ନୂଆ ବର୍ଷରୁ ଶୀତ ଗାଏବ, ଏବେଠୁ ଉପରମୁହାଁ ହେଲାଣି ପାରଦ
ନୂଆ ବର୍ଷରୁ ଉଭାନ ହୋଇଯାଇଛି ଶୀତ ଲହରି। ଅନ୍ୟପଟେ ଦିନର ତାପମାତ୍ରା ମଧ୍ୟ ଉପରମୁହାଁ ହୋଇଛି। ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବର ଠାରେ ରେକର୍ଡ କରାଯାଇଥିଲା।
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଶୀତ ଦିନେ ଥଣ୍ଡା ଗାଏବ। ରାଜ୍ୟରେ ନୂଆ ବର୍ଷରୁ ଉଭାନ ହୋଇଯାଇଛି ଶୀତ ଲହରି। ଚଳିତ ବର୍ଷ ଖୁବ କମ ଦିନ ଧରି ଶୀତର ଅବଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ଡିସେମ୍ବର ଶେଷ ସପ୍ତାହରେ କାଠୁଆ ଜାଡରେ ରାଜ୍ୟବାସୀ ଥରିବା ପରେ ଏବେ ହଠାତ ପାଣିପାଗ ବଦଳିଯାଇଛି। ଜଳବାୟୁ ଓ ବାୟୁ ପ୍ରବାହ ପରିବର୍ତ୍ତନ ହେତୁ ଜାନୁୟାରୁ ପ୍ରଥମ ସପ୍ତାହରୁ କମ୍ ଶୀତ ଅନୁଭୂତ ହୋଇଛି।
ଏପରିକି ଦିନର ତାପମାତ୍ରା ମଧ୍ୟ ଉପରମୁହାଁ ହୋଇଛି। ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବର ଠାରେ ରେକର୍ଡ କରାଯାଇଥିଲା। ଜାନୁଆରୀ ମାସରେ ବିଗତ ବର୍ଷର ରେକର୍ଡ ଦେଖିଲେ ଦିନର ସର୍ବାଧିକ ତାପମାତ୍ରା ୨୦୨୦ରେ ଭୁବନେଶ୍ବରରେ ସର୍ବାଧିକ ୩୩ ଡିଗ୍ରୀ, ୨୦୧୯ରେ ମାଲକାନଗିରିରେ ୩୪ ଡିଗ୍ରୀ ଏବଂ ୨୦୧୮ରେ ଟିଟଲାଗଡରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା।
Also Read:ଜାରି ରହିଛି ଶୀତ; ଆଉ ୪୮ ଘଣ୍ଚା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଏପର ସ୍ଥିତି ଲାଗି ରହିବା ସହ ମଙ୍ଗଳବାର ଠାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଧିରେ ଧିରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ୪-୬ ଏବଂ ଉପକୂଳ ଓଡିଶାରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି।