ଓଡ଼ିଶାର ଚିନ୍ତା ବଢ଼ାଇଲା Omicron; ଆଉ ୪ ସଂକ୍ରମିତ ଚିହ୍ନଟ, ସରକାର ନେଲେ ଏହି ପଦକ୍ଷେପ
ରବିବାର ରାଜ୍ୟରେ ଆଉ ୪ ଜଣଙ୍କ ଠାରେ କୋରୋନାର ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ, ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଦୁବାଇ ଫେରନ୍ତା ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ଓଡ଼ିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବିଦେଶରୁ ଫେରିଥିବା ସୂଚନା ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ମାମଲା ୮କୁ ପହଞ୍ଚିଛି। ସେପଟେ ନୂଆବର୍ଷ ସୁଦ୍ଧା ଦେଶରେ ଓମିକ୍ରୋନ ମାମଲା ୫୦୦ ଟପିପାରେ ବୋଲି ଆଶଙ୍କା କରାଯାଉଛି।
ରବିବାର ରାଜ୍ୟରେ ଆଉ ୪ ଜଣଙ୍କ ଠାରେ କୋରୋନାର ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ, ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଦୁବାଇ ଫେରନ୍ତା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୋଟ ଓମିକ୍ରୋନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Also Read: କୋରୋନା ସଙ୍କଟ ବେଳେ ଦିଲ୍ଲୀ ବାହାରେ ଅମିତ ଶାହା, ଚାରି ଦିନରେ ବୁଲିବେ ୧୨ ଜିଲ୍ଲା
ରାଜ୍ୟରେ ଓମିକ୍ରୋନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ବିଜୟ ମହାପାତ୍ର କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଯୋଗୁଁ ଓମିକ୍ରୋନ ସଂକ୍ରମିତଙ୍କ ଚିହ୍ନଟ ହୋଇପାରିଛି। କୌଣସି ଜଣେ ବି ଓମିକ୍ରୋନ ସଂକ୍ରମିତ ଗୁରୁତର ନାହାଁନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଯେଉଁ ବ୍ଯକ୍ତି ବିଦେଶରୁ ଆସୁଛନ୍ତି ସମସ୍ତ ପଜିଟିଭ ଲୋକଙ୍କ ଜେନମ ସିକ୍ଯୁନସିଂ କରିବାକୁ ସ୍ଥିର କରାଯାଇଛି। ନାଇଜେରିଆ ଆଟ ରିସ୍କ କଣ୍ଟ୍ରି ହୋଇ ନ ଥିବା ବେଳେ ସେଠାରୁ ଆସୁଥିବା ଲୋକଙ୍କ ମଧ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହେଉଛି। ଏଥିପାଇଁ ଏବେ ଆଟ ରିସ୍କ ହେଉବା ରିସ୍କ ନ ଥିବା ଦେଶ, ସମସ୍ତ ବିଦେଶ ଫେରନ୍ତାଙ୍କ RT PCR ଟେଷ୍ଟ କରାଯାଉଛି।
ରାଜ୍ଯ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ମୁସ୍କିଲ ହେଲେ ସର୍ଭିଲାନ୍ସ କରାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ୧୫ରୁ ୧୮ ଯୁବକ ଯୁବତୀ ଓ ବହୁ ରୋଗରେ ପୀଡିତ ବୃଦ୍ଧବୃଦ୍ଧାଙ୍କୁ ବୁଷ୍ଟର ଡୋଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଗାଇଡଲାଇନକୁ ଅପେକ୍ଷା କରାଯାଇଛି। ଗାଇଡଲାଇନ ଅନୁଯାୟୀ ସବୁ ବ୍ଯବସ୍ଥା କରାଯିବ। ପୂର୍ବରୁ ଦିନକୁ ୪ ଲକ୍ଷ ଯାଏ ସ୍ବାସ୍ଥ୍ୟ ବିଭାଗ ଟିକାକରଣ କରିସାରିଛି। ଏଥିପାଇଁ ଆମ ପାଖରେ ଟିମ ଓ ଆନୁଷଙ୍ଗିକ ବ୍ଯବସ୍ଥା ରହିଛି। ତେଣୁ ଟିକା ଉପଲବ୍ଧ ହେଲେ ଏମାନଙ୍କୁ ଟିକା ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଳକ କହିଛନ୍ତି।
Also Read: Omicron କୁ ନେଇ WHOର ଚେତାବନୀ, ଭାରତର ଏହି ରାଜ୍ୟରୁ ବ୍ୟାପିବ ତୃତୀୟ ଲହର !
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୭ ଓ ଲୋକାଲ୍ କେସ୍ ୪୫ ରହିଛି। ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୭ ଜଣ ଅଛନ୍ତି। ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୮୮୧କୁ ବୃଦ୍ଧି ପାଇଛି। ଆଜି ଜଣକର ମୃତ୍ୟୁ ପରେ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮, ୪୫୨କୁ ପହଞ୍ଚିଛି। ବର୍ତ୍ତମାନ ୧୫୯୪ ଜଣ କୋରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।