ବ୍ରହ୍ମପୁର: ଜଣେ କର୍ମଚାରୀ କିନ୍ତୁ ସରକାରଙ୍କ ଦୁଇଟି ବିଭାଗରେ ଗୁରୁତ୍ୱପୁର୍ଣ୍ଣ ପାଇଛନ୍ତି ନିଯୁକ୍ତି। ଖାଲି ନିଯୁକ୍ତି ନୁହେଁ ସରକାରଙ୍କ ଉଭୟ ବିଭାଗରେ ମାସ ମାସ ଧରି ତୁଲାଇ ଆସୁଛନ୍ତି ନିଜର ଦାୟିତ୍ବ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ବମକେଇ ମେଡିକାଲର ବିପିଏମ୍ ଉମେଶ ସାବତ ପର୍ଯ୍ଯବେକ୍ଷକ ଗୃହରେ ଶିଶୁ ମଙ୍ଗଳ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ନେଇ ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଖୋଳତାଡ। 


COMMERCIAL BREAK
SCROLL TO CONTINUE READING

ମିଥ୍ୟା ସତ୍ଯପାଠ ଦାଖଲ କରି ଦୁଇଟି ସ୍ଥାନରେ ଚାକିରି ହାତେଇଥିବା ନେଇ ଉମେଶ ସାବତଙ୍କ ବିରୋଧରେ ଅଭିଯୋଗ ପ୍ରଘଟ ହେବା ପରେ ଉଭୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଏଡିଏମଙ୍କ ଜରିଆରେ ଗଠିତ ଏକ ୪ ଜଣିଆ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। 


Also Read: ଚଢାଉ ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ଜବତ, କଳାବଜାରୀ ରୋକିବାକୁ ଅଣ୍ଟାଭିଡିଲା ପ୍ରଶାସନ


କର୍ମଚାରୀ ୪୨୦ (Employee 420)! ସରକାରଙ୍କୁ ଚୁନା ଲଗାଇବା ପଡିଲା ମହଙ୍ଗା। ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଚାକିରି କରି ହରଡଘଣାରେ ବମକେଇ ସ୍ବାସ୍ଥ୍ୟକେନ୍ଦ୍ର (Bamkei Health Center) ବିପିଏମ (BPM) ଉମେଶ ସାବତ। ଅଭିଯୋଗ ପ୍ରଘଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ। ଗୋଟିଏ ପଟେ ଚାକିରି ଖଣ୍ଡିଏ ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିନ ଦିନ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଜଣେ କର୍ମଚାରୀ ଦୁଇଟି ବିଭାଗରେ ନିଯୁକ୍ତି ପାଇ ଦାୟିତ୍ୱ ତୁଲାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 


Also  Read: ସଂକଟ ବେଳେ ଦେବଦୂତ ସାଜିଲେ ବିଧାୟକ; ସହଯୋଗ ପାଇଁ ସାଉଁଟୁଛନ୍ତି ପ୍ରଶଂସା


ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ (Ganjam Dist Health Dept) ଅଧିନରେ ଥିବା ବମକେଇ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ ଉମେଶ ସାବତ ଶିଶୁ ମଙ୍ଗଳ ବିଭାଗ ଅଧିନରେ ଥିବା ପର୍ଯ୍ଯବେକ୍ଷକ ଗୃହରେ ଶିଶୁ ମଙ୍ଗଳ ଅଧିକାରୀ ଭାବେ ମିଥ୍ୟା ସତ୍ଯପାଠ ଦାଖଲ କରି ନିଯୁକ୍ତି ପାଇଥିଲେ। ଏପରିକି କୋଭିଡ୍  ମହାମାରୀ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଘଂନ କରି ନିଜର କର୍ମସ୍ଥଳରେ ଅନୁପସ୍ଥିତ ରହି ଉଭୟ ଦାୟିତ୍ୱ ତୁଲାଇବା ପ୍ରୟାସ କରି ଚକ୍ରବ୍ୟୁହରେ ଫସିଯାଇଛନ୍ତି। ପ୍ରଥମେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଉମେଶ ସାବତଙ୍କ ଏଭଳି ଠକାମି ସମ୍ପର୍କରେ ଅବଗତ ହେବା ପରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିବା ଜଣାପଡିଛି।


ବିପିଏମ ଉମେଶ ସାବତଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଆରମ୍ଭ ହେଲା ଖୋଳତାଡ। ଏଡିଏମଙ୍କ ନେତୃତ୍ଵରେ ୪ ଜଣିଆ ଟିମ ଗଠନ କରାଯାଇଥିବା ବେଳେ ଉକ୍ତ ଟିମ ବମକେଇ ମେଡିକାଲ ଯାଇ ଖୋଳତାଡ ଆରମ୍ଭ କରିଛି। ତଦନ୍ତ ବେଳେ ଅନେକ ସମୟରେ ଉମେଶ ସାବତ ସକାଳ ୧୦ଟାରୁ ମଧ୍ଯାନ୍ନ ୨ଟା ପର୍ଯ୍ୟନ୍ତ ମେଡିକାଲରେ ଦାୟିତ୍ୱ ତୁଲାଇବା ପରେ ବ୍ରହ୍ମପୁର ପର୍ଯ୍ଯବେକ୍ଷକ ଗୃହରେ ବାକି ସମୟ ବିତାଉଥିବା ଜଣାପଡିଛି। 


Also Read: ଗ୍ରାମବାସୀଙ୍କ ସଚେତନା ଆଗରେ ନିଷ୍କ୍ରିୟ କୋରୋନା; ଚିହ୍ନଟ ହୋଇନାହାଁନ୍ତି ଜଣେ ସଂକ୍ରମିତ


ଯାହା ସମ୍ପୂର୍ଣ୍ଣ ସରକାରୀ ନିତି ନିୟମର ଉଲ୍ଲଘଂନ ବୋଲି ଜଣାପଡିଛି। ଗୋଟିଏ ପଟେ ପର୍ଯ୍ଯବେକ୍ଷକ ଗୃହରୁ ଉମେଶ ସାବତଙ୍କୁ ବହିଷ୍କାର କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ତଦନ୍ତ ପକ୍ରିୟା ସରିବା ପରେ ଥାନାରେ ମାମଲା ରୁଜୁ କରାଜିବା ସହ ରିପୋର୍ଟକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ-ସିଡିଏମଓ (Chief District Medical Officer-CDMO) ଜଣାଇଛନ୍ତି ।