Odisha Weather: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ କିଛିଦିନ ହେବ ରାଜ୍ୟରେ ଥଣ୍ଡାର ପ୍ରକୋପ କମିଥିବା ବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠୁଛି। ହେଲେ ଆସନ୍ତାକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଦେବ। ରାଜ୍ୟରେ କାଲିଠୁ ପାଗ ବଦଳିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଭାଗର ଖବର ଅନୁସାରେ ପଶ୍ଚିମାଝଡ଼ ପ୍ରଭାବ ରାଜ୍ୟରେ ଫେରିବ। ସେଥିପାଇଁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାନେଇ ସମ୍ଭାବନା ରହିଛି। ତେବେ ରାଜ୍ୟର ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ଢେଙ୍କାନାଳରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି । 


COMMERCIAL BREAK
SCROLL TO CONTINUE READING


ସେହିପରି ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା(Lightly Rain) ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ଏବେ ରାଜ୍ୟରେ ଶୀତ ମଧ୍ୟ କମିଛି। ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କମିବା ପରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରା ବୃଦ୍ଧି ହୋଇଛି । ତେବେ ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡିର(Severe Fogg) ଆସ୍ତରଣ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ ରୁ ୧୦୦ ମିଟର ରହିଛି । ଘନ କୁହୁଡ଼ି କାରଣରୁ କଟକରେ ୫୦ ମିଟର, ପାରାଦୀପ ୫୦ ମିଟର, ଖୋର୍ଦ୍ଧା ୫୦ ମିଟର, ଚାନ୍ଦବାଲି ୧୦୦ ମିଟର, ଜଗତସିଂହପୁର ୧୦୦ ମିଟର, କେନ୍ଦ୍ରାପଡା ୧୦୦ ମିଟର ଓ ଢେଙ୍କାନାଳ ୧୫୦ ମିଟର ରେକର୍ଡ କରାଯାଇଛି।



ଅନ୍ୟପଟେ ହାଲୁକା ରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ଅନୁଗୋଳରେ ୨୦୦ ମିଟର, ଭୁବନେଶ୍ୱରେ ୩୫୦ ମିଟର, ବାରିପଦାରେ ୫୦୦ ମିଟର, କେନ୍ଦୁଝର ୬୦୦ ମିଟର ଓ ପୁରୀରେ ୮୦୦ ମିଟର ରେକର୍ଡ କରାଯାଇଛି। ତେବେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହିଲ ଷ୍ଟେସନ କୋରାପୁଟରେ(Hill Station Koraput) ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। 


Also Read: Paradeep Port: ରାତିଅଧରେ ସମୁଦ୍ର ଗର୍ଭରେ ହଜିଗଲା ୨ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ


Also Read:  Cow Dung Powered Tractor: ଇ କମ୍ପାନୀ ଲଞ୍ଚ କର୍ଲା ଦୁନିଆର ପହେଲା ଗୋବର୍ ଚଲିତ୍ ଟ୍ରାକ୍ଟର୍, ଜାନନ୍ତୁ କେନ୍ତା କାମ କର୍ସି ଇ ଟ୍ରାକ୍ଟର