ଭୁବନେଶ୍ବର: କିଛି ବର୍ଷର ଶନ୍ତି ପରେ ପୁଣି ଅଶାନ୍ତ ହୋଇଛି କନ୍ଧମାଳ। ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇ ୨ ଯବାନ ଗୁରୁତର ଆହତ ହୋଇଥିବା ବେଳେ କିଛି ମାଓ ସମର୍ଥକ ମଧ୍ୟ ଗୁରୁତର ଥିବା ସନ୍ଦେହ କରାଯାଉଛି। ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଏମସ୍  ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ରହିଥିବା ଜଣାପଡିଛି। ଅନେକ ଦିନ ହେବ କେକେବିଏନ କରିଡର କରିବା ପାଇଁ ମାଓବାଦୀ ଚକ୍ରାନ୍ତ କରି ଆସୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହାକୁ ଭଣ୍ଡୁର କରିବା ପାଇଁ ଏବେ ପୋଲିସ ସହିତ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ (Para Military Force) ସେଠାରେ ନିୟୋଜିତ କରାଯାଇଛି। ଏହା ସତ୍ତ୍ୱେ ନକ୍ସଲ ବିଭିନ୍ନ ସମୟରେ ନିଜର ଉପସ୍ଥିତି ଜାହିର କରିବା ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛନ୍ତି। ସୁରକ୍ଷାକର୍ମୀ ଆକ୍ରମଣ କରିବା ପୂର୍ବରୁ ନକ୍ସଲ ଯବାନଙ୍କୁ ଆକ୍ରମଣ କରି ସେମାନଙ୍କ ଅଭିପ୍ରାୟ ସ୍ପଷ୍ଟ କରିଛନ୍ତି। ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ (Airlift) କରି ଭୁବନେଶ୍ବରସ୍ଥିତ ଏମ୍‌ସ (Bhubaneswar AIIMS Medical) ଠାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ହାତରେ ଏବଂ ଅନ୍ୟ ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। 


Also Read: C-60 Commando Operation: କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୧୩ Naxalite


ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ରାତିରୁ ସୁରକ୍ଷାକର୍ମୀ କନ୍ଧମାଳ (Kandhamal) ଜିଲ୍ଲା ଗୋଛାପଡ଼ା ଥାନା (Gochhapada Police Station) ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସର୍ଚ୍ଚ ଅପରେସନ (Search Operation) ଆରମ୍ଭ କରିଥିଲେ। ଅନେକ ଦିନ ହେବ ନକ୍ସଲ (Naxlite) କନ୍ଧମାଳ ସହ କଳାହାଣ୍ଡି (Kalahandi), ବୌଦ୍ଧ (Boudh), ନୟାଗଡ (Nayagarh) ଜିଲ୍ଲାକୁ ନେଇ କେକେବିଏନ କରିଡର (KKBN Mao Corridor) କରିବାକୁ ଯୋଜନା କରୁଛନ୍ତି। 


ଏଭଳି ପରିସ୍ଥିତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦେଖିବା ପରେ ପ୍ରଥମେ ନକ୍ସଲଙ୍କ ପଟୁ ଗୁଳିମାଡ କରାଯିବା ପରେ ଏହାର ପାଲଟା ଜବାବ ଦେଇଥିଲେ ଯବାନ। ଏ ଘଟଣାରେ ସ୍ପେଶାଲ ଅପରେସନ ଗ୍ରୁପ (Special Operations Group) ଏସଓଜି ଯବାନଙ୍କ (SOG Jawan) ଦେହରେ ଗୁଳିବାଜିଥିବାର ଖବର ପାଇବା ପରେ ସିଆର୍‌ପିଏଫ୍ ଯବାନ  ଘଟଣାସ୍ଥଳକୁ ଯାଇ ଆହତ ଯବାନ ଦ୍ୱୟଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ। 


Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!


ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କୋରାପୁଟ (Koraput), ମାଲକାନଗିରି (Malkangiri) ଗସ୍ତରେ ଥିବା ଡିଜିପି ଅଭୟ (Odisha Police DG Abhaya) ହେଲିକପ୍ଟର ଯୋଗେ ପାଦେଲପଡ଼ା ଠାରେ ପହଞ୍ଚିଥିଲେ। ଆଗକୁ ନକ୍ସଲ ଦମନ ଅଭିଯାନକୁ ଆହୁରି ସୁଦୃଢ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ଦୁଇ ଆହତ ଯବାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ୱରରେ ପହଞ୍ଚାଇପାରିଥିବା ଯୋଗୁ ଡିଜିପି ଅଭୟ ବିଏସ୍‌ଏଫ୍‌ (BSF) ହେଲିକ୍ୟାପ୍ଟର ପାଇଲଟଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଘଟଣାସ୍ଥଳରୁ ୨ ଯବାନଙ୍କୁ ଉଦ୍ଧାର କରିଥିବା ସିଆର୍‌ପିଏଫ୍‌ (BSF) ଯବାନ ଏବଂ ସେମାନଙ୍କ ସହିତ ପାଦେଲପଡ଼ାରୁ ଭୁବନେଶ୍ୱର ଆସିଥିବା କଣ୍ଟାମାଳ ଡାକ୍ତରଙ୍କୁ ମଧ୍ୟ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଧନ୍ୟବାଦ ଜଣାଇଛନ୍ତି।