ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ
Advertisement

ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ

କ୍ୟାପଟେନ ଜୋୟା ଅଗ୍ରଓ୍ୱାଲ (Capt. Zoya Aggarwal), କ୍ୟାପଟେନ ପାପାଗରି ଥାନାମାଇ (Capt. Papagari Thanmai), କ୍ୟାପଟେନ ଆକାଂକ୍ଷା ସୋନାଓ୍ୱାନେ (Capt. Akansha Sonaware) ଓ କ୍ୟାପଟେନ ଶିବାନୀ ମାନହାସ (Capt. Shivani Manhas)।

ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ

ବେଙ୍ଗାଲୁରୁ: ଦୀର୍ଘ ୧୬ ହଜାର କିଲୋମିଟର ବିମାନ ଉଡ଼ାଣ କରି ଇତିହାସ ରଚିଛନ୍ତି ୪ ଭାରତୀୟ ମହିଳା ପାଇଲଟ (Air India Pilot)। ସାନ ଫ୍ରାନସିସକୋରୁ (San Francisco) ଭାରତକୁ (India) ପ୍ରଥମ ଉଡ଼ାଣ ଭରିଥିଲେ ଭାରତର ଏହି ୪ ମହିଳା ପାଇଲଟ । ପ୍ରଥମ ଉଡ଼ାଣରେ ଏହି ପାଇଲଟ ଏୟାର ଇଣ୍ଡିଆର ବୋଇଂ ବିମାନକୁ ଉତ୍ତର ମେରୁ ଦେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ ଏହି ମହିଳା ପାଇଲଟ । 

ଅଧିକ ପଢନ୍ତୁ: ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋରୋନା ଟିକାକରଣ

ଏହି ମହିଳା ପାଇଲଟ ହେଉଛନ୍ତି କ୍ୟାପଟେନ ଜୋୟା ଅଗ୍ରଓ୍ୱାଲ (Capt. Zoya Aggarwal), କ୍ୟାପଟେନ ପାପାଗରି ଥାନାମାଇ (Capt. Papagari Thanmai), କ୍ୟାପଟେନ ଆକାଂକ୍ଷା ସୋନାଓ୍ୱାନେ (Capt. Akansha Sonaware) ଓ କ୍ୟାପଟେନ ଶିବାନୀ ମାନହାସ (Capt. Shivani Manhas)। ଏହି ୪ କ୍ୟାପଟେନଙ୍କ ସହିତ ଉକ୍ତ ବିମାନରେ ସମସ୍ତ କ୍ରୁ ମେମ୍ବର ମଧ୍ୟ ମହିଳା ରହିଥିଲେ । ଯାହା ଏକ ସମ୍ପୂର୍ଣ୍ଣ ଭାବେ ନୂଆ । ତେବେ ସାନ ଫ୍ରାନସିସକୋରୁ (San Francisco) ଭାରତକୁ ସମ୍ପୂର୍ଣ୍ଣ ଭାବେ ମହିଳା କ୍ରୁ ମେମ୍ବର ଓ ପାଇଲଟ ବିମାନଟିକୁ ବେଙ୍ଗାଲୁରୁ (Bengaluru) ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ । 

fallback

ଅଧିକ ପଢନ୍ତୁ: ସାଧରଣତନ୍ତ୍ର ଦିବସରେ ଅତିଥି ହେବେ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି

ତେବେ ଦୀର୍ଘ ୧୭ ଘଣ୍ଟା ଧରି ଉଡ଼ାଣ ଭରିବା ପରେ ବାଙ୍ଗାଲୋରରେ ପହଞ୍ଚିଥିଲା ବିମାନ । ବାଙ୍ଗାଲୋର ବିମାନ ବନ୍ଦରରେ ବିମାନର ସମସ୍ତ କର୍ମଚାରୀଙ୍କୁ ଧୁମଧାମରେ ସ୍ୱାଗତ କରାଯାଇଥିଲା । ମହିଳା ପାଇଲଟ କହିଛନ୍ତି କି ଏହି ନିଶ୍ଚିତ ପକ୍ଷେ ଆମ ପାଇଁ ଗର୍ବର ବିଷୟ । ପୁରା ପୃଥିବୀ ମାନଚିତ୍ରକୁ ଦେଖିଲେ ସାନ ଫ୍ରାନନସିସକୋ ଓ ବେଙ୍ଗାଲୁରୁ ବିପରୀତ ଦିଗରେ ରହିଛନ୍ତି । ଏଥିପାଇଁ ଆମକୁ ନର୍ଥ ପୋଲ ବା ଉତ୍ତର ମେରୁ ଦେଇ ଗତି କରିବାକୁ ପଡ଼ିଥିଲା । ଏହାଦ୍ୱାରା ଉଡ଼ାଣ ସମୟ, ଇନ୍ଧନ ବ୍ୟବହାର ସଞ୍ଚୟ ହୋଇଥାଏ। ଏହି ନିଶ୍ଚିତ ପକ୍ଷେ ଏକ ଟିମ ଓ୍ୱାର୍କ ବୋଲି ପାଇଲଟ କହିଛନ୍ତି । 

ବିମାନର ଅଭିଜ୍ଞ ପାଇଲଟ ରହିଥିଲେ ଜୋୟା ଅଗ୍ରଓ୍ୱାଲ । ସେ ପାଖାପାଖି ୮୦୦୦ ଘଣ୍ଟା ବିମାନ ଉଡ଼ାଣ କରିସାରିଛନ୍ତି । ଜୋୟାଙ୍କ ସହିତ ଏହି ବିମାନକୁ ପାପାଗରି ଥାନମାଇ, ଆକାଂକ୍ଷା ସୋନାଓ୍ୱାରେ, ଶିବାନୀ ମାନହାସ ମଧ୍ୟ ଉଡ଼ାଇବାରେ ସହଯୋଗ କରିଥିଲେ । ତେବେ ଉତ୍ତର ମେରୁ ଦେଇ ବିମାନ ଉଡାଇବାର ଅଭିଜ୍ଞତା ସମସ୍ତ ପାଇଲଟଙ୍କ ପାଇଁ ନୂଆ ରହିଥିଲା ।