋଲଡିଂ ଟିକସ ବୃଦ୍ଧିକୁ ପ୍ରତିହାର କରି ସହରବାସୀଙ୍କୁ ଆର୍ଥିକ ବୋଝରୁ ମୁକ୍ତି ଦେବା ଲଗି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। 


Also Read: Corona ମୁକାବିଲା: ସହରରେ Serological Survey କରିବ BMC


ପ୍ରାୟ ଦୁଇ ବର୍ଷ ଧରି କୋରୋନା (Coronavirus) ମହାମାରୀକୁ ନେଇ ଲୋକେ ଜୁଝି ହେଉଥିବା ବେଳେ ଲକଡାଉନ, ସଟଡାଉନ କଟକଣା ଭିତରେ ସହରବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଅନୁକମ୍ପା ଦେଖାଇବା ବଦଳରେ ମହାନଗର ନିଗମ  କଟା ଘା'ରେ ଚୁନ ଦେବାକୁ ପ୍ରୟାସ କରିଛି। ପୌର ପରିଷଦର ଅନୁମଦନ କିମ୍ବା ଜନ ଶୁଣାଣି ନକରି ସମସ୍ତ ନୀତି ନିୟମକୁ ଭୁଲିଯାଇ ପୂର୍ବରୁ ଆଦାୟ କରାଯାଉଥିବା ହୋଲଡିଂ ଟିକସକୁ ଶତ ପ୍ରତିଶତ ବୃଦ୍ଧି କରାଯାଇଥିବା ଅଭିଯ଼ୋଗ ହୋଇଛି।


ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ସହରର କିଛି ବୁଦ୍ଧିଜୀବୀ ଓ ଆଇନଜୀବୀ ଉଚ୍ଚତମ ନ୍ୟାୟାଳୟ (Odisha High Court) ଙ୍କ ଦ୍ବାରସ୍ତ ହୋଇଛନ୍ତି। ମହାନଗର ନିଗମ (Berhampur Municipal Corporation) ର ନିଷ୍ପତ୍ତି ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ତଥାପି ବର୍ଦ୍ଧିତ ଦରରେ ଟିକସ (Holding Tax) ଆଦାୟ ହେଉଥିବା ସହରର କିଛି ସଂଗଠନ କହିଛନ୍ତି।


Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା


ଏନେଇ ବ୍ରହ୍ମପୁର ମହାନଗ ନିଗମ କର୍ତ୍ତୃପକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯ଼ାଇଛି। ପୂର୍ବରୁ ଆଦାୟ ହୋଇଥିବା ବର୍ଦ୍ଧିତ ଅର୍ଥ ଲୋକଙ୍କୁ ଫେରସ୍ତ କରିବା ସହ କୋର୍ଟରେ ଜନସାଧାରଣଙ୍କ ବିରୋଧରେ ମକଦ୍ଦମା ନ ଲଢିବା ନେଇ ଦାବି ପତ୍ରରେ ଉଲ୍ଲେଖ ରିହିଛି। ସେପଟେ କର୍ଟଙ୍କ ନିୟମ ପ୍ରକାରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଗମ କମିଶନର, ଶିଦ୍ଧେଶ୍ବର ବଳିରାମ ବନ୍ଧାର କହିଛନ୍ତି।