ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟକୁ ପୁଣି ଲେଉଟିଛି ଶୀତ ଲହରି। ରବିବାର ଫୁଲବାଣୀରେ ସର୍ବିନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହାସହ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 


COMMERCIAL BREAK
SCROLL TO CONTINUE READING

ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ, ଭଦ୍ରକ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ କଟକ, ଖୋର୍ଦ୍ଧା, ନୟାଗଡ, ମୟୂରଭଞ୍ଜ, କେଉଁଝର, ମାଲକାନଗିରି, ପୁରୀ, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୬ ଜିଲ୍ଲା ଏବଂ ୫ ତାରିଖରେ ୭ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି।


Also Read: ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ତ୍ରାହି


 


ଆସନ୍ତା ୨୪ ଘଣ୍ଟାରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଏହା ପରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଏସପିଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସଆରସି। ପୋଲିସ, ପରିବହନ ଅଧିକାରୀ ଘନ କୁହୁଡି ସମୟରେ ରାସ୍ତାଘାଟରେ ଯାନବାହନ ଯାତାୟତ ନେଇ ଆବ୍ୟଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।