କଟକ ପରେ ଏବେ ଭୁବନେଶ୍ବର । ଘିଅ ପରେ ଏବେ ସସ୍ ଆଉ ଆଚାର । ଯଦି ଆପଣ ନିମ୍ମ ମାନର ଓ ଅପମିଶ୍ରିତ ଖାଦ୍ୟ ଖାଉଛନ୍ତି ତେବେ ସାବଧାନ କାରଣ ସେଥିରେ ମିଶିଛି ହାନିକାରକ କେମିକାଲ୍ ଓ ରଙ୍ଗ ।
Trending Photos
ରାଜେଶ ସାମନ୍ତରାୟ, ଭୁବନେଶ୍ବର: କଟକ ପରେ ଏବେ ଭୁବନେଶ୍ବରରେ ଠାବ ହେଲା ନକଲି ଓ ନିମ୍ନ ମାନର ସସ୍ ଓ ଆଚାର ତିଆରି କାରଖାନା । ସହର ଉପକଣ୍ଠ ପାହାଳ ନିକଟରେ ଥିବା ଏକ କାରଖାନା ଉପରେ ସ୍ପେଶାଲ୍ ସ୍କ୍ବାଡ୍ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ଓ ନିମ୍ନ ମାନର ସସ୍ ଓ ଆଚାର ଜବତ କରିଛି । ବିଶେଷ କରି ଏହି କାରଖାନାରେ ଯେଉଁ ସାମଗ୍ରୀ ତିଆରି ହେଉଥିଲା ସେଥିରେ ଖରାପ କେମିକାଲ ଓ ରଙ୍ଗ ବ୍ୟବହାର ହୋଉଥିଲା ।
ତାସହ କମ୍ପାନୀର ଫୁଡ୍ ସେଫଟି ସାର୍ଟିଫିକେଟ (Food Safety Certificate)ବି ନଥିଲା । ଏହି ଘଟଣାରେ କେହି ଗିରଫ ହୋଇ ନଥିବା ବେଳେ ପୋଲିସ (Police) ସାମ୍ପଲ୍ ଜବତ କରି ମାନ ଯାଞ୍ଚ ପାଇଁ ପଠାଇଛି । କଟକ (Cuttack) ପରେ ଏବେ ଭୁବନେଶ୍ବର (Bhubaneswar) । ଘିଅ (Ghee) ପରେ ଏବେ ସସ୍ (Sauce) ଆଉ ଆଚାର (Pickle) । ଯଦି ଆପଣ ନିମ୍ମ ମାନର ଓ ଅପମିଶ୍ରିତ ଖାଦ୍ୟ ଖାଉଛନ୍ତି ତେବେ ସାବଧାନ କାରଣ ସେଥିରେ ମିଶିଛି ହାନିକାରକ କେମିକାଲ୍ (Harmful Chemical) ଓ ରଙ୍ଗ (Colour) । ଏପରି ଏକ ଅପମିଶ୍ରିତ କାରଖାନା ସମ୍ପର୍କରେ ଖବର ପାଇ କମିସନରେଟ୍ ପୋଲିସ (Commissionerate Police) ର ସ୍ପେଶାଲ ସ୍କ୍ବାର୍ଡ ପାହାଳରେ ଚଢାଉ କରିଥିଲା ।
Also Read: ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
ଏଠାରେ ପହଞ୍ଚିବା ପରେ ଦେଖା ଯାଇଥିଲା ବିପୁଳ ପରିମାଣର କଞ୍ଚା ମାଲ ସହ ପ୍ରୋସେସିଂ ହୋଇଥିବା ଜିନିଷ ଓ ଫିନିସିଂ ପ୍ରଡକ୍ଟ । ବିଶେଷ କରି ଆଚାର (Pickle) ଅତି ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ସଢି ଯାଇ ପୋକ ହୋଇଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ ବିଷାକ୍ତ କେମିକାଲ ଓ ରଙ୍ଗ ମିଶା ଯାଇ ପ୍ରସ୍ତୁତ କରାଯାଉଛି । ସେହିପରି ସସ (Sauce)ରେ ଆଳୁ ପାଉଡର (Aloo Powder) ସହ ରଙ୍ଗ ଓ ଚିନି ମିଶାଇ ଯାଇ ପ୍ରସ୍ତୁତ କରାଯାଉଛି । ଗଚ୍ଛିତ ଥିବା କଞ୍ଚାମାଲ ବି ନଷ୍ଟ ହୋଇ ଯାଇଛି । ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି ଏହି ରଙ୍ଗ ଓ କେମିକାଲ ମଣିଷ ଶରୀର ପାଇଁ ଅତି କ୍ଷତିକାରକ ।
ଏହା ଦ୍ବାରା କ୍ୟାନସର (Cancer) ହୋଇପାରେ । ସେପଟେ ପୋଲିସ କହିଛି ଏହି କାରଖାନା ଚଳାଇବା ପାଇଁ ଯେଉଁଠି ଅନୁମତି ମିଳିଥିଲେ ତାହାର ଠିକଣା ଭୁଲ୍ । ଏହା ସହ ଫୁଡ୍ ଲାଇସେନ୍ସ (Food License)ବୈଧତା ଶେଷ ହୋଇସାରିଛି । ମାଲିକଙ୍କ ଠିକଣା ଭୁଲ ରହିଛି । ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିୟମ ବାହାରେ କାର୍ଯ୍ୟ କରୁଛି । ବେଆଇନ୍ ଭାବେ ଏହାକୁ ଅପମିଶ୍ରିତ କରାଯାଇ ଲେବଲିଂ (Labeling)ଏବଂ ପ୍ୟାକେଜିଂ (Packaging) କରାଯାଉଥିଲା ।
Also Read: ୨୦ ହଜାର କ୍ୟାସ ପ୍ରାଇଜ ଲୋଭରେ ଆକାଉଣ୍ଟରୁ ଉଡିଗଲା ଅଢେଇ ଲକ୍ଷ
ଚଢାଉ ପରେ ପୋଲିସ ସମସ୍ତ ସାମଗ୍ରୀର ସାମ୍ପଲ ସଂଗ୍ରହ କରିଛି । ଯାହାକୁ ଲାବ୍ରୋଟାରୀ (Laboratory) ରେ ଯାଞ୍ଚ ହେବ। ଏହା ପୂର୍ବରୁ ଭୁବନେଶ୍ବର (Bhubaneswar) ରେ ନକଲି ଘିଅ (Duplicate Ghee) କାରଖାନା ଉପରେ ଚଢାଉ କରିଥିଲା ପୋଲିସ । ସେଠାରୁ ଏକାଧିକ କମ୍ପାନୀର ନକଲି ଘିଅ ଜବତ କରିଥିଲା ।
Edited: Zee Odisha Desk