ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ସେଲ୍ (Vigilance Cell) ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଅତିରିକ୍ତ ପିସିସିଏଫ (Addtional PCCF) ଅଭୟକାନ୍ତ ପାଠକ (Abhyakant Pathak) ଚାକିରୀରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏ ମାମଲାରେ ପୁଅ ଆକାଶ ପାଠକଙ୍କ ସହ ତାଙ୍କୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବାପା ପୁଅଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଏହା ପୂର୍ବରୁ କୋର୍ଟ ବାପ-ପୁଅଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ଗତକାଲି ଉଭୟଙ୍କୁ ମୁମ୍ବାଇରୁ ଧରି ଭୁବନେଶ୍ବରରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍। ପହଞ୍ଚିବା ପରେ ଉଭୟଙ୍କୁ ନିଜ କାର୍ଯ୍ୟାଳୟକୁ ଆଣିବା ପରେ ଜେରା କରିଥିଲା ଭିଜିଲାନ୍ସ।  



 


Also Read: ଜେଲ ଗଲେ ସରକାରୀ ବାପା ଓ ଅୟାସୀ ପୁଅ


 


କୋର୍ଟରେ ହାଜର ହେବା ପରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତଙ୍କ ଓକିଲ ତାଙ୍କୁ ନିର୍ଦ୍ଦୋଶ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଆକ୍ରୋଶରେ ଷଡଯନ୍ତ୍ର କରାଯାଇଥିବା ଯୁକ୍ତି ରଖିଥିଲେ ତାଙ୍କ ଓକିଲ। ହେଲେ ଏସବୁ ଯୁକ୍ତିରେ ସନ୍ତୁଷ୍ଟ ନହୋଇ ବାପା ପୁଅଙ୍କ ଜାମିନ ନାମଞ୍ଜୁର କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ।  


ଭିଜିଲାନ୍ସ ଜେରା ପରେ ଶେଷରେ ପାଟି ଖୋଲିଛନ୍ତି ବନୀକରଣ ବିଭାଗ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ। ଭିଜିଲାନ୍ସ ଦ୍ବାରା ଅଭୟ ଏବଂ ତାଙ୍କ ପୁଅଙ୍କୁ ମେଡିକାଲ ଯାଞ୍ଚ ପାଇଁ ନେବା ବେଳେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ପୁଅର ଦରମା ମାସକୁ କୋଟିଏ ଥିବା ବେଳେ ନିଜ ବିଭାଗରୁ ସେ ବେଆଇନ ଭାବେ ଟଙ୍କାଟିଏ ନେଇନାହାଁନ୍ତି। ତାଙ୍କ ନିକଟରେ ସବୁ ଦସ୍ତାବିଜ ରହିଛି। ସମୟ ଆସିଲେ ସବୁ ତଥ୍ୟ ଦିଆଯିବ। ପୁଅ ମୋ ଟଙ୍କାରେ ନୁହେଁ ନିଜ ପଇସାରେ ଅୟସ କରୁଥିଲା ବୋଲି ସଫେଇ ଦେଇଛନ୍ତି ପିସିସିଏଫ। 


Also Read: ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...


 


ପ୍ରାୟ ୩ ଦିନ ଧରି ଯାଞ୍ଚ କଲା ପରେ ମଧ୍ୟ ଅତିରିକ୍ତ ପିସିସିଏଫ ଭୟକାନ୍ତ ପାଠକଙ୍କ ନାଁରେ କେତେ ସମ୍ପତ୍ତି ରହିଛି ତାହାର ଆକଳନ କରିପାରୁନି ଭିଜିଲାନ୍ସ ବିଭାଗ। ଯଦିଓ ଭିଜିଲାନ୍ସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ତଥାପି ତାଙ୍କ ସହ ବିଧାୟକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।



ଏପରିକି ନେତାଙ୍କ ସହ ସମ୍ପର୍କ ତାଙ୍କ ପାଇଁ ଭାରି ପଡିଥିବା କଥା କୁହାଯାଉଛି। ଅଭୟଙ୍କ ନାଁରେ ପୂର୍ବରୁ ଚାରା ଘୋଟାଲା ନେଇ ଅଭିଯୋଗ ହୋଇଆସୁଥିଲା। ଏଭଳି ପରିସ୍ଥିତିରେ ସେ ସମୟରେ ତାଙ୍କ ବିରୋଧରେ କୌଣସି ତଦନ୍ତ କରାନଯାଇ ହଠାତ୍ ଆୟର୍ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାର ତଦନ୍ତ କରିବା ପଛରେ ବଡ ରହସ୍ୟ ଥିବା କୁହାଯାଉଛି। 


ଜଙ୍ଗଲ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଖୋଳତାଡ କରିବା ପରେ ଅନେକ ଲିଙ୍କ ପଦାକୁ ଆସିବା ବାକି ରହିଛି। ହେଲେ ଓଡିଶାରେ ଭିଜିଲାନ୍ସ ଇତିହାସର ସବୁଠାରୁ ବଡ ଚଢାଉ ପରେ ଭିଜିଲାନ୍ସ ଅଧିକାରୀ ଅଭୟକାନ୍ତଙ୍କ ସମ୍ପତ୍ତିର ଖିଅ ଖୋଜି ବାହାର କରି ନପାରିବାକୁ ନେଇ ଅନେକ ପ୍ରଶ୍ନ ଉଠିବାକୁ ଲାଗିଛି।