କେବେ ପଡିବ ପୂର୍ଣ୍ଣଚ୍ଛେଦ, ବାତିଲ୍ ହେବ ନା ପରୀକ୍ଷା ହେବ!
Advertisement
Article Detail0/zeeodisha/odisha913138

କେବେ ପଡିବ ପୂର୍ଣ୍ଣଚ୍ଛେଦ, ବାତିଲ୍ ହେବ ନା ପରୀକ୍ଷା ହେବ!

କାରଣ ଅଧିକାଂଶ ଜୁନିୟର କଲେଜରେ ଏକାଦଶ ବାର୍ଷିକ କିମ୍ବା ଷାଣ୍ମାସିକ ପରୀକ୍ଷା ହୋଇନାହିଁ।  

କେବେ ପଡିବ ପୂର୍ଣ୍ଣଚ୍ଛେଦ, ବାତିଲ୍ ହେବ ନା ପରୀକ୍ଷା ହେବ!

ଭୁବନେଶ୍ବର: ହଟୁନି ସସପେନ୍ସ, ବଢୁଛି ହାର୍ଟବିଟ୍। ଏମିତି ଅନିଶ୍ଚିତତା ମଧ୍ୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବୋର୍ଡ ପରୀକ୍ଷା। ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରାଯିବା ପରେ ଏବେ ଓଡିଆ ବୋର୍ଡ ତଥା ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ବୋର୍ଡ ପରୀକ୍ଷା ଉପରେ ସଭିଙ୍କ ନଜର।

ଯଦିଓ ମୁଖ୍ୟମନ୍ତ୍ରୀ ଏନେଇ ପୂର୍ବରୁ ଜୁନ୍ ପ୍ରଥମ ସପ୍ତାହରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି କହିଥିଲେ, ତଥାପି ସମୟ ଗଡିବା ସାଙ୍ଗକୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ହାର୍ଟବିର୍ଟ ହାଇ (Heartbit High) ହୋଇଯାଇଛି। ଏହାର ନିଷ୍କର୍ସ ବାହାର କରିବା ପାଇଁ ଗଣଶିକ୍ଷା ବିଭାଗ (Odisha Mass Education Dept) ମୁଣ୍ଡରେ ଏବେ ଚଡ଼କ ପଡିଛି। ସେପଟେ ତରବରିଆ ନିଷ୍ପତ୍ତି ନନେଇ ବିକଳ୍ପ ଭାବେ ପରୀକ୍ଷା କରିବା ସପକ୍ଷରେ କହିଛନ୍ତି ଶିକ୍ଷାବିତ୍, ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। 

Also Read: ଭବିଷ୍ୟତ ପାଇଁ ମହାମାରୀ ସହ ସଂଘର୍ଷ; କୋରୋନା କାଳେ ଛାତ୍ରଛାତ୍ରୀଙ୍କ ଅଗ୍ନିପରୀକ୍ଷା

ଏବେ ଏକ ଦୋ ଛକିରେ ରହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ (Council of Higher Secondary Education-CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଦ୍ବୀତିୟ ବର୍ଷର ପରୀକ୍ଷା (Plus Second Year Exam)। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସଇ (Central Board of Secondary Education-CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପର ଠାରୁ ସିଏଚଏସଇ ବୋର୍ଡ ପରୀକ୍ଷାକୁ (CHSE Board Exam) ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଘନ ଘନ ବୈଠକ।

Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ

ଯଦିଓ ବିଭାଗ ପକ୍ଷରୁ ବୈଠକ ବସୁଛି ହେଲେ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ବିଭାଗ କିମ୍ବା ପରିଷଦ ପକ୍ଷରୁ ଗଣମାଧ୍ୟମ ସାମ୍ନାରେ କେହି ସିଧାସଳଖ ପ୍ରତିକ୍ରିୟା ନଦେଇ ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ପରୋକ୍ଷରେ କହୁଛନ୍ତି। ଏଭଳି ଦୋଦୁଲ୍ୟମାନ ନିଷ୍ପତ୍ତିକୁ ଅପେକ୍ଷା କରି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଦ୍ବନ୍ଦ ବଢିବାରେ ଲାଗିଛି। କେତେବେଳେ କିଭଳି ନିଷ୍ପତ୍ତି ନିଆଯିବ ତାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି। ତଥାପି ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ। 

Also Read: ପରୀକ୍ଷୀ ବାତିଲ ହେବା ପରେ ମୂଲ୍ୟାୟନକୁ ନେଇ ଉଠିଲା ପ୍ରଶ୍ନ

ରାଜ୍ୟ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ଏବେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଚାତକ ଭଳି ଚାହିଁଛନ୍ତି। ସେପଟେ ପରିଷଦର ପୂର୍ବତନ ଉପପରୀକ୍ଷା ନିୟନ୍ତ୍ରକ ଏବଂ ଶିକ୍ଷାବିତଙ୍କ ମତରେ ଆଉ କିଛି ଦିନ ଅପେକ୍ଷା କରି ବିକଳ୍ପ ଭାବେ ପରୀକ୍ଷା କରାଯାଉ। କାରଣ ସିବିଏସଇ କିମ୍ବା ଆଇସିଏସଇ (ICSE-Indian Certificate of Secondary Education) ଭଳି ସିଏଚଏସଇ ଛାତ୍ରଛାତ୍ରୀ ସମକକ୍ଷ ନୁହଁନ୍ତି।  କାରଣ ଅଧିକାଂଶ ଜୁନିୟର କଲେଜରେ ଏକାଦଶ ବାର୍ଷିକ (Annual Exam) କିମ୍ବା ଷାଣ୍ମାସିକ ପରୀକ୍ଷା (Half Yearly) ମଧ୍ୟ ହୋଇନାହିଁ। ପରୀକ୍ଷା ବାତିଲ କରି ମୂଲ୍ୟାୟନ କିମ୍ବା ଫଳାଫଳ ମାପଦଣ୍ଡକୁ ମାପିବା କଷ୍ଟକର। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅନ୍ତତଃ ପକ୍ଷେ ଅବଜେକ୍ଟିଭ୍ ଓଏମଆର୍ ସିଟ୍ ପରୀକ୍ଷା (Objective OMR Sheet Exam) କରିବାକୁ ପରାମର୍ଶ ଦେଇଛନ୍ତି।

Also Read: ଇତିହାସରେ ପ୍ରଥମ; ପରୀକ୍ଷା ବାତିଲ ପରେ ସ୍ବତନ୍ତ୍ର ପଦ୍ଧତିରେ ମୂଲ୍ୟାୟନ

ଏସବୁ ଭିତରେ ଯୁକ୍ତ ୨ କଳା (Arts), ବାଣିଜ୍ୟ (Commerce), ବିଜ୍ଞାନ (Science), ଧନ୍ଦାମୂଳକ (Vocational) ବିଷୟର ଭାଗ୍ୟ ଭବିଷ୍ୟ କଣ ହେବ ତାକୁ ଅପେକ୍ଷା। ବିକଳ୍ପ ବାଟ କଣ ଆଉ ବାତିଲ ହେଲେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ, କିଭଳି ଫଳ ପ୍ରକାଶ ପାଇବ ଏବଂ ଉଚ୍ଚଶିକ୍ଷା ନାମଲେଖାରେ କଣ ମାନଦଣ୍ଡ ରହିବ ତାକୁ ନେଇ ମାନସମନ୍ଥନ ଜାରି ରହିଛି। ଅପେକ୍ଷା କେବେ ସରକାରୀ ସ୍ତରରେ ନିଷ୍ପର୍ସ କିମ୍ବା ନିର୍ଯ୍ୟାସ ବାହାରୁଛି।