ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଏଣିକି ଯେକୌଣସି ସ୍ଥାନରେ ନେଇହେବ ଦ୍ୱୀତିୟ ଡୋଜ୍ । ରାଜ୍ୟରେ କୋରୋନା ଟିକାକରଣ ପ୍ରକ୍ରିୟାକୁ ଏପରି ସରଳିକରଣ କରିଛନ୍ତି ସରକାର । ପ୍ରଥମ ଡୋଜ ପାଇଁ ଯଦି ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛନ୍ତି ପରବର୍ତ୍ତୀ ସମୟରେ ସେ ଯେକୌଣସି ସ୍ଥାନରେ ଟିକା ନେଇପାରିବେ । ଏହାସହ ଦ୍ବୀତିୟ ପର୍ଯ୍ୟାୟ ଟିକା ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ପଠାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପଟେ ଶୂନ ସଂକ୍ରମଣ ମୁହାଁ ହେଉଛି ରାଜ୍ୟ ରାଜଧାନୀ । ଭୁବନେଶ୍ବର ଦେଇ ରାଜ୍ୟକୁ କୋରୋନା ପ୍ରବେଶ କରିବା ପରେ ରାଜଧାନୀ ହଟସ୍ପଟ୍ ହୋଇଯାଇଥିଲା, ଆଉ ଧିରେ ଧିରେ କୋରୋନା ମିଟର ଏବେ ତଳକୁ ଖସିବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଡୋଜ (First Dose) ପାଇଁ ଯଦି ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ପଞ୍ଜିକରଣ କରି ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ବଦଳି କିମ୍ବା ଯାଇଛନ୍ତି ତେବେ ସେହି ସ୍ଥାନରେ ମଧ୍ୟ ଦିତ୍ବୀୟ ଡୋଜ ନେଇପାରିବେ । ସେପଟେ ରାଜ୍ୟକୁ ଆଗରୁ ୨୧ ଲକ୍ଷ ସିରିଞ୍ଜ ଆସିଥିବା ବେଳେ ପୁଣି ୨୨ ଲକ୍ଷ ଆସିଛି । ଏହାସହ ମଙ୍ଗଳବାର ଆସିଥିବା କୋଭିସିଲ୍ଡ଼ (Covishield) ଟିକା ରାଜ୍ୟ ଭ୍ୟାକ୍ସିନ ଷ୍ଟୋର (Odisha Vaccine Store) ରେ ରହିଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ଜିଲ୍ଲା ମାନଙ୍କୁ ପଠାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେହିପରି ପ୍ରଥମ ଡୋଜରେ ୩ ଜଣଙ୍କର ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା (Side Effect) ଦେଖା ଦେଇଥିବା ବେଳେ ବର୍ତ୍ତମାନ ସ୍ବାଭାବିକ ରହିଛି । ମୋଟ ୧୬ ହଜାର ୨୬୧ ଜଣଙ୍କୁ ଟିକାକରଣ (Vaccination) ପାଇଁ ଲକ୍ଷ ଥିବା ବେଳେ ସେଥିରୁ ୧୪ ହଜାର ୨୯୧ ଜଣଙ୍କୁ ଟିକା ଦିଆଯାଇସାରିଥିବା ସେ କହିଛନ୍ତି ।


Also Read: ତୁଟିଲା ସ୍କୁଲ ଫି ଅଡ଼ୁଆ, ତଥାପି ହଟିନି ଅଳିଆ


ସେପଟେ ରାଜ୍ୟ ରାଜଧାନୀ ଦେଇ କୋରୋନା (Corona) ପ୍ରବେଶ କରିଥିବା ହଟସ୍ପଟ ଏବେ ଶୂନ ସଂକ୍ରମଣ ଆଡକୁ ମୁହାଁଉଛି । ଲଗାତାର ତିନିଦିନ ହେବ ଏକ ଅଙ୍କ ବିଶିଷ୍ଟ କୋରୋନା ସଂକ୍ରମଣ (Corona Infected) ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ ୬ ଜଣ ସ୍ଥାନୀୟ ସଂକ୍ରମିତ ପଜିଟିଭ୍ (Positive) ଆସିଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ ଆଉ ମାତ୍ର ୨୦୫ ଆକ୍ଟିଭ କେସ୍ (Active Case) ରହିଛି । ଏହାସହ ଲଗାତାର ଗତ କିଛି ଦିନ ଧରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି । ତେବେ ଟିକାକରଣ (Vaccination) ଆରମ୍ଭ ହୋଇଥିବା ସତ୍ତ୍ବେ ସଚେତନତା ଓ ଏନଫୋର୍ସମେଣ୍ଟ (Enforcement) ଜାରି ରହିଥିବା ବିଏମସି କମିଶନର (Bmc Commissioner) ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ପୂର୍ବରୁ ଦୌନିକ ୪ ହଜାର ଟେଷ୍ଟ କରାଯାଉଥିବା ବେଳେ ଏବେ ଆବଶ୍ୟକତାକୁ ଦେଖି ଦୈନିକ ୫ଶହରୁ ୧ହଜାର ପର୍ଯ୍ୟନ୍ତ ଟେଷ୍ଟ କରାଯାଉଥିବା କହିଛନ୍ତି । ସେପଟେ ରାଜଧାନୀରେ ସଂକ୍ରମଣ ହ୍ରାସକୁ ନେଇ ହର୍ଡ ଇମ୍ୟୁନିଟିକୁ ଶ୍ରେୟ ଦେଇଛନ୍ତି ବିଶେଷଜ୍ଞ ନିରୋଜ ମିଶ୍ର। 


Also Read: ଭେଜାଲ ଜାଲରେ ସ୍ମାର୍ଟସିଟି ଭୁବନେଶ୍ୱର, ମିଳିଲା ପୋକ ସାଲୁବାଲୁ ନକଲି ଆଚାର


ଦ୍ବୀତିୟ ସଂକ୍ରମଣ ( Second Wave) ର ପୂର୍ବ ଆକଳନକୁ ପଛରେ ପକାଇ ଏବେ ଧିରେ ଧିରେ ସଂକ୍ରମଣ କ୍ଷେତ୍ରରେ ସୁଧାର ଆସୁଛି । ତାଜା ଆକଳନ କହୁଛି ଆସନ୍ତା ଦୁଇ ମାସ ମଧ୍ୟରେ ସଂକ୍ରମଣ ସଂପୂର୍ଣ୍ଣ କମିଯିବ । ହେଲେ ଟିକା ନ ନେବା ପର୍ଯ୍ୟନ୍ତ ଆମେ କୋଭିଡ ନିୟମ ପାଳନ କରିବା ଅପରିହାର୍ଯ୍ୟ ।


Edited: Zee Odisha Desk