Paradeep Port: ରାତିଅଧରେ ସମୁଦ୍ର ଗର୍ଭରେ ହଜିଗଲା ୨ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha1530469

Paradeep Port: ରାତିଅଧରେ ସମୁଦ୍ର ଗର୍ଭରେ ହଜିଗଲା ୨ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ

Paradeep Trawler Missing: ଦୁଇଦିନ ଧରି ଜାହାଜ ରେ ଚାଲୁଥିବା ସର୍ଭେ କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ୧୦ ତାରିଖ ରାତିରେ ସେଠାରୁ ୨ଟି ଯାକ ଟ୍ରଲର ନିଖୋଜ ହୋଇଥିଲା ବୋଲି ଓଡି଼ଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ କୁହାଯାଇଥିଲା। ତେବେ ଗତ ୧୧ ତାରିଖ ରେ ଜାହାଜ ନିକଟରେ ବୋଟ ନ ପହଞ୍ଚିବାରୁ ସମସ୍ତଙ୍କ ଚିନ୍ତା ବଢିଥିଲା।

Paradeep Port: ରାତିଅଧରେ ସମୁଦ୍ର ଗର୍ଭରେ ହଜିଗଲା ୨ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ

Paradeep Port: ପାରାଦ୍ୱୀପ ମାଛଧରା ବନ୍ଦରରୁ ଗଭୀର ସମୁଦ୍ର କୁ ଯାଇଥିବା ୨ଟି ମାଛଧରା ଟ୍ରଲର ନିଖୋଜ ଥିବା ଜଣାପଡିଥିଲା । ଏଥିରେ ୧୩ ଜଣ ମତ୍ସ୍ୟଜୀବୀ ମଧ୍ୟ ଥିଲେ। ଏ ସମ୍ପର୍କରେ (ଓମ୍ଫା) ଓଡି଼ଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ ଭାରତୀୟ ତଟରଖି ବାହିନୀ ଓ ନୌ ସେନାକୁ ଜଣାଇବା ପରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଓଡି଼ଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାପତି ଶ୍ରୀକାନ୍ତ ପରିଡାଙ୍କ କହିବା ଅନୁଯାୟୀ ଗତ ୮ ତାରିଖ ଦିନ ଲଷ୍ମୀ ଦେବୀ ଓ କିନ୍ନରା -2 ନାମକ ଦୁଇଟି  ମାଛଧରା ବୋଟ ଗଭୀର ସମୁଦ୍ର କୁ ମାଛ ମାରିବା ପାଇଁ ଯିବାସହ ସମୁଦ୍ର ମଧ୍ୟରେ O.N.G.C ପକ୍ଷରୁ ଚାଲୁଥିବା ସର୍ଭେ ପାଇଁ କିଛି ଆବଶ୍ୟକ ସାମଗ୍ରୀ ସାଥିରେ ନେଇଥିଲେ। 

ସେମାନେ O.N.G.C ର ଜାହାଜ ବଙ୍ଗୋପସାଗରର (Bay Of Bengal) ଉତ୍ତର ଦିଗ ଅର୍ଥାତ ବାଂଲାଦେଶ ସୀମା ନିକଟ  ଅଶି ନଟି ମାଇଲ ଦୂର ଯିବାପରେ ୯ ତାରିଖ ଦିନ O.N.G.C ଜାହାଜ ନିକଟରେ ପହଞ୍ଚି ସାମଗ୍ରୀ ହସ୍ତାନ୍ତର କରିଥିଲେ।ଦୁଇଦିନ ଧରି ଜାହାଜ ରେ ଚାଲୁଥିବା ସର୍ଭେ କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ୧୦ ତାରିଖ ରାତିରେ ସେଠାରୁ ୨ଟି ଯାକ ଟ୍ରଲର ନିଖୋଜ ହୋଇଥିଲା ବୋଲି ଓଡି଼ଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ କୁହାଯାଇଥିଲା। ତେବେ ଗତ ୧୧ ତାରିଖ ରେ ଜାହାଜ ନିକଟରେ ବୋଟ ନ ପହଞ୍ଚି ବାରୁ O.N.G.C ପକ୍ଷରୁ ବୋଟ ର ମାଲିକ ଙ୍କୁ ଖବର ଦିଆଯାଇଥିଲା।ଦୁଇ ଟ୍ରଲର ମାଲିକ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେଥିରେ ସେ ବିଫଳ ହୋଇଥିଲେ। 

ଏହାକୁ ତଟରଖି ବାହିନୀଙ୍କୁ ଜଣାଯିବା ପରେ ତଟରଖି ବାହିନୀ ପକ୍ଷରୁ ସମୁଦ୍ର ଭିତରେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ସେପଟେ ବହୁ ଖୋଜାଖୋଜି ପରେ ନିଖୋଜ ୨ ଟ୍ରଲର ଓ ୧୩ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ପାରାଦୀପ କୁ (Paradeep) ଫେରୁଥିବା ସୂଚନା ରହିଛି। ଏହି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ।

Also Read: Cow Dung Powered Tractor: ଇ କମ୍ପାନୀ ଲଞ୍ଚ କର୍ଲା ଦୁନିଆର ପହେଲା ଗୋବର୍ ଚଲିତ୍ ଟ୍ରାକ୍ଟର୍, ଜାନନ୍ତୁ କେନ୍ତା କାମ କର୍ସି ଇ ଟ୍ରାକ୍ଟର

Also Read: Paradeep: କୋଲକାତାରୁ ଆସି ପାରାଦୀପରେ ରାଜ୍, କାହିଁକି ରାଜ୍ୟ ବାହାରକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ