ଦଳରୁ ଦୁରେଇ ଗଲେଣି ଅନୁଭବ ?
କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ (pattamundai) କଷଣଅଣ୍ଟାରେ ଏକ ମିନି ଷ୍ଟାଡ଼ିୟମର ଶିଳାନ୍ୟାସ ହୋଇଥିଲା । ଏହି ଶିଳାନ୍ୟାସରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମ ରହିଥିଲା ।
ନୂଆଦିଲ୍ଲୀ: ଶୀର୍ଷକକୁ ପଢିଲେ ସ୍ୱାଭାବିକ ଭାବେ 'କାହିଁକି' ବୋଲି ପ୍ରଶ୍ନ ସୃଷ୍ଟି ହେବ। ଯାହା ମୁଣ୍ଡରେ ଦିନେ ବିଜେଡ଼ି (BJD) ସୁନା କଳସ ଢାଳିଥିଲା, ତାଙ୍କୁ କାହିଁକି ଦଳରୁ ବିଦା କରାହେବ ବୋଲି ପ୍ରଶ୍ନ ଉଠୁଛି। ଦୁଇ ଦୁଇ ଥର ସାଂସଦ (MP) ହୋଇଥିଲେ ମଧ୍ୟ ଲଗାତାର ଭାବେ ତାଙ୍କୁ ଦଳ ଏକ ପ୍ରକାର କୋଣଠେସା କରି ରଖିଛି ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି। ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ (Baijayanta Panda) ୨୦୧୯ ସାଧାରଣ ନିର୍ବାଚନରେ ହରାଇବା ପାଇଁ ବିଜେଡ଼ି ଅନୁଭବ ମହାନ୍ତିଙ୍କୁ (Anubhav Mohanty) ଅସ୍ତ୍ର କରିଥିଲା। ଏଥିରେ ସଫଳ ମଧ୍ୟ ହୋଇଥିଲା। ତେବେ ଏହି ସଫଳତା ସତ୍ତ୍ୱେ ଦଳରେ ବର୍ତ୍ତମାନ ଅନୁଭବ (Anubhav Mohanty) ଏକ ପ୍ରକାର ଅଲୋଡ଼ା ହୋଇ ପଡ଼ିଛନ୍ତି ।
ଅଧିକ ପଢନ୍ତୁ: ପଞ୍ଚିମବଙ୍ଗ ପାଇଁ ଓଡିଶାକୁ ଉପେକ୍ଷା! ଶଙ୍ଖ-ପଦ୍ମ ଏକାଠି, ଗୋଠଖଣ୍ତିଆ ହାତ
ବିଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକୁ ଲକ୍ଷ କଲେ ଅନୁଭବଙ୍କୁ (Anubhav Mohanty) ଏକ ପ୍ରକାର ଅଣଦେଖା କରାଯାଉଥିବା ନେଇ ସ୍ପଷ୍ଟ ବାରି ହୋଇପଡ଼େ । ଏପରିକି ତାଙ୍କୁ ନିର୍ବାଚନ ମଣ୍ଡଳୀରେ ମଧ୍ୟ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବା ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ କେନ୍ଦ୍ରାପଡ଼ାରେ (Kendrapada) ଏକାଧିକ ଉନ୍ନୟନ କାର୍ଯ୍ୟର ସମୀକ୍ଷା ହୋଇଛି । ଏପରିକି ଉନ୍ନୟନ କାର୍ଯ୍ୟର (Development Work) ମୂଳଦୁଆ ମଧ୍ୟ ପଡ଼ିଛି। ମାତ୍ର ସେଠାରେ ଜିଲ୍ଲା ବାହାରର ବିଧାୟକଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନୁଭବଙ୍କ ଅନୁପସ୍ଥିତି ସମସ୍ତଙ୍କୁ ପ୍ରଶ୍ନ ଉଠାଇବା ସ୍ୱାଭାବିକ ।
ଅଧିକ ପଢନ୍ତୁ: ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!
ନିକଟରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ (pattamundai) କଷଣଅଣ୍ଟାରେ ଏକ ମିନି ଷ୍ଟାଡ଼ିୟମର ଶିଳାନ୍ୟାସ ହୋଇଥିଲା । ଏହି ଶିଳାନ୍ୟାସରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମ ରହିଥିଲା । ଏହା ସହିତ ବିଧାୟକ ରଘୁନନ୍ଦନ ଦାସ (Raghunandan Das), କୋରେଇ ବିଧାୟକ ଅଶୋକ ବଳ, ବିଧାୟକ ଧ୍ରୁବ ସାହୁ, ରମେଶ ଚନ୍ଦ୍ର ବେହେରାଙ୍କ ନାମ ରହିଛି । କିନ୍ତୁ ସାଂସଦ ଅନୁଭବଙ୍କ ନାଁ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ।
ଅଧିକ ପଢନ୍ତୁ: ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ
ତେବେ ଏହା ପୂର୍ବରୁ ମଧ୍ୟ ଜିଲ୍ଲାର ପୋତା ବନ୍ଦର ପ୍ରକଳ୍ପର ଅନୁଧ୍ୟାନ କରିବା ସମୟରେ ମଧ୍ୟ ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା । ୫ଟି ସଚିବ ଭିକେ ପାଣ୍ଡିଆନ, ଅତନୁ ସବ୍ୟସାଚୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ମାତ୍ର ଅନୁଭବଙ୍କୁ ଦେଖିବାକୁ ମିଳିନଥିଲା । ସେହି ସମୟରେ ତାଙ୍କୁ ଏଥିପାଇଁ ଡକାଯାଇନଥିବା ନେଇ ଆଲୋଚନା ଜୋର ଧରିଥିଲା । ତେବେ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ପରି ଏହି ଦୁଇଟି ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ସେପଟେ ପାରିବାରିକ କଳହକୁ ଦଳ ଗୁରୁତର ସହ ନେଇଥିବା ଆଲୋଚନା ହେଉଛି । ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା କାରଣରୁ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆସୁଥିବା କାରଣରୁ ଦଳ ଅଣଦେଖା କରୁଥିବା ଜଣାପଡ଼ିଛି । ସେପଟେ ବର୍ଷାଙ୍କ ସହିତ ପାରିବାରିକ କାରଣରୁ ଦଳ ତାଙ୍କୁ କୋଣଠେସା କରୁଛି ନା ସେ ବ୍ୟକ୍ତିଗତ କାରଣରୁ ଦୁରେଇ ରହୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।