ଚନ୍ଦନ ପାଇକରାୟ, ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ କୋରୋନା ବିଫଳତାକୁ ଆୟୁଧ କରି ପଞ୍ଚାୟତ ନିର୍ବାଚନ ରୂପକ 'ମାଛଆଖିରେ ତୀରମାରି ଲକ୍ଷ୍ୟଭେଦ' କରିବାକୁ ରହିଛି ରାଜ୍ୟ ବିଜେପିର ଟାର୍ଗେଟ୍ । ଖାସ୍ ସେଇଥିପାଇଁ ହିଁ କାର୍ଯ୍ଯକାରିଣୀରେ ପାରିତ ହୋଇଥିବା ଦୁଇଟି ପ୍ରସ୍ତାବ ମଧ୍ୟରୁ ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟର ବିଫଳତାକୁ ଉଜାଗର କରିବା ସହ କେନ୍ଦ୍ର ସରକାରଙ୍କ ବଦାନ୍ୟତା କଥା ଉଠାଇଛି ଦଳ । ଏଥିସହ ପ୍ରଥମ ଲହରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଥର ମେଡିକାଲ ସେଣ୍ଟର ଖୋଲିଲେ ନାହିଁ କି ପୂର୍ବ ଖର୍ଚ୍ଚର ହିସାବ ବି ଦେଲେ ନାହିଁ । 


COMMERCIAL BREAK
SCROLL TO CONTINUE READING

ଆଉ ଏହାକୁ ସିଧାସଳଖ ଆକ୍ଷେପ କରିଛି ବିଜେପି (BJP) ।  ସେପଟେ ବିଜେଡି ଏହାକୁ ନେଇ ରଖିଛି କଡ୍ଡା ଟିପ୍ପଣୀ । ବିଜେଡିର ଯୁକ୍ତି କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ରାଜ୍ୟ ବିଜେପି କାହିଁକି ପ୍ରଶ୍ନ କରୁନାହିଁ । ତାରିଖ ଘୋଷଣା ହୋଇ ନ ଥିଲେ ବି ଆଗକୁ ପଞ୍ଚାୟତ ନିର୍ବାଚନ (Panchayat Election) । କୋରୋନା ସ୍ଥିତି ସୁଧୁରିଲେ ନିର୍ବାଚନ ନେଇ ପଦକ୍ଷେପ ନେବେ ରାଜ୍ୟ ନିର୍ବାଚନ ଆୟୋଗ । ଆଉ, ଏପରି ଏକ ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବାରୁ ରାଜନୈତିକ ମାଇଲେଜ୍ ନେବାକୁ ହାତଛଡ଼ା କରିନାହିଁ ବିଜେପି । 


Also Read: PF କୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହାମାରୀ ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ଏହି ଫାଇଦା


ସର୍ବସମ୍ମତିକ୍ରମେ ପାରିତ ହୋଇଛି ରାଜନୈତିକ ଚିଠାପ୍ରସ୍ତାବ । ଯେଉଁଥିରେ କୋରୋନା ପରିଚାଳନା (Corona) ରେ ରାଜ୍ୟ ସରକାରଙ୍କ ବିଫଳତା କଥା ଉଲ୍ଲେଖ କରିଛି ଦଳ । ପ୍ରଥମ ଲହର କାଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିଥିଲେ । ହେଲେ ଦ୍ୱିତୀୟ ଲହର ବେଳକୁ ତା'ର ଦେଖାନାହିଁ ।  ଖାଲି ସେତିକି ନୁହେଁ, ଖର୍ଚ୍ଚର ହିସାବ ମଧ୍ୟ ଦେଲେ ନାହିଁ କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଏ ସବୁଥିରେ ବିଫଳ ରାଜ୍ୟ ସରକାର । କୋଭିଡ୍ ମୃତ୍ୟୁସଂଖ୍ୟା ଲୁଚାଇ ରାଜ୍ୟବାସୀଙ୍କ ସନ୍ଦେହ ଘେରକୁ ଆସି ଯାଇଛନ୍ତି ରାଜ୍ୟ ସରକାର । ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ସ୍କିଲ ମ୍ୟାପିଂ କଲେ ନାହିଁ କି ନିଯୁକ୍ତି ବ୍ୟବସ୍ଥା ବି କଲେନାହିଁ । 


Also Read: Matric Results 2021: ୫୭ ବର୍ଷ ବୟସରେ ମାଟ୍ରିକ ପାସ କଲେ ଆଶା ଦିଦି


ମେଡିକାଲ ଅକ୍ସିଜେନ (Oxygen Emergency) ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଏପର୍ଯ୍ୟନ୍ତ ହୋଇ ପାରିଲାନି। ଓଲଟି କେନ୍ଦ୍ର ସରକାରଙ୍କ ଯୋଗୁ ୩୨ଟି ପ୍ଲାଣ୍ଟ ହୋଇପାରିଛି । କେନ୍ଦ୍ର ଯୋଗାଇଥିବା ଆଇସିୟୁ, ଭେଣ୍ଟିଲେଟର ଖତ ଖାଉଛି । ରାଜ୍ୟ ସରକାର ECMO ମେସିନ ଲଗାଇବାରେ ବିଫଳ । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ନିଜସ୍ୱ ଟିକା ପ୍ରସ୍ତୁତ କରାଯାଇ ଲୋକଙ୍କୁ ଦିଆଯାଉଛି ।  କିନ୍ତୁ ପୁସିଂ କାର୍ଡ୍, ବ୍ୟାନର ଲଗାଇ ନିଜ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତଙ୍କ ପାଇଁ ୮ଲକ୍ଷରୁ ଅଧିକ ଆବାସ ଘର ଦେବାକୁ ଘୋଷଣା କରିଥିଲେ । 


Also Read: ଫୁଲୁରୀ ତେଲ: ଯାହାକୁ ଲଗାଇ ଲାଘବ ହୁଅନ୍ତି ମହାପ୍ରଭୁ, ଜାଣନ୍ତୁ କେମିତି ହୁଏ ପ୍ରସ୍ତୁତି ?


କିନ୍ତୁ ୯ଟି ଜିଲ୍ଲାରେ କୌଣସି ହିତାଧିକାରୀଙ୍କୁ ଗୋଟିଏ ବି ଘର ଦେଲେନାହିଁ । ମହାନଦୀ ଟ୍ରିବ୍ୟୁନାଲ (Mahanadi Tribunal) ପାଇଁ ୬ କୋଟି ଟଙ୍କା କେବଳ ଓକିଲ ବାବଦରେ ଖର୍ଚ୍ଚ ହୋଇଛି । ଫଳ କିନ୍ତୁ ଶୂନ । ଏଥିସହ କେନ୍ଦ୍ର ସରକାରଙ୍କ ଉନ୍ନତ କୋଭିଡ୍ ପରିଚାଳନା ପାଇଁ ଭୂୟଶୀ ପ୍ରଶଂସା କରିଛି ରାଜ୍ୟ ବିଜେପି । କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି, କୋଭିଡ୍ ମୁକାବିଲା ପାଇଁ ସାଧନ, କେନ୍ଦ୍ରୀୟ ସଂସ୍ଥା କୋଭିଡ୍ ମୁକାବିଲା ପାଇଁ ଯୋଗାଇଥିବା ସାହାଯ୍ୟ ସହଯୋଗ, ସର୍ବୋପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଜେପି ।


Also Read:  କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପରେ No Entry, ପୁନାୱାଲା ଏହା କହିଲେ


ମହାମାରୀ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ, ଜନଧନ ଯୋଜନାରେ ଆର୍ଥିକ ସାହାଯ୍ୟ, ବୃଦ୍ଧ ଓ ବିକଳାଙ୍ଗଙ୍କୁ ସାହାଯ୍ୟ, ଚାଷୀଙ୍କୁ ସାହାଯ୍ୟ, ଉଠାଦୋକାନୀ, ଅନାଥ ଶିଶୁ ଓ କୋଭିଡ୍ ଯୋଦ୍ଧାଙ୍କୁ ପ୍ରୋତ୍ସାହନ ସହ କ୍ଷତିପୂରଣ ଯୋଗାଇଥିବାରୁ କେନ୍ଦ୍ର ସରକାର (Central Government) ଙ୍କୁ ଧନ୍ୟବାଦ ଜଣାଇଛି ବିଜେପି (Bjp)। ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପିର ବିଷୋଦଗାର ନେଇ ପ୍ରତିକ୍ରିୟାଶୀଳ ହୋଇଛି ଶାସକ ବିଜେଡି । ଦଳର କହିବା କଥା, କେନ୍ଦ୍ର ସରକାରଙ୍କ ବିଫଳତାକୁ ମଧ୍ୟ ଲୋକଙ୍କ ପାଖରେ ରଖୁ ବିଜେପି । ବିଜେପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ସ୍ଥିତି ସଜାଡ଼ି ଝାଡ଼ିଝୁଡ଼ି ହୋଇ ଛିଡ଼ା ହେବାକୁ ଚଳାଇଛି ପ୍ରସ୍ତୁତି । ଏଥିପାଇଁ ଦର୍ଘମିଆଦି ବଦଳରେ ଚାଲିଛି ଏକ ତିନିମାସିଆ ରୋଡ୍ ମ୍ୟାପ୍ ପ୍ରସ୍ତୁତି । ଏବେ ଦେଖିବାର କଥା, ରାଜ୍ୟ ସରକାର (Odisha Government) ଙ୍କୁ ଘେରି କେତେ ସଫଳତା ପାଇବ ପଦ୍ମଦଳ।