ଜେଲ ଗଲେ ସରକାରୀ ବାପା ଓ ଅୟାସୀ ପୁଅ
Advertisement
Article Detail0/zeeodisha/odisha794699

ଜେଲ ଗଲେ ସରକାରୀ ବାପା ଓ ଅୟାସୀ ପୁଅ

 ଜଙ୍ଗଲ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଖୋଳତାଡ କରିବା ପରେ ଅନେକ ଲିଙ୍କ ପଦାକୁ ଆସିବା ବାକି ରହିଛି।

ଜେଲ ଗଲେ ସରକାରୀ ବାପା ଓ ଅୟାସୀ ପୁଅ

ସରୋଜ ବେହେରା,ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅତିରିକ୍ତ ପିସିସିଏଫ (Addtional PCCF) ଅଭୟକାନ୍ତ ପାଠକ (Abhyakant Pathak) ଏବଂ ତାଙ୍କ ଅୟାସୀ ପୁଅ ଆକାଶ ପାଠକଙ୍କୁ ଶେଷରେ ଗିରଫ କରିଛି ଭିଜିଲାନ୍ସ ସେଲ। ଗିରଫଦାରୀ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। କୋର୍ଟରେ ଉଭୟଙ୍କ ଜାମିନ (Bail)ନାମଞ୍ଜୁର ହେବା ପରେ ବାପା ପୁଅଙ୍କୁ ଝାରପଡା ଜେଲକୁ (Jharpara Jail) ପଠାଇ ଦିଆଯାଇଛ।

କୋର୍ଟ ବାପ-ପୁଅଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ସାରିଛନ୍ତି। ଗତକାଲି ଉଭୟ ମୁମ୍ବାଇରୁ ଭୁବନେଶ୍ବର ନେଇ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ବର ପହଞ୍ଚିବା କ୍ଷଣି ଭଭୟ ବାପା ପୁଅଙ୍କୁ ଭିଜିଲାନ୍ସ ଟିମ୍ ନିଜ କାର୍ଯ୍ୟାଳୟକୁ ଆଣି ଜେରା କରିଛି। ଅତିରିକ୍ତ ପିସିସିଏଫ ଅଭୟଙ୍କ ପୁତୁରା ସହ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚରା ଚାଲିଛି।  

କୋର୍ଟରେ ପହଞ୍ଚିବା କ୍ଷଣି ଅଭୟକାନ୍ତ ପାଠକଙ୍କ ଓକିଲ ତାଙ୍କୁ ନିର୍ଦ୍ଦୋଶ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଆକାଶ ପାଠକ କୋଭିଡ୧୯ ଆକ୍ରାନ୍ତ ଥିଲେ ଆଉ ସେହି ସମୟରେ ସେ କିଭଳି ଚାର୍ଟାଡ ଫ୍ଲାଇଟରେ (Chartered Flight) ଯାଇଥିବେ ସେ ନେଇ ଯୁକ୍ତି ବାଢିଥିଲେ। ସେଭଳି ଅଭୟକାନ୍ତଙ୍କୁ ଆକ୍ରୋଶରେ ଷଡଯନ୍ତ୍ର କରାଯାଇଥିବା ଯୁକ୍ତି ରଖିଥିଲେ ଓକିଲ। ହେଲେ ଏସବୁ ଯୁକ୍ତିରେ ସନ୍ତୁଷ୍ଟ ନ ହୋଇ ବାପା ପୁଅଙ୍କ ଜାମିନ ନାମଞ୍ଜୁର କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ (Special Vigilance Court) ।  

ଭିଜିଲାନ୍ସ ଜେରା ପରେ ଶେଷରେ ପାଟି ଖୋଲିଛନ୍ତି ବନୀକରଣ ବିଭାଗ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ। ଭିଜିଲାନ୍ସ ଦ୍ବାରା ଅଭୟ ଏବଂ ତାଙ୍କ ପୁଅଙ୍କୁ ମେଡିକାଲ ଯାଞ୍ଚ ପାଇଁ ନେବା ବେଳେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ସେ। ପୁଅର ଦରମା ମାସକୁ କୋଟିଏ ଥିବା ବେଳେ ନିଜ ବିଭାଗରୁ ସେ ବେଆଇନ ଭାବେ ଟଙ୍କାଟିଏ ନେଇନଥିବା କହିଛନ୍ତି। ତାଙ୍କ ନିକଟରେ ସବୁ ଦସ୍ତାବିଜ ରହିଛି। ସମୟ ଆସିଲେ ସବୁ ତଥ୍ୟ ଦିଆଯିବ। ପୁଅ ମୋ ଟଙ୍କାରେ ନୁହେଁ ନିଜ ପଇସାରେ ଅୟସ କରୁଥିଲା ବୋଲି ସଫେଇ ଦେଇଛନ୍ତି ପିସିସିଏଫ।

Also Read: ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...

ସେପଟେ ପୁଅ ମଧ୍ୟ ନିଜକୁ ଷଡଯନ୍ତ୍ରର ଶୀକାର ହୋଇଥିବା କହିଛନ୍ତି। ଏକ ଘରୋଇ କମ୍ପାନୀ ତାଙ୍କୁ ଫସାଇ ଥିବା କହିଛନ୍ତି ଅଭୟଙ୍କ ପୁଅ ଆକାଶ। ଗତ ମେ ମାସରୁ ଆକାଶଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ସାଇବର ସେଲରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଏ ପର୍ଯ୍ୟନ୍ତ ଜାରି ରହିଛି। ସେପଟେ ତଥ୍ୟ ପ୍ରମାଣ ଯୋଗାଡ କରିବାରେ ଲାଗିଛି ଭିଜିଲାନ୍ସ।  

ପ୍ରାୟ ୩ ଦିନ ଧରି ଯାଞ୍ଚ କଲା ପରେ ମଧ୍ୟ ଅତିରିକ୍ତ ପିସିସିଏଫ ଭୟକାନ୍ତ ପାଠକଙ୍କ ନାଁରେ କେତେ ସମ୍ପତ୍ତି ରହିଛି ତାହାର ଆକଳନ କରିପାରୁନି ଭିଜିଲାନ୍ସ ବିଭାଗ। ସେପଟେ ଅଭୟକାନ୍ତ ଭିଜିଲାନ୍ସ ପଞ୍ଝାରେ ପଡିବା ପରେ ଏହା ପଛରେ ରହିଥିବା ବଡ ରହସ୍ୟ ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି। ଯଦିଓ ଭିଜିଲାନ୍ସ ପକ୍ଷରୁ ଏନେଇ ଔପଚାରିକ ସ୍ତରରେ ଏନେଇ କିଛି ସ୍ପଷ୍ଟ କରୁନାହାଁନ୍ତି ତଥାପି ତାଙ୍କ ସହ ବିଧାୟକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏଭଳି କି ନେତାଙ୍କ ସହ ସମ୍ପର୍କ ତାଙ୍କ ପାଇଁ ଭାରି ପଡିଥିବା କଥା କୁହାଯାଉଛି। ଅଭୟଙ୍କ ନାଁରେ ପୂର୍ବରୁ ଚାରା ଘୋଟାଲା ନେଇ ଅଭିଯୋଗ ହୋଇଆସୁଥିଲା। ଏଭଳି ପରିସ୍ଥିତିରେ ସେ ସମୟରେ ତାଙ୍କ ବିରୋଧରେ କୌଣସି ତଦନ୍ତ କରାନଯାଇ ହଠାତ୍ ଆୟର୍ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାର ତଦନ୍ତ କରିବା ପଛରେ ବଡ ରହସ୍ୟ ଥିବା କୁହାଯାଉଛି। ହେଲେ ଗଣମାଧ୍ୟମକୁ ସେ ବାବଦରେ କୌଣସି ସୂଚନା ନ ଦେଇ ଅଭୟ ଏବଂ ତାଙ୍କ ପୁଅ ଗୋଟାଏ ପଟେ ସବୁ କିଛି ଠିକ ଥିବା ଭଳି ଦେଖାଇବାକୁ ଚେଷ୍ଟା କରିଛନ୍ତି। ଜଙ୍ଗଲ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଖୋଳତାଡ କରିବା ପରେ ଅନେକ ଲିଙ୍କ ପଦାକୁ ଆସିବା ବାକି ରହିଛି। ହେଲେ ଓଡିଶାରେ ଭିଜିଲାନ୍ସ ଇତିହାସର ସବୁଠାରୁ ବଡ ଚଢାଉ ପରେ ଭିଜିଲାନ୍ସ ଅଧିକାରୀ ଅଭୟକାନ୍ତଙ୍କ ସମ୍ପତ୍ତିର ଖିଅ ଖୋଜି ବାହାର କରି ନପାରିବାକୁ ନେଇ ଅନେକ ପ୍ରଶ୍ନ ଉଠିବାକୁ ଲାଗିଛି।