ଚଢାଉ ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ଜବତ, କଳାବଜାରୀ ରୋକିବାକୁ ଅଣ୍ଟାଭିଡିଲା ପ୍ରଶାସନ
Advertisement
Article Detail0/zeeodisha/odisha910971

ଚଢାଉ ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ଜବତ, କଳାବଜାରୀ ରୋକିବାକୁ ଅଣ୍ଟାଭିଡିଲା ପ୍ରଶାସନ

ଅକ୍ସିଜେନ ସିଲିଣ୍ଡର କଳାବାଜାରୀ ନେଇ ଖବର ପାଇବା ପରେ ସତର୍କ ହୋଇଉଠିଛି ପ୍ରଶାସନ। 

ଚଢାଉ ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ଜବତ, କଳାବଜାରୀ ରୋକିବାକୁ ଅଣ୍ଟାଭିଡିଲା ପ୍ରଶାସନ

ବ୍ରହ୍ମପୁର: କୋରୋନା ଭଳି ମହାମାରୀ ସମୟରେ ରେଶମ ନଗରୀରେ ଦେଖିବାକୁ ମିଳିଛି ଅକ୍ସିଜେନ କଳା ବଜାରୀ। କେତେକ ଶଲ୍ୟ ଚିକିତ୍ସା ଦୋକାନର ମୁନାଫାଖୋର ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରକୁ ଚଢା ଦରରେ ବିକ୍ରି କରି ରୋଗୀଙ୍କ ଠାରୁ ଅର୍ଥ ଶୋଷଣ କରୁଥିବା ନେଇ ଅଭିଯୋଗ ଆସିଛି। ଏନେଇ ଡ୍ରଗ୍ସ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଉଛି। 

ଚଢାଉ ବେଳେ ଅନେକ ଅକ୍ସିଜେନ ସିଲିଣ୍ଡର (Oxygen Cyllinder) ଜବତ କରିବା ସହ ଶଲ୍ୟ ଚିକିତ୍ସା ଦୋକାନର (Surgical Shop) କାଗଜ ପତ୍ର ତନାଘନା କରୁଛି ଡ୍ରଗ୍ସ ଡିପାର୍ଟମେଣ୍ଟ (Drugs Department)। 

ମହାମାରୀ ସମୟରେ ସକ୍ରିୟ ହୋଇଉଠିଛି କଳା ବଜାରୀ। ବଜାରରେ ବେଧଡକ ଭାବେ ଚଢା ଦରରେ ବିକ୍ରି ହେଉଛି ଅକ୍ସିଜେନ ସିଲିଣ୍ଡର। କୋରୋନା ଆକ୍ରାନ୍ତଙ୍କୁ ଶୋଷଣ କରିବା ଲାଗି ମାତିଛନ୍ତି ସର୍ଜିକାଲ ମାଫିଆ (Surgical Mafia)। ଏନେଇ ଖବର ପାଇବା ପରେ ସତର୍କ ହୋଇଉଠିଛି ଡ୍ରଗ୍ସ ବିଭାଗ (Drugs Department)। କୋଭିଡ ରୋଗୀଙ୍କ ଠାରୁ ବ୍ରହ୍ମପୁର ସହରର କିଛି ସର୍ଜିକାଲ ମାଫିଆ ଅକ୍ସିଜେନ ସିଲିଣ୍ଡରକୁ ଚଢା ଦରରେ ବିକ୍ରି କରି ମଲାମାଲ ହେଉଥିବା ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। 

Also Read: Corona ଆକ୍ରାନ୍ତଙ୍କୁ ଆଶ୍ୱସ୍ତି; ରାଜ୍ୟରେ ଖୋଲିଲା ପ୍ରଥମ Oxygen Parlour

ଡ୍ରଗ୍ସ ଇନିସପେକ୍ଟରଙ୍କ ସହ ପୋଲିସ ପକ୍ଷରୁ ମିଳିତ ଭାବେ ସହରର ନୂଆ ବସଷ୍ଟାଣ୍ଡ ରୋଡ ଠାରେ ଥିବା କ୍ରୀଷ୍ଣା ସର୍ଜିକାଲ, ଈଶ୍ବର ସର୍ଜିକାଲ, ଗାୟତ୍ରୀ ସର୍ଜିକାଲ, ଶ୍ରୀ ସର୍ଜିକାଲ ଦୋକାନ ଉପରେ ଚଢାଉ କରାଯାଇଛି। ଦୋକାନ ଘର ଠାରୁ ଆରମ୍ଭ କରି ଗୋଦାମ, ବାସ ଭବନ ଉପରେ ଛାପା ମାରିଥିବା ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ସମେତ ୧୧ ସିଲିଣ୍ଡର ଜବତ ହୋଇଛି। ଚଢାଉ ବେଳେ କଳା ବଜାରୀ ଗନ୍ଧ ସ୍ପଷ୍ଟ ଭାବେ ବାରି ହୋଇପଡୁଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛି ଡ୍ରଗ୍ସ ବିଭାଗ। 

Also Read: ଦୂର ହେବ ସମସ୍ୟା: Berhampur MKCG Medical ପରିସରରେ Oxygen Storage Plant ଉଦଘାଟିତ

ମହମାରୀ ସମୟରେ କୋରୋନା ଆକ୍ରାନ୍ତ ହୋଇ ହଜାର ହଜାର ରୋଗୀ ଘରୋଇ ସଙ୍ଗରୋଧରେ ରହି ଜୀବନ ମୃତ୍ୟୁ ସହ ଲଢେଇ କରୁଥିବା ବେଳେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ବହୁଳ ଆବଶ୍ୟକତା ରହିଛି। ଗୋଟିଏ ପଟେ ରୋଗୀର ଜୀବନ ଅକ୍ସିଜେନ ପାଇବା ପାଇଁ ବାଜି ଲାଗି ଥିବା ବେଳେ ମାତ୍ର ୭-୮ ହଜାର ଟଙ୍କାର ସିଲିଣ୍ଡରକୁ ୩୦-୪୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ଏପରିକି ଭଡା ବାବଦକୁ ନେଲେ ୨୦ ହଜାର ଟଙ୍କା ଆଗୁଆ ଦେବାକୁ ଦାବି କରୁଛନ୍ତି ବ୍ୟବସାୟୀ। 

Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank

ଯାହା ଫଳରେ ଅନେକ ଲୋକ ଏଭଳି ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ସେପଟେ କଳା ବଜାରୀକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ସରକାରୀ ସ୍ତରରେ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। କୋରୋନା ଆକ୍ରାନ୍ତ ରୋଗୀ ନିଜର ମେଡିକାଲ ରିପୋର୍ଟ ଦେଖାଇ ସିଲିଣ୍ଡର କିଣିବା ସହ ରିଫିଲିଂ କରିପାରିବେ ବୋଲି ଟ୍ବିଟ କରି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସେପଟେ ମୁନାଫାଖୋର ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।