ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...
Advertisement
Article Detail0/zeeodisha/odisha794511

ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...

IFS Abhaya Pathak Arrest: କୁବେର ପ୍ରଶାସକ ଅଭୟକାନ୍ତ ପାଠକ (Abhayakanta Pathak) ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ (Akash Pathak) ଆଜି ଭିଜିଲାନ୍ସ ଗିରଫ କରିଛି । ଗିରଫ ପୂର୍ବରୁ ଆଜି ଉଭୟ ଅଭୟକାନ୍ତ (AK Pathak) ଓ ଆକାଶଙ୍କର ସ୍ଥାନୀୟ କ୍ୟାପିଟାଲ ହସପିଟାଲରେ (Captial Hospital) ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ତେବେ ଡାକ୍ତରଖାନାକୁ

ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...

ଭୁବନେଶ୍ୱର: IFS Abhaya Pathak Arrest: କୁବେର ପ୍ରଶାସକ ଅଭୟକାନ୍ତ ପାଠକ (Abhayakanta Pathak) ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ (Akash Pathak) ଆଜି ଭିଜିଲାନ୍ସ ଗିରଫ କରିଛି । ଗିରଫ ପୂର୍ବରୁ ଆଜି ଉଭୟ ଅଭୟକାନ୍ତ (AK Pathak) ଓ ଆକାଶଙ୍କର ସ୍ଥାନୀୟ କ୍ୟାପିଟାଲ ହସପିଟାଲରେ (Captial Hospital) ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ତେବେ ଡାକ୍ତରଖାନାକୁ ଯାଉଥିବା ସମୟରେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ଅଭୟକାନ୍ତ ପାଠକ (IFS Abhayakanta Pathak)। ସେ କହିଛନ୍ତି କି, ପୁଅର ଆୟ ମାସିକ ଏକ କୋଟି ଟଙ୍କା ଦରମା । ମୋ ଅର୍ଥରେ ପୁଅ କୌଣସି ଅୟସ କରୁନଥିଲା ବୋଲି ସେ ସଫେଇ ଦେଇଛନ୍ତି । 

ଅଧିକ ପଢନ୍ତୁ: ସିବିଆଇ, ଇଡିର ଭୟ କାହାକୁ ଦେଖାଉଛନ୍ତି

ସୂଚନାଯୋଗ୍ୟ ଦୁଇ ଦିନ ତଳେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ତେବେ ଆଜି ପର୍ଯ୍ୟନ୍ତ ଛାନଭିନ ସମୟରେ ପାଖାପାଖି ୯ କୋଟି ଟଙ୍କାର ସମ୍ପତି ମିଳିଥିବା ସୂଚନା ରହିଛି । ବହୁ ହେନାମୀ ସମ୍ପତି ସମ୍ପର୍କରେ ଖୋଳତାଡ଼ କରିଛି ଭିଜିଲାନ୍ସ । ସେପଟେ କିଛି ଠକେଇ ହୋଇନି । ସବୁ ଯଥାର୍ଥ ରହିଛି । ପୁଅ ମୋ ପଇସାରେ ଅୟସ କରୁନଥିଲା । ବରଂ ତାର ମାସିକ ଦରମା କୋଟିଏ ଟଙ୍କା । ସେଥିରେ ସେ ଖର୍ଚ୍ଚ କରୁଥିଲା ବୋଲି ସେ  ସଫେଇ ଦେଇଛନ୍ତି । 

ଅଧିକ ପଢନ୍ତୁ: କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!

ସେ ଆହୁରି ମଧ୍ୟ କହିଛନ୍ତି କି, ବନବିଭାଗରେ ମୁଁ କୌଣସି ଅର୍ଥ ହଡ଼ପ କରିନାହିଁ । ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ କହିଛନ୍ତି । ସୂଚନାଯୋଗ୍ୟ ଅଭୟଙ୍କ ସମ୍ପତିର ଯାଞ୍ଚରେ ପ୍ରାୟ ୧୫୦ ଜଣ ଭିଜିଲାନ୍ସ ଅଧିକାରୀ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇଏଫଏସ ଅଭୟକାନ୍ତ ପାଠକଙ୍କର ୧୩ଟି ସ୍ଥାନରେ ଚଢାଉ କରାଯାଇଛି । ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁରେ ଘର, ଓ୍ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁନେର ଆପାର୍ଟମେଣ୍ଟ, କାର୍ଯ୍ୟାଳୟ, ଫାର୍ମ ହାଉସ, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ କରାଯାଇଥିଲା । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ପୁଣେ ଏବଂ ରାଜସ୍ଥାନର ଉଦୟପୁରରେ ମଧ୍ୟ ଯାଞ୍ଚ ଚାଲିଥିଲା। ରାଜ୍ୟର ସବୁଠାରୁ ବଡ ଭିଜିଲାନ୍ସ ବୋଲି ସୂଚନା ରହିଛି ।