ଏସଡିଜେଏମ କୋର୍ଟରେ ଅନୁଭବ-ବର୍ଷା ବିବାଦ ପ୍ରସଙ୍ଗ। ଓକିଲ ଜରିଆରେ ହାଜର ହେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।
Trending Photos
କଟକ: ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆଣିଥିବା ଘରୋଇ ହିଂସା ମାମଲାରେ ଗୁରୁବାର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ତେବେ ସେ ବ୍ୟକ୍ତି ଗତ ନୁହେଁ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି। କିନ୍ତୁ ସେ କୌଣସି ଜବାବ ଦାଖଲ କରିନାହାନ୍ତି। ଏଥିପାଇଁସେ ଆହୁରି ସମୟ ମାଗିଥିବା ସୂଚନା ମିଳିଛି।
ଗତ ଅଗଷ୍ଟ ୭ ତାରିଖରେ ବର୍ଷା ଘରୋଇ ହିଂସା ସଂମ୍ପର୍କୀତ ଏକ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଦାଖଳ କରିଥିଲେ। ମାନସିକ ସେ ନିର୍ଯ୍ୟାୟତନା ସହିତ ଅନୁଭବଙ୍କ ବିରୋଧରେ ସିଧାସଲଖ ଅନେକ ଅଭିଯୋଗ ଆଣିଥିଲେ। ଯାହାକୁ ଭିତ୍ତି କରି କୋର୍ଟ ସେପ୍ଟେମ୍ବର ୭ ତାରିଖରେ ମାମଲାର ପାରମ୍ଭିକ ଶୁଣାଣୀ କରିଥିଲେ। ଏହାପରେ ପ୍ରଟେକ୍ସନ ଅଫିସର ମଧ୍ୟ ବର୍ଷାଙ୍କ ନିକଟକୁ ଯାଇ ଡି.ଆଇ.ଆର ରିର୍ପୋଟ କୋର୍ଟରେ ଦାଖଲ କରିଥିଲେ।
ଏହି ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟେବର ୧୨ ତାରିଖରେ ହୋଇଥିଲା। ସେତେବେଳେ ଅଭିଯୁକ୍ତ ଅନୁଭବ ମହାନ୍ତିଙ୍କୁ ହାଜର ହେବା ପାଇଁ ନିତଳ କୋର୍ଟ ର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗୁରୁବାର ଶୁଣାଣୀ ସମୟରେ ନିଜର ଓକିଲଙ୍କ ଜରିଆରେ ଅନୁଭବ ମହାନ୍ତି ହାଜର ହୋଇଛନ୍ତି। ତେବେ ଅନୁଭବଙ୍କ ପକ୍ଷରୁ ତାଙ୍କ ଓକିଲ କୌଣସି ପକ୍ଷ ରଖିନଥିବା ବେଳେ ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିଥିଲେ। ଫଳରେ କୋର୍ଟ ମାମଲାର ଶୁଣାଣୀ ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇଛନ୍ତି।