କୋରୋନା ମହାମାରୀ ସମୟରେ ମଧ୍ୟ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭରଶୀଳ ଜନଜାତି ପରିବାର।
Trending Photos
ପ୍ରେମାନନ୍ଦ ପୂଜାରୀ, ଗଜପତି: ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମୁଥିବାରୁ ଚଳିତ ବର୍ଷ ଜୁନ ପହିଲାରୁ ଜାରି ହୋଇଥିବା କୋଭିଡ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଏବେ ମଧ୍ୟ ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନଜାତିଙ୍କ ଗ୍ରାମରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜିଲ୍ଲାର ମୋହନା ବ୍ଲକ ଅଧିନସ୍ଥ କୁଟାମା ଗ୍ରାମର ବସବାସ କରୁଥିବା ଜନଜାତି ସର୍ବଦା ଚିକିତ୍ସା ପାଇଁ ଚେରମୂଳ ବ୍ୟବହାର କରିବା ସହ ଝଡା ଫୁଙ୍କା ଉପରେ ନିର୍ଭର କରୁଛନ୍ତି।
କୋରୋନା ପ୍ରକୋପ ସମ୍ପୂର୍ଣ୍ଣ ହ୍ରାସ ପାଇନଥିବା ବେଳେ ଏଠାରେ ବିଗତ ୩ ମାସ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଗତ ୩ ଦିନରେ ୧୩ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋରୋନା ସଂକ୍ରମଣ ବ୍ୟାପୁଥିବା ନେଇ ଅବଗତ ହେବା ପରେ କୁଟାମା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି ଡାକ୍ତରୀ ଟିମ। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ରହିଥିବା ଜନଜାତିଙ୍କ ନିକଟରେ ସରକାରୀ ଚିକିତ୍ସା ପହଞ୍ଚାଇବା ଏବେ ମଧ୍ୟ ଏକ ଚ୍ୟାଲେଞ୍ଚ ଭାବେ ଉଭା ହୋଇଛି।
Also Read: ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ
ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି (Gajapati) ଜିଲ୍ଲାର ମୋହନା (Mohana) ବ୍ଲକ ଅଧିନସ୍ଥ ଡମ୍ବଗୁଡା ପଞ୍ଚାୟତର କୁଟାମା ଗ୍ରାମରେ କୋରୋନା ସଂକ୍ରମଣ (Corona Infection) ଜନିତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଗ୍ରାମରେ ୬୫ କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରିଆସୁଥିବା ବେଳେ ଗାଁର ମୋଟ ଜନସଂଖ୍ୟା ପ୍ରାୟ ୩୫୦।
ଗତ ୩ ତିନି ମାସ ତଳେ ଗାଁରେ ଏକ ବାହାଘର ଭୋଜି ଆୟୋଜିତ ହୋଇଥିଲା। ସେହି ଦିନ ଠାରୁ ଗାଁର ଘରେ ଘରେ ଲୋକଙ୍କୁ ଥଣ୍ଡା, ଜ୍ବର,କାଶ ଆଦି ରୋଗରେ ଆକ୍ରାନ୍ତ ହୋଇ ଚେର ମୂଳ ବ୍ୟବହାର କରି ଏହାରଲ ଉପଚାର କରିଆସୁଥିଲେ। କାରଣ ସେମାନଙ୍କ ମଧ୍ୟରେ ଏବେ ମଧ୍ୟ ଭୁଲ ଧାରଣା ରହିଛି ଚିକିତ୍ସାଳୟକୁ ଗଲେ କୋରୋନା ହେବ ଏବଂ ଯଦି ଏହି ରୋଗ ହୁଏ ତାହେଲେ କିଡିନୀ କାଢିନେବେ। ଏହା ସତ୍ତ୍ୱେ କୁଟାମା ଗାଁ ଲୋକେ ଚେରମୁଳ, ଝଡା ଫୁଙ୍କା ଏବଂ ଦେଶୀ ଡାକ୍ତର ଚିକିତ୍ସା ଉପରେ ନିର୍ଭର କରିଆସୁଛନ୍ତି।
Also Read: ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା
ଗାଁରେ ପରିସ୍ଥିତି ଅଣାୟତ ହେବା ପରେ ୩ ମାସ ମଧ୍ୟରେ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କୋଭିଡ ଗାଇଡଲାଇନ ପାଳନ ନେଇ କୌଣସି ସତର୍କତା ଅବଲମ୍ବନ ହେଉନଥିଲା। ସ୍ଥାନୀୟ ଆଶା ଦିଦି, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀ ତତ୍ପର ହୋଇଉଠିବା ପରେ ମେଡିକାଲ ଟିମ ଗାଁରେ ପହଞ୍ଚି ୩ ଦିନ ଧରି ସେଠାରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏ ପର୍ଯ୍ୟନ୍ତ ଗ୍ରାମର ୨୦୦ ଲୋକଙ୍କ ମଧ୍ୟରୁ ୧୩ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି।
କୋରୋନା କବଳିତ କୁଟାମା ଗ୍ରାମବାସୀ ଚେରମୂଳ ବ୍ୟବହାର ସହିତ ଝଡା ଫୁଙ୍କାକୁ ଚିକିତ୍ସା ପଦ୍ଧତି ଭାବେ ଆପଣାଇଛନ୍ତି। ହେଲେ ସେମାନେ ଡାକ୍ତରୀ ଔଷଧ କିମ୍ବା କୋଭିଡ ଗାଇଡଲାଇନ ପାଳନ କରିବା ନେଇ ଅବଗତ ନାହାଁନ୍ତି। ଯାହା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏ ଘଟଣା ବାବଦରେ ଅବଗତ ହେବା ପରେ ଡାକ୍ତରୀ ଟିମ ତୁହାକୁ ତୁହାଁ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ କୋରୋନା ପରୀକ୍ଷା ଜାରି ରଖିଛି।
Also Read: ଜ୍ୱର କବଳରେ ଅଶୀରୁ ଉର୍ଦ୍ଧ୍ବ ଲୋକ; ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ
କୋରୋନା ମହାମାରୀକୁ ନେଇ କୁଟାମା ଗ୍ରାମବାସୀଙ୍କୁ ଆବଶ୍ୟକୀୟ ସଚେତନ କରାଯିବା ସହ ଡାକ୍ତରୀ ଔଷଧ ବାବଦରେ ଅବଗତ କରାଯାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି। ସେପଟେ ଭ୍ରାମ୍ୟମାଣ ଡାକ୍ତରୀ ଟିମ ଗାଁରେ ପହ଼ଞ୍ଚି ସ୍ଥିତି ନିୟନ୍ତ୍ରଣାଧିନ କରିବାକୁ ପ୍ରୟା, ଜାରି ରଖିଥିବା କହିଛନ୍ତି ଡାକ୍ତର ରାଜ କିଶୋର ପଣ୍ଡା। ସହରାଞ୍ଚଳରେ ସଂକ୍ରମଣ ହାର କମୁଥିବା ବେଳେ ଦୁର୍ଗାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ଚେର ମୂଳ ଉପଚାର ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରେ ଡାକ୍ତରୀ ଚିକିତ୍ସା କେତେ ଉପଯୋଗୀ ହୋଇପାରିବ ଏବଂ କୋରୋନା ସଂକ୍ରମଣ ହ୍ରାସ ପାଇବ ତାହା ଉପରେ ରହିଛି ନଜର।