Chilika Lake Bird Sanctuary: ପକ୍ଷୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଚିଲିକା। ଏକଦା ଦେଶୀ ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକା ଏବେ ପକ୍ଷୀଙ୍କ ପାଇଁ ପାଲଟିଛି ମୃତ୍ୟୁର ଯନ୍ତା। ଶୀତ ଋତୁର ଆଗମନରେ ଚିଲିକା ହ୍ରଦକୁ ହୋଇଥିବା ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଆଗମନ। ହେଲେ ଏହି ସମୟରେ ଚିଲିକାରେ ସକ୍ରିୟ ହେଇଛନ୍ତି ପକ୍ଷୀ ଶିକାରୀ । ପକ୍ଷୀ ଶିକାର ପାଇଁ ଚିଲିକା କୂଳରେ ପଡ଼ିଛି ମୃତ୍ୟୁର ଫାଶ। ଏହି ଫାଶରେ ବିଷକ୍ତ ଖାଦ୍ୟ ରଖୁଛନ୍ତି ଶିକାରୀ। ପକ୍ଷୀ ଖାଦ୍ୟ ଅନ୍ୱେଷଣରେ ଆସି ଫାଶରେ ପଡ଼ୁଛନ୍ତି। ପକ୍ଷୀଙ୍କ ଗୋଡ କିମ୍ବା ବେକ ଲାଗିଗଲେ ସେହି ସ୍ଥାନରୁ ପକ୍ଷୀ ଆଉ ଯାଇପାରନ୍ତି ନାହିଁ। ଯାହା ଫଳରେ ବିଦେଶାଗତ ପକ୍ଷୀ ମୃତ୍ୟୁର ଫାଶରେ ପଡ଼ିଯାନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ଦେଖିବାକୁ ମିଳିଛି ଏହାର ଉଦାହରଣ। ଚିଲିକା ଅଞ୍ଚଳରେ ପକ୍ଷୀ ଶୀକାର ଘଟଣାରେ ଡଙ୍ଗା ସହିତ ୫ ମୃତ ବିଦେଶାଗତ ପକ୍ଷୀ ଜବତ କରିବା ସହିତ ଜଣେ ଅଭିଯୁକ୍ତ ଗିରଫ ବନ୍ୟପ୍ରାଣୀ ବିଭାଗ। ପକ୍ଷୀ ଶିକାର ଖବର ପାଇବା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାଳୁପଡା ଘାଟ ନିକଟସ୍ଥ ବୋରକୁଦ ଚ୍ୟାନେଲ ଠାରେ ଚଢାଉ କରି ୫  ମୃତ ବିଦେଶାଗତ ପକ୍ଷୀ ସହ ଏକ ଡ଼ଙ୍ଗା ଜବତ କରିଛି। ଏହା ସହିତ ଜଣେ ପକ୍ଷୀ ଶୀକାରୀକୁ ଗିରଫ କରିଛି ବିଭାଗ। ପକ୍ଷୀ ଶୀକାର ଘଟଣାରେ ଗିରଫ ହୋଇଥିବା ଶୀକାରୀ ହେଉଛନ୍ତି ଟାଙ୍ଗୀ ଥାନା ଜଟିଆ ପାଟଣା ଗ୍ରାମର ଚୈତନ୍ୟ ପ୍ରଧାନ। ଏହି ଘଟଣାରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।


ଶିକାରୀ ପକ୍ଷୀଙ୍କୁ ମାରି ଏହାକୁ ବିକ୍ରି କରୁଛନ୍ତି। ହେଲେ ଏହି ପକ୍ଷୀ ଶିକାର ନେଟୱର୍କ ବାବଦରେ ଖିଅ ପାଉନାହିଁ ବନ୍ୟପ୍ରାଣୀ ବିଭାଗ। ଏହି ଘଟଣାରେ ବିଭାଗ ନିଦାବିଷ୍ଣୁ ସାଜିଛି ବୋଲି ଳୋକେ ଆଭିଯୋଗ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ ପକ୍ଷୀଙ୍କୁ ସୁରକ୍ଷା ପାଇଁ ନିୟୋଜିତ ଥିବା ବନ ବିଭାଗ କରୁଛି କ'ଣ? ପକ୍ଷୀ ସୁରକ୍ଷା କ୍ଷେତ୍ରରେ ବିଫଳ ହୋଇଛି ବନବିଭାଗ। ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକ ସମୟରେ ସ୍ୱର ଉଠାଇଛନ୍ତି ପକ୍ଷୀପ୍ରେମୀ ଏବଂ ସ୍ଥାନୀୟ ଲୋକ। ଚିଲିକା ହ୍ରଦର ଅପରୂପ ନୈସର୍ଗିକ ଶୋଭରାଜି ଏଠାକୁ ପ୍ରତିବର୍ଷ ହଜାର ହଜାର ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରିଥାଏ। ହେଲେ ଦିନକୁ ଦିନ ରାଜ୍ୟରେ ପକ୍ଷୀ ଅସୁରକ୍ଷିତ ହୋଇପଡ଼ିଛନ୍ତି।