ବ୍ରହ୍ମପୁର: ମହାମାରୀ କୋରୋନାର କୋପରୁ ନିଜ ଜୀବନକୁ ସୁରକ୍ଷିତ ରଖିବା ଲାଗି ମାସ୍କ ଓ ସାନି ଟାଇଜରକୁ ବାଧ୍ୟତାମୂଳକ କରାଯିବା ସହ ଜନ ସାଧାରଣଙ୍କୁ ରିତିମତ ବାର୍ତ୍ତା ଦେଇ ଆସୁଛନ୍ତି ସରକାର। ଯାହା ଫଳରେ ଘରେ ଘରେ ଏବେ ଲୋକେ ମାସ୍କ ଓ ସାନିଟାଇଜର ବ୍ଯବହାର ନିଜ ଜୀବନଶୈଳୀର ଏକ ଅଂଶ ଭାବେ ଆପଣାଇ ନେଲେଣି। ହେଲେ ବଜାରରେ ମିଳୁଥିବା ମାସ୍କ ଓ ସାନିଟାଇଜର ଗୁଣବତ୍ତା ପ୍ରତି ଯେମିତି କାହାରି ନିଘା ନାହିଁ। ଯାହା ଫଳରେ ଗଞ୍ଜାମ ଜିଲ୍ଲାର ପ୍ରତିଟି ଗଳି କନ୍ଦିରେ ବହୁଳ ମାତ୍ରାରେ ବେନାମି ଓ ନିମ୍ନମାନର ମାସ୍କ ଓ ସାନିଟାଇଜର ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଜନ ସାଧାରଣଙ୍କ ବିଶ୍ୱାସ ସହ ଖେଳ ଖେଳି ବ୍ଯବସାୟୀ ମାଲାମାଲ ହେଉଥିବା ବେଳେ ସରକାର  ଏଥି ପ୍ରତି ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି ହୋଇଛି।


COMMERCIAL BREAK
SCROLL TO CONTINUE READING

ରାସ୍ତା କଡା ଠାରୁ ଆରମ୍ଭ କରି ଷ୍ଟେସନାରୀ ସପ୍, ମେଡିକାଲ ଷ୍ଟୋର ଠାରୁ ଆରମ୍ଭ କରି ଗ୍ରୋସରି ସପ୍  ସବୁଠି ଏବେ ପୁଳା ପୁଳା ହୋଇ ଗଚ୍ଛିତ ରହିଛି   ମାସ୍କ ଓ ସାନିଟାଇଜର। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସବୁଠି ଦେଖିବାକୁ ମିଳୁଛି ଭଳିକି ଭଳି ବେନାମି କମ୍ପାନୀର ମାସ୍କ ଓ ସାନିଟାଇଜର ପସରା।  ହେଲେ ଏଥିରେ କେଉଁଟା ଅସଲି ଓ କେଉଁଟା ନକଲି ତାହା କହିବା ମୁସ୍କିଲ। 


Also Read: ଗାଡି ସିଟ୍ କଭର ଚିରି ଦେଲେ ବୋଲି ୬ଟି କୁକୁରଙ୍କୁ ବିଷ ଦେଇ ମାରିଲେ ମହିଳା!


କୋରୋନା କବଳରୁ ନିଜ ଜୀବନକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ପ୍ରକାରେ ମାସ୍କ ଓ ସାନିଟାଇଜରକୁ ଘରେ ଘରେ ପ୍ରତିଟି ଲକେ ନିଜ ଜୀବନଶୈଳୀର ଏକ ଅଂଶ ଭାବେ ଆପଣେଇ ନେଇଥିବା ବେଳେ ଏହାର ଫାଇଦା ନେବା ଆରମ୍ଭ କରି ଦେଲେଣି ଗଞ୍ଜାମ ଜିଲ୍ଲାର କିଛି ମୁନାଫାଖୋର ବ୍ୟବସାୟୀ। 


ଲୋକଙ୍କ ବିଶ୍ୱାସ ଓ ଜୀବନ ସହ ଖେଳ ଖେଳି ବଜାରରେ ଅତି ନିମ୍ନମାନର ସାନିଟାଇଜରକୁ ବିକ୍ରି କରାଯାଉଥିବା ବେଳେ N95 ମାସ୍କ ନାମରେ ନକଲି ମାସ୍କ ମଧ୍ୟ ବେଧଡକ ଭାବେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ବ୍ୟବହାର କରି ଅନେକ ସଚେତନ ନାଗରିକ କୋରୋନାର ମାୟାଜାଲରେ ଛନ୍ଦି ହେଉଥିବା ବେଳେ ଏଥି ପ୍ରତି ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି ହୋଇଛି ।


Also Read: Corona Pandemic ବେଳେ ବଢୁଛି ସଂକ୍ରମଣ; ଏବେ ମଧ୍ୟ ଚାଲିଛି ଚେରମୂଳ ସହ ଝଡା ଫୁଙ୍କା ଚିକିତ୍ସା


କୋରୋନା କାଳରେ ଲୋକେ ଜୀବନ ବଞ୍ଚାଇବା ଲାଗି ଡହଳ ବିକଳ ହେଉଥିବା ବେଳେ ମୁନାଫାଖୋର ବ୍ୟବସାୟୀଙ୍କ ଏଭଳି କଳାବଜାରି ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ଡ୍ରଗ୍ସ ବିଭାଗ। ମାସ୍କ ଓ ସାନିଟାଇଜରର ଗୁଣବତ୍ତା ସନ୍ଦେହ ଘେରକୁ ଆସିବା ପରେ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରି କିଛି ସାନିଟାଇଜରକୁ ଜବତ କରିବା ସହ ମାନ ଯାଞ୍ଚ କରିବା ଲାଗି ଲ୍ଯାବକୁ ପଠା ଯାଇଛି। 


ବଜାରରେ କିଛି ବ୍ଯବସାୟୀ ଅର୍ଥ ଲୋଭରେ ଏଭଳି ଲୋକଙ୍କର ଜୀବନ ସହ ଖେଳ ଖେଳୁଥିବା ବେଳେ ଯାଞ୍ଚ ଟିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ୍ରଗ୍ ଇନିସପେକ୍ଟର କହିଛନ୍ତି। ସେପଟେ ଅପମିଶ୍ରିତ ସାନିଟାଇଜର ବ୍ଯବହାର ଦ୍ବାରା ଲୋକେ ଚର୍ମ ରୋଗରେ ପୀଡିତ ହେବା ସମ୍ଭାବନା ଥିବା ବେଳେ ଜନ ସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି।