ରାଜ୍ୟରେ ଘରୋଇ ସ୍କୁଲ ଫି’ଛାଡ ହେବ । ଦୀର୍ଘ ଦିନ ଧରି ଦିନ ପରେ ଦିନ ଗଡିବା ପରେ ଶେଷରେ ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି ସତ ୨୦୨୦ ଏପ୍ରିଲ ମାସରୁ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଏହି ଆଧାରରେ ଅଭିଭାବକ ମାନେ ଫି’ଦାଖଲ କରିପାରିବେ ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଶେଷରେ ବାଜିଲା ମୋହର । ରାଜ୍ୟରେ ଘରୋଇ ସ୍କୁଲ ଫି’ଛାଡ ହେବ । ଚାରିଆଡୁ ପେଶି ହୋଇ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଓ ବାଦବିବାଦ ପରେ ଶେଷରେ ବାଟ ବାହାର କରିଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ମହାମାରୀ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ହେତୁ ଘରୋଇ ସ୍କୁଲ ଫି’ଛାଡ କରିବା ଲାଗି ବିଭିନ୍ନ ସଂଘ ଓ ଅଭିଭାବକ ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ବାରମ୍ବାର ତାରିଖ ପରେ ତାରିଖ ଗଡି ଶେଷରେ ଗତ ୭ ତାରିଖରେ ହାଇକୋର୍ଟ ଶେଷ ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲେ ।
ରାଜ୍ୟରେ ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା (Schools and Mass Education) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ହାଇକୋର୍ଟ (HighCourt)ରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବ୍ରେ ଫି କୋହଳ କରାଯିବାକୁ ପରାମର୍ଶ ରହିଛି । ଏଥିସହ ପରିବହନ ଓ ଖାଦ୍ୟ ବାବଦରେ ମନଇଚ୍ଛା ଖର୍ଚ୍ଚ ଆଦାୟ କରା ନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ଫି’ ବୃଦ୍ଧି ନ କରି ହଷ୍ଟେଲ ଫି (Hostel Fee) ’୩୦% ଛାଡ଼ ହେବାକୁ କୁହାଯାଇଛି । ଏହାସହ ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି (Activity Fee) , ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଜାମ ଫି (External Exam Fees) ୟୁନିଫର୍ମ ଫି (Uniform Fees), କନଭେୟାନ୍ସ ଫି, ରି-ଆଡମିସନ୍ ଫି (Re-Admission Fees), ଡେଭଲପମେଣ୍ଟ ଫି (Development Fees) ଓ ଆନୁଆଲ ଫି (Annual Fees) ଆଦି ଆଦାୟ ନକରିବାକୁ କୁହାଯାଇଛି । ତେବେ ଯେଉଁମାନେ ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବେ ସେମାନେ ସଠିକ ଫୋରମରେ ଆବେଦନ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ (Minister Samir Ranjan Das) କହିଛନ୍ତି ।
Also Read: 'ମୋ-ସ୍କୁଲ୍ ଅଭିଯାନ'; ପୋଷ୍ୟ ହେବେ ୧୦୦୦ ବିଦ୍ୟାର୍ଥୀ, ପାଠପଢ଼ା ବୁଝିବେ ପ୍ରଶାସନିକ ଅଧିକାରୀ
ତେବେ ହାଇକୋର୍ଟଙ୍କ ରାୟ ଆସିବା ପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ସ୍କୁଲ ଫି (School Fees) କୋହଳ ନେଇ ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର (Odisha Government) ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ଗତ ସେପ୍ଟେମ୍ବର ୧୦ ତାରିଖରେ ହୋଇଥିବା ଏମ୍ଓୟୁ (MOU) କୁ କାର୍ଯ୍ୟକାରୀ କରାଯିବାକୁ କୁହାଯାଇଛି । ତେବେ ମୋଟ ୭ଟି ସ୍ଲାବ- ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲେ କୌଣସି ଛାଡ଼ କରାଯିବ ନାହିଁ । ୬୦୦୧ ରୁ ୧୨ ହଜାର ଟଙ୍କା ମଧ୍ୟରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ମଧ୍ୟରେ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ମଧ୍ୟରେ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ୟ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ୟ୍ୟନ୍ତ ୨୫ ପ୍ରତିଶତ ଏବଂ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ନିର୍ଦ୍ଦେଶ ରହିଛି । ଏବେ ସରକାରୀ ନିର୍ଦ୍ଦେଶ ପରେ ସମସ୍ତ ଆବେଦନକାରୀ ପକ୍ଷ ସ୍ବାଗତ କରିବା ସହ ଖୁସି ମନାଇଛନ୍ତି ।
Also Read: ବରଗଡ଼ ପାଲଟିବ ଦିଲ୍ଲୀ ବର୍ଡର୍!
ତେବେ ଦୀର୍ଘ ଦିନ ଧରି ଦିନ ପରେ ଦିନ ଗଡିବା ପରେ ଶେଷରେ ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି ସତ ୨୦୨୦ ଏପ୍ରିଲ ମାସ (April) ରୁ ସ୍କୁଲ ଖୋଲିବା (School Open) ପର୍ଯ୍ୟନ୍ତ ଏହି ଆଧାରରେ ଅଭିଭାବକ ମାନେ ଫି’ଦାଖଲ କରିପାରିବେ । ଯେଉଁମାନେ ଆଗରୁ ସଂପୂର୍ଣ୍ଣ ଫି’ଦାଖଲ କରିଛନ୍ତି ସେମାନେ ବିଦ୍ୟାଳୟ ସହ ପରାମର୍ଶ କରି ଆଗକୁ ଏହାକୁ କାଣ୍ଟଛାଣ୍ଟ କରି ଦେଇପାରିବେ । ହେଲେ ଯଦି ଏହାକୁ କେହି ବିରୋଧ କରନ୍ତି ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିବା ସହ ଆବଶ୍ୟକୀୟ ଫୋରୋମ ମାମଲା ବଢିବାର ସମ୍ଭାବନା ରହିଛି ।
Edited: Zee Odisha Desk