ଭୁବନେଶ୍ୱର: ଘନଘନ ବୈଠକ। ପରାମର୍ଶ ଆଧାରରେ ବିଚାରବିମର୍ଶ। ଆଉ ଅନ୍ତିମ ନିଷ୍କର୍ସରୁ ରାଜ୍ୟ ସରକାର ନେଇଛନ୍ତି ଅନ୍ତିମ ନିଷ୍ପତ୍ତି। ଚଳିତବର୍ଷ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ବନ୍ଦ କରାଯାଇଛି। ପ୍ରାୟ ଦୁଇ ଦିନର ମାନସମନ୍ଥନ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ଫଳରେ ପରୀକ୍ଷାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।


COMMERCIAL BREAK
SCROLL TO CONTINUE READING

ହେଲେ ଏହି ନିଷ୍ପତ୍ତି ପରେ ଦେଖାଦେଇଛି ନୂଆ ସମସ୍ୟା। ପରୀକ୍ଷା ନକରି ଗଣଶିକ୍ଷା ବିଭାଗ (Mass Education Department) ପକ୍ଷରୁ କେମିତି ମୂଲ୍ୟାୟନ କରାଯିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ପରୀକ୍ଷା ବନ୍ଦ ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। 


Also Read: ସବୁ ଛାତ୍ରଛାତ୍ରୀ ପାସ୍! ଚଳିତବର୍ଷ ହେବ ନାହିଁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା


ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ-ଆଇସିଏସଇ (Indian Certificate of Secondary Education-ICSE), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସଇ (Central Board of Secondary Education-CBSE) ପକ୍ଷରୁ ପରୀକ୍ଷା ବାତିଲ କରାଯିବା ପରେ ଚର୍ଚ୍ଚାକୁ ଆସିଯାଇଥିଲା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ (Council of Higher Secondary Education-CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା (Plus Two Exam)।


ବିଭାଗୀୟ ଅଧିକାରୀ ଏବଂ ଶିକ୍ଷାବିତଙ୍କ ପରାମର୍ଶ ଆଧାରରେ ବିଚାରବିମର୍ଶ ହେଲା। ନିଷ୍କର୍ସରେ ସରକାର ପରୀକ୍ଷା ବଦଳରେ ପିଲାଙ୍କ ଜୀବନକୁ ବାଛିଛନ୍ତି। ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଦ୍ୱିତୀୟ ବାର୍ଷିକ ବୋର୍ଡ ପରୀକ୍ଷାକୁ ଏଥର ବନ୍ଦ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବା ସହ କୋରୋନା ମହାମାରୀ (Corona Pandemic) ସତ୍ତ୍ୱେ ପିଲାଙ୍କ ପରୀକ୍ଷା ପ୍ରସ୍ତୁତି ଏବଂ ଅଭିଭାବକଙ୍କ ଧୈର୍ଯ୍ୟର ପ୍ରଶଂସା କରିଛନ୍ତି। ପରୀକ୍ଷା ବନ୍ଦ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ମିଶ୍ରିତ ପ୍ରତିକ୍ରିୟା।  


Also Read: କେବେ ପଡିବ ପୂର୍ଣ୍ଣଚ୍ଛେଦ, ବାତିଲ୍ ହେବ ନା ପରୀକ୍ଷା ହେବ!


ଯଦିଓ ପରୀକ୍ଷା ବନ୍ଦ ହୋଇଛି ହେଲେ ସମସ୍ତଙ୍କ ପାଇଁ ଉଭା ହୋଇଛି ଗୋଟିଏ ନୂଆ ସମସ୍ୟା। ତାହା ହେଉଛି ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ପରିଷଦ ଉତ୍ତମ ମାପଦଣ୍ଡ ନିର୍ଦ୍ଧାରଣ କରି ଶୀଘ୍ର ଦକ୍ଷତା ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେଉଁ ଛାତ୍ରଛାତ୍ରୀ ମୂଲ୍ୟାୟନରେ ସନ୍ତୁଷ୍ଟ ନହେବେ ସେମାନେ ପରୀକ୍ଷା ଦେଇପାରିବେ। 


ମାତ୍ର ପରିସ୍ଥିତିର ସମୀକ୍ଷା ପରେ କେବେ ପରୀକ୍ଷା ହେବ ତାହା ପରିଷଦ ସ୍ଥିର କରିବ। ଅର୍ଥାତ୍ ଦକ୍ଷତାର ମୂଲ୍ୟାୟନ (Assessment of Efficiency) କେମିତି ହେବ ତାକୁ ନେଇ ଉଭୟ ଛାତ୍ରଛାତ୍ରୀ ଏବଂ ଗଣଶିକ୍ଷା ବିଭାଗ ଉଭୟ ଦ୍ୱନ୍ଦ୍ୱରେ ଅଛନ୍ତି। ସେପଟେ ସରକାରଙ୍କ ନିଷ୍ପତ୍ତିକୁ ଅଭିଭାବକ ମହାସଂଘ ସ୍ୱାଗତ କରିଥିବା ବେଳେ ଶିକ୍ଷାବିତ ଉଚ୍ଚଶିକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 


Also Read: ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନକୁ ନେଇ ଉଠିଲା ପ୍ରଶ୍ନ


କେଉଁ ଆଧାରରେ ସିବିଏସଇ ପିଲାଙ୍କ ଦକ୍ଷତାର ମୂଲ୍ୟାୟନ କରିବ ତାହା ନିର୍ଦ୍ଧାରଣ କରିବାକୁ ୨ ସପ୍ତାହ ସମୟ ନିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ସିଏଚଏସଇ ମୂଲ୍ୟାୟନ ମାପଦଣ୍ଡ ନିର୍ଦ୍ଧାରଣ କରିବାକୁ କେତେ ସମୟ ନେଉଛି।