ଫୁଲୁରୀ ତେଲ: ଯାହାକୁ ଲଗାଇ ଲାଘବ ହୁଅନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ହୁଏ ପ୍ରସ୍ତୁତି ?
Advertisement
Article Detail0/zeeodisha/odisha930469

ଫୁଲୁରୀ ତେଲ: ଯାହାକୁ ଲଗାଇ ଲାଘବ ହୁଅନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ହୁଏ ପ୍ରସ୍ତୁତି ?

ରଥଖଳାରେ ତିନିରଥର ଖପୁରୀ ବସାଇବା କାର୍ଯ୍ଯ ଶେଷ ହୋଇଥିବା ବେଳେ ରଥର ରଙ୍ଗ କାମ ଚାଲିଛି। ବିନାଭକ୍ତରେ ରଥଯାତ୍ରା ହେବାକୁ ଥିବାରୁ ସହରରେ ୧୪୪ଧାରା ଜାରି ହେବା ସହ ବସ୍ ଓ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । 

ଫୁଲୁରୀ ତେଲ: ଯାହାକୁ ଲଗାଇ ଲାଘବ ହୁଅନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ହୁଏ ପ୍ରସ୍ତୁତି ?

ସଞ୍ଜୟ ମହାପାତ୍ର, ପୁରୀ: ଆଜି ଅନବସରର ପଞ୍ଚମ ଦିବସ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ହେବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ହୋଇଛି ଶ୍ରୀଅଙ୍ଗ ଫିଟା ନିତି। ଆସନ୍ତାକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରୀ ତେଲ। ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି । ଆସନ୍ତାକାଲି ମଧ୍ଯାହ୍ଣ ଧୂପ ପରେ ଏହି ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ। ସେପଟେ ରଥଖଳାରେ ତିନିରଥର ଖପୁରୀ ବସାଇବା କାର୍ଯ୍ଯ ଶେଷ ହୋଇଥିବା ବେଳେ ରଥର ରଙ୍ଗ କାମ ଚାଲିଛି। ବିନାଭକ୍ତରେ ରଥଯାତ୍ରା ହେବାକୁ ଥିବାରୁ ସହରରେ ୧୪୪ଧାରା ଜାରି ହେବା ସହ ବସ୍ ଓ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । 

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର । କରୁଛନ୍ତି ମାନବୀୟ ଲୀଳା । ଜ୍ୱର (High Fever) ରେ ପୀଡ଼ିତ ହୋଇ ଏବେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା । ସ୍ନାନପୂର୍ଣ୍ଣିମା ଠାରୁ ଶ୍ରୀଜିଉ ଅଣସରରେ । ଆଜି ଶ୍ରୀଜିଉମାନଙ୍କର ଶରୀରରେ ଲାଗି ହେବ ଫୁଲୁରୀ ତେଲ (Phuluri Oil) । ସେଥିପାଇଁ ବଡ଼ଓଡ଼ିଆ ମଠରୁ ପ୍ରତିବର୍ଷ ଅନାବସର ସମୟରେ ଯୋଗାଇ ଦିଆଯାଏ ଏହି ଫୁଲୁରୀ ତେଲ। ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ମହାଜ୍ବରର ଉତ୍ତାପ କମାଇବା ପାଇଁ ଲେପ କରିଥାନ୍ତି ଏହି ଔଷଧୀୟ ତୈଳ । 

Also Read: ରେଡ ଜୋନ ବର୍ଗରେ ୪ ଜିଲ୍ଲା, ରାଜ୍ୟରେ ହେବ କି ଅନଲକ ପ୍ରକ୍ରିୟା?

ସ୍ନାନ (Snana Yatra) ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ବା କାଢିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଛି । ଆଉ ଆଜି ପଞ୍ଚମୀରେ ଫୁଲୁରୀ ଲାଗି କରିବେ ଦଇତାପତି ସେବାୟତ । ବର୍ତ୍ତମାନ ମହାପ୍ରଭୁ ଧଳା ବସ୍ତ୍ର ପରିହିତା । ଦଇତାପତିମାନେ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଅଲଭ୍ୟ ଫୁଲୁରୀ ତେଲରେ ମାଲିସ କରିବା ପରେ ପ୍ରଭୁଙ୍କ ମଜରା ହଟିବ। ଘଣା ପେଡା ରାଶି ତେଲରେ କେତକୀ , ଜୁଇ ଜାଇ ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣବୋଗ ଧାନ ଓ ବେଣା ଚେର ମିଶାଯାଇ ଏହି ତୈଳ ପ୍ରସ୍ତୁତ କରାଯାଏ । 

Also Read: LAC ଆରପଟରେ ଚୀନ୍ ସୃଷ୍ଟି କଲା ଭାରତ ପାଇଁ ଏକ ନୂଆ ସମସ୍ୟା

ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ୍ ଆଜି ଏହି ଔଷଧୀୟ ତୈଳକୁ ମଠ ମହନ୍ତ ମାଟି ତଳୁ କାଢି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖାଯାଇଛି । ଆସନ୍ତାକାଲି ପଞ୍ଚମୀ ତିଥିରେ ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର (Shree Mandira)ରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି ।

Also Read: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ସେପଟେ ଜୁଲାଇ ୧୨ରେ ଘୋଷଯାତ୍ରା (Rath Yatra 2021) କୁ ଦୃଷ୍ଟିରେ ରଖି ରଥଖଳାରେ ଜୋରସୋରରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ମହାପ୍ରଭୁ ସୁସ୍ଥ ହେବା ପରେ ନବଯୌବନ ବେଶରେ ଦର୍ଶନ ଦେବେ । ଏହାପରେ ଘୋଷଯାତ୍ରାରେ ଯିବେ ମହାବାହୁ ।