Dog Attack Viral Video: କୁନି ଝିଅକୁ ଝୁଣିଦେଲା କୁକୁର, ଦେଖନ୍ତୁ ଏହି ଭାଇରାଲ ଭିଡିଓ..
Advertisement
Article Detail0/zeeodisha/odisha2228546

Dog Attack Viral Video: କୁନି ଝିଅକୁ ଝୁଣିଦେଲା କୁକୁର, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Dog Attack Viral Video: କୁକୁରମାନେ ମଣିଷଙ୍କ ଉପରେ ଆକ୍ରମଣକୁ ନେଇ ଅନେକ ବିବାଦ ନିକଟରେ ଦେଖିବାକୁ ମିଳିଛି। ଏବେ ପୁଣି ଥରେ ଏକ ପୋଷା କୁକୁର ଛୋଟ ଝିଅକୁ ଆକ୍ରମଣ କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Dog Attack Viral Video: କୁନି ଝିଅକୁ ଝୁଣିଦେଲା କୁକୁର, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Dog Attack Viral Video: କୁକୁରମାନେ ମଣିଷଙ୍କ ଉପରେ ଆକ୍ରମଣକୁ ନେଇ ଅନେକ ବିବାଦ ନିକଟରେ ଦେଖିବାକୁ ମିଳିଛି। ଏବେ ପୁଣି ଥରେ ଏକ ପୋଷା କୁକୁର ଛୋଟ ଝିଅକୁ ଆକ୍ରମଣ କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗାଜିଆବାଦର ଏକ ସୋସାଇଟିର, ଯେଉଁଠାରେ ବୁଲିବାକୁ ବାହାରକୁ ଆସୁଥିବା କୁନି ଝିଅଟିକୁ କୁକୁର ଆକ୍ରମଣ କରିଛି।

ଗାଜିଆବାଦର ଅଜନାରା ଇଣ୍ଟିଗ୍ରିଟି ହାଉସିଂ ସୋସାଇଟିର ଅଟେ। ଯେଉଁ ଭିଡିଓ ସାମ୍ନାକୁ ଆସିଛି, ଏଥିରେ ଦେଖିବାକୁ ମିଳିଛି ଯେ ଏକ ଜର୍ମାନ ସେଫର୍ଡ କୁକୁର ନିଜ ମାଲିକ ସହ ବୁଲିବାକୁ ବାହାରିଥିବା ବେଳେ ଏହି ଅଘଟଣଟି ଘଟିଛି। ଅନେକ ପିଲା ସେଠାରେ ଖେଳୁଥିବା ବେଳେ ହଠାତ୍ କୁକୁରଟି ସାଇକେଲ ଚଳାଉଥିବା ଛୋଟ ଝିଅଟିକୁ ଆକ୍ରମଣ କରିଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଉପରେ ଆକ୍ରମଣ କରିଥିଲା। ଯଦିଓ କୁକୁରର ମାଲିକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁକୁରଟି ନ ଅଟକି ଆକ୍ରମଣ କରିଛି।

 

ବନ୍ୟା ଚୌହାନ ନାମକ ଏହି ୬ ବର୍ଷର ଝିଅଟି ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ବାହାରକୁ ଯାଇଥିବା ବେଳେ କୁକୁରଟି ତାକୁ ଆକ୍ରମଣ କରିଛି।କୁକୁରର ମାଲିକଙ୍କ ବିରୋଧରେ ଝିଅର ମାଆ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, କୁକୁରର ପାଟିରେ କୌଣସି ତୁଣ୍ଡି ନଥିବା ଅଭିଯୋଗ ହୋଇଛି, ଯାହା ଅତ୍ୟନ୍ତ ଅବହେଳାର ବିଷୟ। ମିଳିଥିବା ସୂଚନା ଅନୁଯାୟୀ, ଝିଅର ମା ଆଇପିସିର ଧାରା-୨୮୯ ଅନୁଯାୟୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ କହିଛି।