• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଅନଲକ୍ ତାଲିକାର ଶୀର୍ଷରେ ରହିଛି ରେଶମ ନଗରୀ।

କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: କୋରୋନା ସଂକଟ କାଳରେ ଦୀର୍ଘ ଦିନ ଧରି ତାଲା ବନ୍ଦ କଟକଣା ଭିତରେ ଯୁଝି ହେଉଥିବା ବ୍ରହ୍ମପୁର ସହରର ବ୍ଯବସାୟୀଙ୍କୁ ମିଳିଛି ଅନେକ ମାତ୍ରାରେ ଆଶ୍ୱସ୍ତି। ମହମାରୀକୁ ହରାଇବାରେ ବେଶ ସଫଳତା ହାସଲ କରିଥିବା ରେଶମ ନଗରୀ ବାସିନ୍ଦୀଙ୍କ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯିବା ପରେ ଅନେକ ମାତ୍ରାରେ ସ୍ବଭାବିକ ହୋଇଛି ଜୀବନ ଯାତ୍ରା। 

କୋଭିଡ୧୯ ଗାଇଡଲାଇନ (Covid19 Guidelines) ମୁତାବକ ପ୍ରଶାସନର ପଞ୍ଚସୂତ୍ର ନିୟମ ମାନି ପୁଣି ଥରେ ଅସଜଡା ଜୀବିକାକୁ ସଜାଡିବା ଲାଗି ବ୍ଯବସାୟୀ ଅଣ୍ଟା ଭିଡିବା ଆରମ୍ଭ କରିଥିବା ବେଳେ ସମସ୍ତଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଆଉ ପୁଣି ଥରେ ଚଳ ଚଞ୍ଚଳ ହୋଇଉଠିଛି ରେଶମ ନଗରୀ (Silk City)। ଧିରେ ଧିରେ ସ୍ବାଭାବିକ ହେଉଛି ଜୀବନ ଜୀବିକା। 

Also Read: Corona Pandemic ପ୍ରଭାବରେ ବ୍ୟବସାୟ ମାନ୍ଦା, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଅନଲକ୍ (Unlock) ତାଲିକାର ଶୀର୍ଷରେ ରହିଛି ବ୍ରହ୍ମପୁର (Berhampur)। କୋରୋନା ସଂକ୍ରମଣ (Corona Infection) ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠାରୁ ଉର୍ଦ୍ଧ୍ୱରେ ରହି ଅନେକ ବ୍ଯବସାୟୀଙ୍କୁ କଟକଣା ମୁକ୍ତ କରିଛି ବ୍ରହ୍ମପୁର ମହାନଗର ନିଗମ-ବିଏମସି (Berhampur Municipal Corporation-BMC)। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସପିଂ ମଲ୍, ସିନେମା ହଲ୍, ଜିମ୍, ପାର୍ଟି, ମଣ୍ଡପ, ସ୍ପା ଭଳି କେତେକ ଅନୁଷ୍ଠାନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ଯବସାୟୀଙ୍କୁ ପଞ୍ଚସୂବତ୍ର ନିୟମ ଅନୁସାରେ ବ୍ଯବସାୟ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।  

Also Read: ବାତ୍ୟା ପୂର୍ବରୁ ବଜାରରେ ଅବୁଝା ଲୋକଙ୍କ ଭିଡ; ବଢିପାରେ Corona Infection

ଯାହା ଫଳରେ ଦକ୍ଷିଣ ଓଡିଶାର ବ୍ଯବସାୟୀକ ପେଣ୍ଠସ୍ଥଳୀ (South Odisha Commercial Hub) କୁହାଯାଉଥିବା ବଡ ବଜାର (Berhampur Bada Bazar) ଅଞ୍ଚଳ ଗୁରୁବାର ପୁରା ଚଳଚଞ୍ଚଳ ହୋଇଉଠିଛି। ସରକାରଙ୍କ କୋଭିଡ ଗାଇଡଲାଇନ ମୁତାବକ ବ୍ଯବସାୟୀ ସାମାଜିକ ବ୍ଯବଧାନ (Social Distance) ରଖି ବ୍ଯବସାୟ କରନ୍ତୁ ବୋଲି ବିଏମସି କମିଶନର (BMC Commissioner) କହିଛନ୍ତି। 

Also Read: Corona Alert: କୋରୋନା ମହମାରୀକୁ ରୋକିବାକୁ ଅଣ୍ଟାଭିଡିଲେ ରେଶମ ନଗରୀ ବାସିନ୍ଦା

ପ୍ରଶାସନର ଅନୁମତି ପରେ ବ୍ଯବସାୟୀଙ୍କ ମୁହଁ ରେ ଖୁସି କହିଲେ ନସରେ। ଦୀର୍ଘ ଦିନ ଧରି ହାତ ବାନ୍ଧି ବସିଥିବା ବ୍ୟବସାୟୀ ଖୁସିରେ ଗଦ ଗଦ ହୋଇ ଉଠିଛନ୍ତି। ସେପଟେ କ୍ଷୁଦ୍ର ହେଉ ଅଥବା ମଧ୍ଯମ ବ୍ଯବସାୟୀ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଦୋକାନକୁ ପୁଣିଥରେ ସଜାଡିବା ଆରମ୍ଭ କରିଛନ୍ତି। ଜିଲ୍ଲା ପ୍ରଶାସନର ପଞ୍ଚସୁତ୍ର ନିୟମକୁ ମାନି ବ୍ୟବସାୟୀ ସଂଘ ବ୍ୟବସାୟ କରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଜନ ସଚେତନତା ହିଁ କରୋନା ମୁକ୍ତ ବ୍ରହ୍ମପୁର ଅଭିଯାନର ଲକ୍ଷ୍ୟକୁ ପୂରଣ କରିବ।