ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: କୁନି ବୟସରୁ ବଡ଼ ଆଶା, କ୍ରିକେଟ୍ ପ୍ରେମରେ ଚାରି ବର୍ଷ ପିଲା । ଭୁବନେଶ୍ବର ଉପକଣ୍ଠ ଉତ୍ତରା ଅଞ୍ଚଳରେ ଏପରି ଜଣେ ବିସ୍ମୟ ବାଳକ ହେଉଛନ୍ତି ଅଦଭିକ୍ ଜେନା । ଛୋଟବେଳୁ କ୍ରିକେଟ ପ୍ରତି ତାଙ୍କର ଆବେଗ ଏବେ ଏକ ନିଶାରେ ପରିଣତ କରିଦେଇଛି । କଥା କହିବାକୁ ପାଟି ଲାଗୁଛି ସତ ହେଲେ ବ୍ୟାଟିଂରେ ପୁରା ଓସ୍ତାଦ୍ । ଏତେ କମ୍ ବୟସରୁ ଏପରି ଇଚ୍ଛାଶକ୍ତିକୁ ନେଇ ପରିବାର ଓ ପ୍ରଶିକ୍ଷକ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ବେଶ ଆଶାବାଦୀ । 


COMMERCIAL BREAK
SCROLL TO CONTINUE READING

ଖନେଇ ଖନେଇ ପାଟିରୁ କଥା ବାହାରୁଛି, ନାମ ଅଦଭିକ୍ ଜେନା, ବୟସ ମାତ୍ର ୪ ବର୍ଷ ୩ ମାସ, ହେଲେ ରୁଚି କ୍ରିକେଟ ଖେଳ (Cricket Game) । ବର୍ତ୍ତମାନର ଶିଶୁ ଯେଉଁ ବୟସରେ ଟିଭି, ମୋବାଇଲ, ଲାପଟପ୍ ଆଦି ଇଲେକ୍ଟଟ୍ରୋନିକ୍ ଗ୍ୟାଜେଟ୍ ରେ ସମୟ ଅତିବାହିତ କରୁଛନ୍ତି ସେତେବେଳେ ଅଦଭିକ (Advik) ଙ୍କ ମୁଣ୍ଡରେ ହେଲମେଟ୍, ଗୋଡରେ ପ୍ୟାଡ୍ ଓ ହାତରେ ବ୍ୟାଟ୍ ।  କୁନି ବୟସରୁ କ୍ରିକେଟ ପ୍ରତି ରୁଚି ତାଙ୍କୁ ଆଜି ଖେଳରେ ପାରଙ୍ଗମ କରିଦେଇଛି । ଭୁବନେଶ୍ବର (Bhubaneswar) ଉପକଣ୍ଠ ଉତ୍ତରା ଅଞ୍ଚଳରେ ରହୁଥିବା ବାପା ଅଭିମନ୍ୟୁ ଜେନା ଓ ମା ଅନ୍ନପୂର୍ଣ୍ଣା ପରିଡାଙ୍କ ପୁଅ ହେଉଛନ୍ତି ଅଦଭିକ୍ । 


Also Read: ରାଜ୍ୟ Cabinet Meeting: ୧୫ ଟି ପ୍ରସ୍ତାବକୁ ଅନୁମୋଦନ


ତାଙ୍କ ବାପାଙ୍କ କହିବା ମୁତାବକ ଦୁଇ ବର୍ଷ ବୟସରୁ ହାତରେ ବ୍ୟାଟ ଧରିବାର ଆରମ୍ଭ କରିଥିଲେ ଅଦଭିକ୍ । ବର୍ତ୍ତମାନ ଏଲକେଜି ରେ ପାଠ ପଢୁଥିବା ବେଳେ ଛୁଟି ହେତୁ କ୍ରିକେଟ ଖେଳିବାରେ ତାଙ୍କର ରୁଚି ବଢିଯାଇଛି ।  
ଦୁଇ ଜଣ ବରିଷ୍ଠ ପ୍ରଶିକ୍ଷକ ତାଙ୍କୁ ତାଲିମ ଦେଉଛନ୍ତି । ୨ ବର୍ଷରୁ ବ୍ୟାଟ ଧରିବା ପରେ ଟିଭିରେ କ୍ରିକେଟ ଦେଖିବାରେ ରୁଚି ରଖୁଥିଲେ ଅଦଭିକ୍ । ତାଙ୍କ ଇଚ୍ଛାକୁ ଦେଖି ପଡ଼ିଆରେ ଖେଳାଇବାକୁ ବ୍ୟବସ୍ଥା କରିଥିଲେ ପରିବାର ଲୋକେ । ଧିରେ ଧିରେ ନିଜର ଉଦ୍ୟମ ବଳରେ ସକାଳ ୫ ରୁ ନିଜେ ଉଠି ଖେଳ ପଡିଆକୁ ବାହାରିପଡ଼ନ୍ତି ।  ତେବେ ଏତେ କମ୍ ବୟସରେ ଏପରି ଟ୍ୟାଲେଣ୍ଟ ବହୁତ କମ୍ ଏବଂ ଭଗବାନଙ୍କ ଆର୍ଶୀବାଦ ବୋଲି କହିଛନ୍ତି ତାଙ୍କ କୋଚ୍ (Cricket Coach) ।


Also Read: PAK ରେ ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ Kidnap; ନିର୍ଯାତନା ଦେଇ କଲେ ମୁକ୍ତ


ତେବେ ଆଗକୁ ପାଠପଢା ସହ କ୍ରିକେଟ ଖେଳ (Cricket Game) ରେ ଭବିଷ୍ୟତରେ ଦେଶର ପ୍ରତିନିଧିତ୍ୱ କରିବେ ବୋଲି ଆଶା ରଖିଛନ୍ତି ଅଦଭିକ୍ ।