ବିବେକାନନ୍ଦ ସାମଲ, ଭଦ୍ରକ : ପଢ଼ିବାର କୌଣସି ବୟସ ନଥାଏ ।  ପ୍ରବଳ ଇଛା ଶକ୍ତି ସାମ୍ନାରେ ସଫଳତା ଅବସ୍ୟାମ୍ଭାବି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଶା ଦିଦି । ୫୭ ବର୍ଷ ବୟସରେ ଲୋକଙ୍କୁ ସେବା ଯୋଗାଇବା ସହ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । କଠିନ ପରିଶ୍ରମ ଓ  ଏକାଗ୍ରତା ବଳରେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ । ଏପରିକି ବୟସର ଅପରାହ୍ନରେ ମଧ୍ୟ ଜଣେ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବା କିଛି ଅସମ୍ଭବ ନୁହଁ।  


COMMERCIAL BREAK
SCROLL TO CONTINUE READING

ପାଠ ପଢିବାର ଇଛା ଓ  ଝୁଙ୍କ୍ ଆଗରେ ବୟସ କିମ୍ବା ଅର୍ଥ ବାଧକ ସାଜି ନାହିଁ । ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି (Swarnalata Pati)। ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କୁ ହରାଇ ଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲା ଛୁଆଙ୍କୁ ଧରି କଷ୍ଟେ ମଷ୍ଟେ ଚଳି ଆସୁଥିଲେ । ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ସେ ସପ୍ତମ ପାସ କରିଥିବା ଗାଁ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ ଆରମ୍ଭ କଲେ । 


Also Read: ଫୁଲୁରୀ ତେଲ: ଯାହାକୁ ଲଗାଇ ଲାଘବ ହୁଅନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ହୁଏ ପ୍ରସ୍ତୁତି ?


ମାସିକ ୧୦୦ ଟଙ୍କା ଦରମାରେ ଗାଁ ସ୍କୁଲରେ ପାଚିକା ଭାବେ ନିଯୁକ୍ତି ପାଇଥିଲେ । ଆଉ ଏହାରି ଭିତରେ ସେ ଆଶା ଦିଦି (Asha Didi) ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ।  ଜଣେ ଭଲ ପାଚିକା ଓ ଆଶା ଦିଦି ଭାବେ ସମଗ୍ର ଅଞ୍ଚଳରେ ବେଶ ପ୍ରସିଦ୍ଧ ଲାଭ କରିଥିଲେ । ରାତି ଦିନ ସମସ୍ତଙ୍କୁ ସେବା ଯୋଗାଇ ଆସୁଥିଲେ । ସରକାର (Odisha Government) ଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା । 


Also Read: ରେଡ ଜୋନ ବର୍ଗରେ ୪ ଜିଲ୍ଲା, ରାଜ୍ୟରେ ହେବ କି ଅନଲକ ପ୍ରକ୍ରିୟା?


ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ୨୦୧୯ ଡିସେମ୍ବରରେ ଓଡି଼ଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା (Matric Exam) ପାଇଁ ଫର୍ମ ପୂରଣ କରିଥିଲେ । ଏହା ପରେ କୋରୋନା କଟକଣା ଯୋଗୁଁ ୨୦୨୦ରେ ହୋଇପାରିନଥିଲା ମାଟ୍ରିକ ପରୀକ୍ଷା । ପରେ ସେପ୍ଟେମ୍ବର ମାସରେ ଓଡି଼ଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସ୍ଥିର କରାଯାଇଥିଲା ଓ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିଲେ । ହେଲେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇନଥିଲେ । ସମସ୍ତ ବିଷୟରେ ପାସ କରିଥିବା ବେଳେ ଇଂରାଜୀରେ ଖରାପ ହୋଇଥିଲା । ଚଳିତ ଥର ପୁଣି ଥରେ ସେ ଗୋଟିଏ ବିଷୟ ପାଇଁ ଫର୍ମ ଫିଲପ କରିଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି । ଦୃଢ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି ।


Also Read: କୋରୋନା ଟିକା ନେଇଥିବା ଲୋକଙ୍କୁ Pizza ଅର୍ଡରରେ ମିଳୁଛି ବଡ ରିହାତି, ରେସ୍ତୋରାଁ ବିଲ୍ ଛାଡ!


ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ଆଶା କର୍ମୀ ଭାବେ ନିଜର ଦାୟିତ୍ୱ ତୁଲାଇବା ସହ ସେ ରାତିରେ ପାଠ ପଢାପଢି କରୁଥିଲେ । ବହୁ ଦିନରୁ ପାଠ ଛାଡି ଦେଇଥିବାରୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା । ଦୃଢ ଇଛା ଶକ୍ତି ଯୋଗୁଁ ସେ ୫୭ ବର୍ଷ ବୟସରେ ମାଟ୍ରିକ ପାସ  (Matriculation Examination) କରିପାରିଛନ୍ତି । ତେବେ ଏନେଇ ତାଙ୍କ ପରିବାରର ସମେସ୍ତେ ବେଶ ଖୁସି ଅଛନ୍ତି ।