ରାଜ୍ୟ Cabinet Meeting: ୧୫ ଟି ପ୍ରସ୍ତାବକୁ ଅନୁମୋଦନ
Advertisement

ରାଜ୍ୟ Cabinet Meeting: ୧୫ ଟି ପ୍ରସ୍ତାବକୁ ଅନୁମୋଦନ

ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ଦୁଇ ଲେନ୍ (Two Lane Road) ବିଶିଷ୍ଟ ହେବ । ଏଥିପାଇଁ ୧୦୨.୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ କ୍ୟାବିନେଟ୍ (Odisha Cabinet) ।

ରାଜ୍ୟ Cabinet Meeting: ୧୫ ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ୧୫ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଏସବୁ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ୧୫ଟି ପ୍ରସ୍ତାବ ମଧ୍ୟରୁ ଭୁବନେଶ୍ୱରସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ବା Deemed University ମାନ୍ୟତା । 

ଏହାକୁ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଭାବରେ ନାମିତ କରାଯିବ । ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ ନେଟୱର୍କ ବା OSWAN ମାଧ୍ୟମରେ ରାଜ୍ୟରେ ଆଇଟି ଭିତ୍ତିଭୂମିର ହେବ ବିକାଶ । ଏଥିପାଇଁ ସରକାର ୩୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।କେନ୍ଦୁଝର ଜିଲ୍ଲା (Keonjhar District) ର ଯୋଡ଼ା ଏବଂ ଚମ୍ପୁଆରେ ଜଳଯୋଗାଣ ପ୍ରକଳ୍ପ; ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା, ଲାଠିକଟା, ଲହୁଣିପଡ଼ା, ବଣାଇ, ଲେପ୍ରିପଡ଼ା, ଟାଙ୍ଗରାପାଲି, ସୁନ୍ଦରଗଡ଼, ବଡ଼ଗାଁ, ସୁନାବେଡ଼ା ଏବଂ ବାଲିଶଙ୍କରା ବ୍ଲକ୍ ସାଙ୍ଗକୁ କଟକ ଜିଲ୍ଲା ଆଠଗଡ଼ ଓ ତିଗିରିଆ ବ୍ଲକରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ କ୍ୟାବିନେଟ।

Also Read: ଅପେକ୍ଷାର ଅନ୍ତ: ରାଜ୍ୟରେ ୨୬ ଜୁଲାଇରୁ ଖୋଲିବ School

ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ଦୁଇ ଲେନ୍ (Two Lane Road) ବିଶିଷ୍ଟ ହେବ । ଏଥିପାଇଁ ୧୦୨.୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ କ୍ୟାବିନେଟ୍ (Odisha Cabinet) । ରାଜ୍ୟରେ ଆଇଟି, କୌଶଳ ବିକାଶ, ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ସର୍ବସାଧାରଣ ଅଭିଯୋଗ, ଗୃହ ଏବଂ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ଯୋଜନା ଓ ସମନ୍ୱୟ, ରାଜସ୍ୱ, ଦୁର୍ବିପାକ ନିୟନ୍ତ୍ରଣ, ଇସ୍ପାତ ଏବଂ ଖଣିଜ ସମ୍ପଦ ପରିଚାଳନା ସଂକ୍ରାନ୍ତରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।